Pregnancy ର ଆରମ୍ଭ ରେ ଦେଖାଯାଉଥିବା ଲକ୍ଷଣ!

ଅଧିକାଂଶ ମହିଳା ମାନେ ପିରିଏଡ ନ ହେବ ଯୋଗୁ ଏହା ପ୍ରେଗେନେଣ୍ଟ ହେବାର ଲକ୍ଷଣ ବୋଲି ମାନିଥାନ୍ତି । କିନ୍ତୁ ଏହା ଛଡା ଏମିତି କିଛି ଲକ୍ଷଣ ରହିଛି ଯାହା ଦ୍ଵାରା ଜଣା ପଡିଥାଏ କି ପ୍ରେ-ଗେ-ନେ-ନ୍ଟ ଅଛନ୍ତି କି ନାହି । ଯଦି ସପ୍ତାହରୁ ପ୍ରେଗେନେସି ହେବାର ଲକ୍ଷଣ ଦେଖା ଯାଇଥାଏ ତେବେ କଣ କରିବା ଉଚିତ । ଏହା ସହ ଯଦି ପ୍ରେଗେନେଣ୍ଟ ହେବାର ଗୋଟେ ମାସ ପରେ ଏହାର ଲକ୍ଷଣ ଦେଖାଯାଏ ତେବେ ଏଥିପାଇଁ କିଛି ଉପାୟ ଅବଲମ୍ବନ କରିବାକୁ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ ପ୍ରେ-ଗେ-ନେ-ନ୍ଟ ହେବାର ପ୍ରଥମ ସପ୍ତାହରୁ ଗୋଟେ ମାସ ମଧ୍ୟରେ କେଉଁ ଭଳି ଲକ୍ଷଣ ଦେଖା ଯାଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ମହିଳା ପ୍ରେଗେନେଣ୍ଟ ହୋଇଥାଏ ତେବେ ଶରୀରରେ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ । କିନ୍ତୁ ଶରୀର ଭିତରେ କୌଣସି ପରିବର୍ତ୍ତନ ହୁଏ ନାହି । ପ୍ରଥମ ସପ୍ତାହରେ ମହିଳାଙ୍କ ଗର୍ଭରେ ଭୃଣ ତିଆରି ଆରମ୍ଭ ହୋଇଥାଏ । ପ୍ରେଗନେନ୍ସିର ଆରମ୍ଭରେ ପିରିଏଡ ହୋଇ ନ ଥାଏ । ଏଥିରୁ ଜଣା ପଡେ ଯେ ମହିଳା ଜଣକ ପ୍ରେଗନେଣ୍ଟ ଅଛନ୍ତି ।

କିଛି ମହିଳାଙ୍କ କ୍ଷେତ୍ରରେ ଦୁଇ ସପ୍ତାହ ଯାଏଁ ହାଲକା ବ୍ରିଡିଙ୍ଗ ହୋଇଥାଏ । ଏପରି ହେଲେ ଆପଣ କିଡ ଆଣି ପ୍ରେଗେନେଂସୀର ଟେଷ୍ଟ କରି ପାରିବେ । ପିରିଏଡ ବନ୍ଦ ହେବାର ଦୁଇ ସପ୍ତାହ ପରେ ବାନ୍ତି ହେବା ଆରମ୍ଭ ହୋଇଥାଏ । ଏହା ସହ ମନ ଚଞ୍ଚଳ ହୋଇଥାଏ ତେବେ ଏହା ପ୍ରେଗନେନ୍ସିର ସଂକେତ ହୋଇଥାଏ । ଗର୍ଭବତୀ ମହିଳାଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ପାଚନ କ୍ରିୟା ଉପରେ ପଡିଥାଏ । ଯାହା ଦ୍ଵାରା ମହିଳାଙ୍କ ଠାରେ ଗ୍ଯାସ ସମସ୍ଯା ହୋଇଥାଏ ଯାହା ଏକ ମାସରୁ ନଅ ମାସ ଯାଏଁ ରହିଥାଏ । ଗର୍ଭବତୀ ମହିଳାଙ୍କ ଠାରେ ପ୍ରାରମ୍ବରୁ ମୁହଁର ସ୍ଵାଦ ବଦଳିଥାଏ ।

ଏହା ଦ୍ଵାରା ଯାହା ଖାଦ୍ୟ ଖାଇଥାଉ ତାହାର ଟେଷ୍ଟ ଜଣା ପଡେ ନାହି । ବିଶେଷ କରି ଖଟା ଖାଦ୍ଯ ଖାଇବାକୁ ଭଲ ଲାଗିଥାଏ । ଏହା ସହ ଗର୍ଭବତୀ ହେଲେ ଶରୀରରେ ହରମୋନ ବଦଳିଥାଏ । ଯାହା ଦ୍ଵାରା ପାଚନ କ୍ରିୟା ଦୁର୍ବଳ ହେବାରୁ ମହିଳାଙ୍କ ଠାରେ କୋଷ୍ଠ କାଠିନ୍ଯ ସମସ୍ଯା ଦେଖାଯାଏ । ପ୍ରେଗନେନ୍ସି ସମୟରେ ବାରମ୍ବାର ମୁତ୍ର ସମସ୍ଯା ହୋଇଥାଏ । ମହିଳାଙ୍କର ଛାତିରେ ପରିବର୍ତ୍ତନ ହେବା ପ୍ରେଗେନେଂସୀର ଆରମ୍ଭ ଲକ୍ଷଣ ହୋଇଥାଏ । ଏହା ସହ ମୁଣ୍ଡ ବିନ୍ଧା ହୋଇଥାଏ କାରଣ ହରମୋନ ଶରୀରରେ ବଦଳିଥାଏ ।

ଏହା ସହ ମହିଳାଙ୍କ ଠାରେ ସ୍ଵଭାବର ପରିବର୍ତ୍ତନ ହୋଇଥାଏ । ଯେମିତି କି ଜଲ୍ଦି ରାଗିବା, ଚି-ଡ଼ି-ଚି-ଡା ହେବ, ଜଲ୍ଦି ଥକିଯିବା ଆଦି ଲକ୍ଷଣ ଦେଖାଯାଏ । ଏହି ସବୁ ଲକ୍ଷଣ ଦେଖାଗଲେ ଆପଣ ପ୍ରେଗନେନ୍ସି କିଡ ଆଣି ଟେଷ୍ଟ କରନ୍ତୁ । ଏହା ପରେ ନିଜର ଖାଦ୍ୟପାନ ଉପରେ ଧ୍ୟାନ ଦିଅନ୍ତୁ । ଏହା ସହ ଅଧିକ ଥଣ୍ଡା ବା ଗରମ ଖାଦ୍ୟର ସେବନ କରିବା ଅନୁଚିତ । ଏହି ସମୟରେ ସବୁଜ ପନିପରିବା ଓ ଫଳ ସେବନ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *