ଛୋଟ ପିଲାଙ୍କୁ ଏହା ପିଇବାକୁ ଦିଅନ୍ତୁ, ପିଲାର ଓଜନ ଦେଢ଼ ଗୁଣା ବଢିଯିବ: Child Weight Gain

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ଜାଣିଛନ୍ତି କମଳା ଖାଇଲେ କଣ ସବୁ ଫାଇଦା ହୋଇଥାଏ । ଏହା ଖାଇବାକୁ ମିଠା ଲାଗିଥାଏ । କମଳା ରେ ଭିଟାମିନ-ସି ପ୍ରଚୁର ପରିମାଣରେ ରହିଛି । ଏଥିରେ ଅନ୍ୟ କେତେକ ଭିଟାମିନ ଓ ଲବଣ ଅଳ୍ପ ପରିମାଣରେ ରହିଛି । ଛୋଟ ପିଲାଙ୍କ ପାଇଁ କମଳା ରସ ଅମୃତ ତୁଲ୍ୟ ହୋଇଥାଏ । ଆଜିକାଲି ମା ମାନେ ନିଜ ପିଲାଙ୍କୁ କ୍ଷୀର ଦେବାକୁ ଇଚ୍ଛା କରୁ ନାହାନ୍ତି ।

କାରଣ କିଛି ମାଙ୍କ ମତରେ ପିଲାଙ୍କୁ କ୍ଷୀର ଖାଇବାକୁ ଦେଲେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯିବ ଯାହା ସଂପୂର୍ଣ୍ଣ ଭାବେ ଭୁଲ କଥା । ଯଦି ପିଲାଟି ନିଜ ମା ଠାରୁ କ୍ଷୀର ନ ଖାଏ ତେବେ ସେ ଅସୁସ୍ଥ ହୋଇଥାଏ । ତେଣୁ ଯେଉଁ ପିଲା ନିଜ ମା ଠାରୁ କ୍ଷୀର ଖାଉ ନ ଥିବ ସେହି ପିଲାକୁ କମଳା ରସ ଦେବା ନିହାତି ଜରୁରୀ ଅଟେ । ଆଜି ଆମେ ଆପଣ ମାନଙ୍କୁ ଛୋଟ ପିଲାଙ୍କର ଓଜନ ବଢାଇବା ପାଇଁ କମଳାର ପ୍ରୟୋଗ କିପରି କରାଯିବ ସେହି ବିଷୟରେ କହିବାକୁ ଯାଉଛୁ ।

ଆଜିକାଲି ପିଲା ମାନେ ଖାଇବାକୁ ବହୁତ ହଇରାଣ କରୁଛନ୍ତି । ଯାହା ପାଇଁ ତାଙ୍କର ଓଜନ ବଢୁ ନାହି । ଏଥିପାଇଁ ପ୍ରଥମ ଜିନିଷର ଆବଶ୍ୟକ ରହିଛି ସିଝା ଗାଈ କ୍ଷୀର ଯେଉଁଥିରେ ଗରମ ପାଣି ମିଶାନ୍ତୁ । ଏହା ପରେ ଏଥିରେ କମଳା ରସ କୁ ଏଥିରେ ମିଶ୍ରଣ କରନ୍ତୁ । କମଳା ରସର ସେବନ ଦ୍ଵାରା ପିଲାର ଓଜନ ବଢିବା ସହ ଶରୀର ରେ ଫୁର୍ତ୍ତି ମଧ୍ୟ ଆସିଥାଏ । ଏହି ରସର ସେବନ ଦ୍ଵାରା ପିଲାଙ୍କର ଚେହେରା ସୁନ୍ଦର ହେବ ସହ ତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।

ଅନ୍ୟ ଏକ ଘରୋଇ ଉପାୟ ହେଉଛି ପିଲାଙ୍କୁ କମଳା ରସରେ ଅଳ୍ପ ପରିମାଣରେ ମହୁ ମିଶାଇ ପିଇବାକୁ ଦିଅନ୍ତୁ । ଏହା ଦ୍ଵାରା ତାଙ୍କର ଓଜନ ଦେଢ ଗୁଣା ବଢିଯିବ । ଏହା ଛଡା ପିଲା ଙ୍କୁ ପ୍ରତି ଦିନ ଗୋଟିଏ ଲେଖାଏଁ କମଳା ଖାଇବାକୁ ଦିଅନ୍ତୁ । ଏହା ଏକ ଚମତ୍କାରୀ ଆୟୁର୍ବେଦିକ ଘରୋଇ ଉପାୟ ଅଟେ । ଏହା ଛଡା ଗର୍ଭବତୀ ମହିଳା ମାନେ କମଳା ରସ ସେବନ କରିଲେ ସୁନ୍ଦର ଛୁଆ ଜନ୍ମ ହୋଇଥାଏ । ଏହା ଛଡା ଯଦି ଜ୍ଵର ବା ଅନ୍ୟ କୌଣସି ରୋଗ ହୋଇଥାଏ ତେବେ କମଳା ସେବନ କରିଲେ ଭଲ ହୋଇଥାଏ ।

ଜ୍ଵରରେ ବ୍ୟକ୍ତି ଏତେ ଦୁର୍ବଳ ହୋଇଥାଏ ଯେ କମଳାର ସେବନ ଦ୍ଵାରା ବ୍ୟକ୍ତିର ତୃଷ୍ଣା ମେଣ୍ଟିବା ସହ ବ୍ୟକ୍ତିକୁ ଭଲ ମଧ୍ୟ ଲାଗିଥାଏ । ଏହା ଏକ ଏମିତି ଘରୋଇ ଉପଚାର ଅଟେ ଯାହା ଜ୍ଵରରୁ ଆରମ୍ଭ କରି ପିଲାଙ୍କର ଓଜନ ବଢିବା ପାଇଁ ଲାଭଦାୟକ ହୋଇଥାଏ । ଏହି ସବୁ ଉପାୟରେ ପିଲାଙ୍କୁ କମଳା ରସର ସେବନ କରାଇଲେ ଅନେକ ଫାଇଦା ଦେଖିବାକୁ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *