Chanakya Niti: ଏହି 3ଟି କାମ କରିବା ସମୟରେ ପୁରୁଷଙ୍କୁ ଲାଜ କରିବା ଉଚିତ ନୁହେଁ, ଏକୁଟିଆ ଦେଖନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଜଣେ ମହନି ଜ୍ଞାନୀ ଯିଏ ନିଜ ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ସେ ତାଙ୍କର ରଚିତ ଚାଣକ୍ୟ ନୀତି ରେ ଏମିତି କିଛି ମହତ୍ଵ ପୂର୍ଣ୍ଣ କଥା ଲେଖିଛନ୍ତି ଯାହା ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆଣିବା ସହ ଉନ୍ନତି ମଧ୍ୟ ଆଣି ପାରିବ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ବ୍ୟକ୍ତି ନିଜ ଜୀବନରେ ଏମିତି କିଛି କାମ କରିବା ପାଇଁ ଡରିବା ଉଚିତ ନୁହେଁ । ବିଶେଷ କରି ପୁରୁଷ ମାନେ ଯଦି ଏହି କାମ କରିବାକୁ ଡରିଥାନ୍ତି ତେବେ ସେମାନେ ଜୀବନରେ ଉନ୍ନତି କରି ପାରନ୍ତି ନାହି ।

ତେବେ ଆସନ୍ତୁ ଜାଣିବା ସେହି କାମ ଗୁଡିକ କଣ ଯାହା ପୁରୁଷ ମାନେ କରିବା ପାଇଁ ଲଜ୍ୟା କରିବା ଅନୁଚିତ ଯାହା ଚାଣକ୍ୟ ନୀତିରେ ଉଲେଖ କରା ଯାଇଛି । ଅନେକ ସମୟରେ ପୁରୁଷ କିଛି କାମ କରିବାକୁ ମନରେ ଭୟ କରିଥାଏ ।

ଏପରି ହେବା ଦ୍ଵାରା ବ୍ୟକ୍ତି ଅନେକ ସମସ୍ୟାର ସମୁଖିନ୍ନ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ମଣିଷକୁ ଏହି ୩ଟି କାମ କରିବା ପାଇଁ ଡରିବା ଉଚିତ ନୁହେଁ । ପୁରୁଷ ଯେଉଁ ମହିଳାକୁ ପ୍ରେମ କରୁଥିବା ତେବେ ନିଜ ମନ କଥା କହିବାକୁ ଡରିବା ଉଚିତ ନୁହେଁ । ଯଦି ପୁରୁଷ ନାରୀକୁ ସଚ୍ଚା ଭଲ ପାଉଥିବ ବା ନାରୀ ପୁରୁଷକୁ ସଚ୍ଚା ପ୍ରେମ କରୁଥିବ ତେବେ ତୁରନ୍ତ ହାଁ କହିଦେବ ଉଚିତ ।

ଏଥିପାଇଁ ଡେରି କରିବା ଉଚିତ ନୁହେଁ । ଏହା ଛଡା ପୁରୁଷ ନିଜ ସ୍ତ୍ରୀ ସହ ସମ୍ପର୍କ ରଖିବାରେ ଲଜ୍ୟା କରିବା ଉଚିତ ନୁହେଁ । ଯଦି କୌଣସି ପୁରୁଷ ଏପରି କରିଥାଏ ତେବେ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ନିଜ ପ୍ରେମର ଇଜହାର କରିବା ପାଇଁ ବ୍ୟକ୍ତି ପଛଘୁଞ୍ଚା ଦେବା ଉଚିତ ନୁହେଁ । ନିଜ ସ୍ତ୍ରୀ ସହ ବ୍ୟକ୍ତି ମନ ଖୋଲି ପ୍ରେମ କରିବା ଉଚିତ । ପୁରୁଷର ଦିତୀୟ ଡର ହେଉଛି ଦରିଦ୍ରତା, ଦୁଖ ବା କଠୋର ପରିସ୍ଥିତିରେ ଡରିବା ଉଚିତ ନୁହେଁ ବୋଲି ଚାଣକ୍ୟ କହିଛନ୍ତି । ବ୍ୟକ୍ତି ଯେଉଁ ପରିସ୍ଥିତି ହେଇଥାଉ ନାଁ କାହିଁକି ନୀଡର ଭାବେ ସାମନା କରିବା ଉଚିତ । ବ୍ୟକ୍ତି ନିଜ ଜୀବନର ସମସ୍ଯାକୁ ସୁଧାରିବା ପାଇଁ ନିଜେ ଚେଷ୍ଟା ଜାରି ରଖିବା ଉଚିତ ।

ପୁରୁଷର ତୃତୀୟ ଡର ହେଉଛି ଯଦି ବ୍ୟକ୍ତି ଭିତର ମନରୁ କମଜୋର ଥିବ ଓ ନିଜ ସ୍ତ୍ରୀ ଆଗରେ ଏହି କମଜୋରିକୁ ପ୍ରକାଶ କରିବ ତେବେ ସ୍ତ୍ରୀ ର ମନୋବଳ ଭାଙ୍ଗି ଯାଇଥାଏ । ବ୍ୟକ୍ତି ନିଜ ସ୍ତ୍ରୀ ଆଗରେ ନିଜକୁ ଦୃଢ ଭାବେ ରଖିବା ଉଚିତ । ଏପରି ହେବା ଦ୍ଵାରା ସ୍ତ୍ରୀ ନିଜକୁ ସୁରକ୍ଷିତ ମାନେ କରିଥାଏ । ଯଦି ସ୍ଵାମୀ ଡରିଯାଇ ନିଜ ସ୍ତ୍ରୀ ଆଗରେ କିଛି କଥା ଲୁଚାଇ ଥାଏ ତେବେ ସେଥିପାଇଁ ଦାଂପତ୍ଯ ଜୀବନରେ ଖରାପ ପ୍ରଭାବ ପଡିଥାଏ । ତେଣୁ ପୁରୁଷ ମାନେ ଏହି କଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *