କେରଳର ଦିନ ମଜୁରିଆ ରାତାରାତି ହେଇଗଲା କରୋଡପତି, ମିଳିଲା ୧୨କୋଟି ଟଙ୍କା- ଜାଣନ୍ତୁ କେମିତି

କେରଳର କନ୍ନୁର ରେ ରହୁଥିବା ଜଣେ ଦିନ ମଜୁରିଆ ରାତାରାତି କରୋଡପତି ହୋଇଗଲା । ସେ ସ୍ଵପ୍ନରେ ବି ଭାବିନଥିବ କି ସେ ଯେଉଁ ବ୍ୟାଙ୍କଙ୍କୁ ଉଦ୍ଧାର ନେବା ପାଇଁ ଯାଉଛି ,ସେଠାରୁ ତାକୁ କରୋଡପତି ହେବାର ଖୁସି ଖବର ମିଳିବ। କନ୍ନୁର ମାଲୁର ଗ୍ରାମ ପଞ୍ଚାୟତର କୁରିଚିୟା ସମୁଦାୟ ରେ ସଂବନ୍ଧ ରଖିଥିବା ପି ରାଜନ ଲଟ୍ରି ରେ ୧୨ କରୋଡ ଟଙ୍କା ଜିତିଛି । ଏହି ଲଟ୍ରି ରାଜ୍ୟ ସରକାରଙ୍କର ଏବଂ କେରଳ କ୍ରିସମାସ ନିଉ ଇୟର ବଫର ଲଟ୍ରି ଲାଗିଛି ।

ଏହି ଲଟ୍ରିର ଡ୍ର ସୋମବାର ଦିନ ବାହାରି ଯାଇଥିଲା । କିନ୍ତୁ ଲଟ୍ରି ପ୍ରଶାସନ ବିଜେତାଙ୍କୁ ଖୋଜି ପାରିନଥିଲେ ।

ଲଟ୍ରି ବିଜେତାଙ୍କୁ ନେଇ ଫେଲି ଅଫବାହୋ ଏବଂ ଦାବୋ ମଧ୍ୟରେ ୫୨ ବୟସର ପି ରାଜନ ବ୍ୟାଙ୍କରେ ପହଞ୍ଚିଲେ ଏବଂ ବ୍ୟାଙ୍କ ମ୍ୟାନେଜର ଙ୍କୁ ପ୍ରଥମ ପୁରସ୍କାର ପାଇଁ ଲଟ୍ରିର ଟିକେଟ ଦେଲେ ।

ଖବରରୁ ଜଣାପଡିଛି କି ,ପି ରାଜନ ୧୨କରୋଡର ଲଟ୍ରି ଜିତିବା ପରେ କହିଛନ୍ତି କି ତାଙ୍କୁ ପଇସାର ବହୁତ ଦରକାର ଥିଲା । ଝିଅର ବାହାଘର ଏବଂ ଅନ୍ୟ ଜରୁରୀ କାମ ପାଇଁ ଋଣ ନେଇଥିଲେ ,ଯାହାପରେ ସେ ବହୁତ କର୍ଜରେ ବୁଡି ରହିଛନ୍ତି । ସେ କହିଛନ୍ତି କି ଲଟ୍ରି ତାଙ୍କୁ ଆଶ୍ରିବାଦ ସ୍ଵରୂପରେ ମିଳିଛି ।

ରାଜନ କହିଛନ୍ତି କି ସେ କର୍ଜ ପାଇଁ ବ୍ୟାଙ୍କ ଯାଇଥିଲେ ,କିନ୍ତୁ ତାଙ୍କୁ ଲୋନ ମିଳିଲା ନାହିଁ । ଯେତବେଳେ ସେ ଦିତୀୟ ଥର କର୍ଜ ଆଣିବା ପାଇଁ ବ୍ୟାଙ୍କ ଗଲେ ,ସେତବେଳେ ତାଙ୍କୁ ଜଣା ପଡିଲା କି ସେ ଲଟ୍ରିରେ ୧୨କରୋଡ ଟଙ୍କା ଜିତିଛନ୍ତି ।

ରାଜନ ଙ୍କର ଗୋଟେ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି । ସେ ପ୍ରଥମେ ୭ଲକ୍ଷ ଟଙ୍କାର କର୍ଜ ସୁଝିବାକୁ ଚାହୁଁଛନ୍ତି । ସେ କହିଛନ୍ତି କି କର୍ଜ ସୁଝିବା ପରେ ସେ ଏକ ନୂଆ ଘର ତିଆରି କରିବେ । ସେ କହିଛନ୍ତି କି ଘରର ଛାତ ଭାଙ୍ଗି ଯାଇଛି ,ବର୍ଷା ସମୟରେ ଛାତରୁ ପାଣି ପଡୁଛି । ସେ ଏହି ପଇସାକୁ ଭଲ ଘର କରିବାରେ ଉପଯୋଗ କରିବେ ।

ଲଟ୍ରିରେ ୧୨କରୋଡ ଜିତିବା ପରେ ତାଙ୍କ ପରିବାରରେ ଖୁସିର ମାହୋଲ ରହିଛି ।

Leave a Reply

Your email address will not be published. Required fields are marked *