ଏହାର କେବଳ 1 ଚାମଚ, ଚର୍ବି ଘିଅ ଭଳି ତରଳି ଯିବ…. 36ର କମର ହୋଇଯିବ 32

ଆପଣ ମାନେ ଜାଣିଥିବେ ମେଦ ବହୁଳତା ଯୋଗୁ ଲୋକ ମାନେ ମୋଟା ହୋଇ ଯାଉଛନ୍ତି । ଏହା ଏକ ସାଧାରଣ କଥା ଅଟେ । ପତଳା ଲୋକଙ୍କୁ ମୋଟା କରାଇବା ବହୁତ ସହଜ ହୋଇଥିଲେ ମଧ୍ୟ ମୋଟା ଲୋକଙ୍କୁ ପତଳା କରାଇବା ବହୁତ କଷ୍ଟକର ହୋଇଥାଏ । କାରଣ ପତଳା ଲୋକ ମାନେ ପୃଷ୍ଟିକର ଖାଦ୍ୟ ଦ୍ଵାରା ମୋଟା ହୋଇ ପାରିବ । କିନ୍ତୁ ମୋଟା ଲୋକଙ୍କ ଠାରେ ବାୟୁର ଉପଦ୍ରବ ଅଧିକ ଥିବାରୁ ସେମାନେ ପତଳା ହେବାରେ କଷ୍ଟ ହୋଇଥାଏ । ମୋଟା ହେବାର ମୁଖ୍ୟ କାରଣ ହେଉଛି ଯେତେକ ଗରିଷ୍ଠ ଖାଦ୍ୟ ବା ତେଲ ବା ମଇଦା ଜାତିୟ ଖାଦ୍ଯର ସେବନ ।

ଏହା ସହ ଶାରୀରିକ ପରିଶ୍ରମ ନ ଥିବା ବା ନିଦ ନ ହେବା କାରଣରୁ ମୋଟାପଣ ଅଧିକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ ଦ୍ଵାରା ମୋଟାପଣ ଦୂର ହୋଇ ପାରିବ । ମେଦ ବହୁଳତା ଦୂର କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ତ୍ରିଫଳା ଚୂର୍ଣ୍ଣ । ହରିଡା, ବାହାଡା, ଅଁଳାକୁ ମିଶାଇ ଯେଉଁ ପାଉଡର ତିଆରି ହୁଏ ତାହାକୁ ତ୍ରିଫଳା ଚୂର୍ଣ୍ଣ କୁହାଯାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ ।

ଏହା ପରେ ରହିଛି ତ୍ରିକୋଟୁ ଯାହା ସୁଣ୍ଠି, ପିପଳି ଓ ଗୋଲମରିଚରୁ ତିଆରି ହୋଇଥାଏ । ଏକ ଚାମଚ ତ୍ରିକୋଟୁ ଓ ତ୍ରିଫଳା ପାଉଡର ନିଅନ୍ତୁ । ଏହା ପରେ ଏହି ଦୁଇ ପାଉଡରକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ଏକ ଆୟୁର୍ବେଦିକ ଘରୋଇ ଉପଚାର ଅଟେ ଯାହା ଆପଣଙ୍କର ମେଦ ବାହୁଲତା ବା ମୋଟାପଣ ଦୂର କରିବାରେ ସହାୟକ ହୋଇ ପାରିବ । ଏହାର ପ୍ରୟୋଗ ବହୁ ପୁରାତନ କାଳରୁ ହେଉଛି । ଏହା ପରେ ଏହି ଚୂର୍ଣ୍ଣରେ ସେନ୍ଧା ନମକ ମିଶାନ୍ତୁ । ଯଦି ଆପଣ ସେନ୍ଧା ନାମକ ନ ପାଇବେ ତେବେ ସାଧା ଲୁଣ ଏକ ଚାମଚ ମିଶାନ୍ତୁ ।

ଏହା ଛଡା ଖସା ବା ରାଶି ତେଲ ଏହି ମିଶ୍ରଣରେ ମିଶାନ୍ତୁ । ଏହା ପରେ ଏକ କାଚ ଜାରରେ ଆପଣ ଏହି ମିଶ୍ରଣକୁ ଷ୍ଟୋର କରି ରଖନ୍ତୁ । ଏହା ପରେ ପ୍ରତି ଦିନ ସକାଳେ ଏହି ଉପଚାର ଖାଲି ପେଟରେ ସେବନ କରନ୍ତୁ । ଦିନକୁ ଦୁଇ ଥର ଆପଣ ଏହି ମିଶ୍ରଣର ସେବନ କରି ପାରିବେ । ଅଳ୍ପ କିଛି ଦିନ ଏହି ମିଶ୍ରଣର ସେବନ କରିଲେ ଆପଣ ଦେଖିବାକୁ ପାଇବେ ମେଦ ବହୁଳତା ବା ମୋଟାପଣ ବହୁତ ଜଲ୍ଦି ଧୀରେ ଧୀରେ କମିବାରେ ଲାଗିବ ।

ଏହାର ସେବନ ଦ୍ଵାରା ଆପଣଙ୍କର ପାଚନ କ୍ରିୟା ମଧ୍ୟ ଭଲ ହେବ । ଏହା ସଂପୂର୍ଣ୍ଣ ଭାବେ ଆୟୁର୍ବେଦିକ ଉପଚାର ଅଟେ । ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ ନାହି । ଏହା କେବଳ ମୋଟାପଣ ଦୂର କରିବ ତାହା ନୁହେଁ ବରଂ ଅନେକ ପ୍ରକାର ରୋଗ ଶରୀରରୁ ଦୂର ହୋଇଥାଏ । ଏହା ଦ୍ୱ୍ରା ଶରୀରର କୌଣସି କ୍ଷତି ହେବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *