Weather Update: ଆସୁଛି ବାତ୍ୟା, ଏହି 4ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ଦକ୍ଷିଣ ଆଣ୍ଡାମନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଅନୁମାନ କରା ଯାଇଛି । ଏ ନେଇ ଡିସେମ୍ବର ୩ରୁ ୫ ତାରିଖ ଯାଏଁ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ଗଜପତି, ପୁରୀ, ଗଞ୍ଜାମ, ଜଗତସିଙ୍ଘପୁର ଏହି ୪ଟି ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ।

ଏହି ୪ଟି ଜିଲ୍ଲାରେ ପ୍ରବଳଋ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରା ଯାଉଛି । ଅନ୍ୟ ସବୁ ଜିଲ୍ଲା ଗୁକିରେ ବର୍ଷା ହେବାର ସମ୍ଭାବନା ନାହି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆସନ୍ତା ୪ରେ ଏହି ୪ଟି ଜିଲ୍ଲାକୁ ରେଡ ୱାର୍ନିଙ୍ଗ ଦିଆଯିବା ସହ ସବୁ ରାଜ୍ୟର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆ ଯାଇଛି । ଏହି ଜିଲ୍ଲା ଗୁଡିକରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରା ଯାଉଛି ।

କୋରାପୁର, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା ଆଦି ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି । ଆସନ୍ତା ୪ ରେ ଯାଜପୁର, ମାଲକାନାଗିରି, ବାଲେଶ୍ଵର, ଭଦ୍ରକ ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି ।

ଆସନ୍ତା ୪ ରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଏହି ସବୁ ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକ ରହିବ । ଆସନ୍ତା ୫ ରେ ବାତ୍ୟା ଯେତେବେଳେ ପହଞ୍ଚିବ ତାହା କେଉଁ ଆଡକୁ ଗତି କରିବ ତାହା ନେଇ କିଛି ସ୍ପଷ୍ଟ ହୋଇ ନାହି । କିନ୍ତୁ ୫ ରେ ଉତ୍ତର ଓଡିଶା ସହ ଉପକୂଳ କିଛି ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକ ରହିବ ବୋଲି କୁହା ଯାଉଛି ।

ଏଥିପାଇଁ ଅନେକ ଜିଲ୍ଲା ଗୁଡିକୁ ଅରେଞ୍ଜ ୱାର୍ନିଙ୍ଗ ଦିଆ ଯାଇଛି । ଏହି ସମୟରେ ସମସ୍ତ ପ୍ରଶାସନ ଓ ଲୋକ ମାନେ ପ୍ରସ୍ତୁତ ରହିବାକୁ ସତର୍କ କରା ଯାଇଛି । ଏହି ସମସ୍ୟାରେ ପୁରୀ, କଟକ, ଜଗତସିଙ୍ଘପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଆଦି ଜିଲ୍ଲା ଗୁଡିକୁ ଆସନ୍ତା ୫ ତାରିଖ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଛି ।

ଆସନ୍ତା ୫ ତାରିଖରେ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରୀୟ ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି । ଆସନ୍ତା ୫ରେ ଉତ୍ତର ଓଡିଶା ଓ ପୂର୍ବ ଓଡିଶାରେ ବିଶେଷ ବର୍ଷା ଦେଖାଯିବ ନାହି ।

ପାଣିପାଗ ବିଭାଗ ତରଫରୁ ଏହି ସବୁ ଜିଲ୍ଲା ଗୁଡିକରେ ଅରେଞ୍ଜ ଓ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି । ଏହା ସହ ପାହାଡିଆ ଅଞ୍ଚଳ ଗୁଡିକରେ ଅଧିକ ଦ୍ରୁଷ୍ଟି ଦେବା ପାଇଁ ପ୍ରଶାସନ କୁ ସତର୍କ କରା ଯାଇଛି । ଆସନ୍ତା ୪ ରେ ସମ୍ଭାବ୍ୟ ବାତ୍ୟା ଯେତେବେଳେ ଉପକୂଳ ଅଞ୍ଚଳରେ ପହଞ୍ଚିବ ସେହି ସମଯରେ ଏହି ସବୁ ଜିଲ୍ଲା ଗୁଡିକରେ ବର୍ଷା ସହ ପବନର ବେଗ ଅଧିକ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *