Special Report: କମ ବୟସରେ IPL ହିରୋ, 20 ଲକ୍ଷରୁ କୋଟି କୋଟି

ଆପଣ ମାନେ ଜାଣିଥିବେ ପରିଶ୍ରମ ଦ୍ଵାରା ଯେ କୌଣସି ସଫଳତା ହାସଲ କରି ହେବ । ଏହା ଦେଖିବାକୁ ମିଳିଛି ଆପିଏଲ ମ୍ଯାଚରେ । ଖୁବ କମ ସମୟରେ ନିଜକୁ ପରଫେକ୍ଟ କରି ଦେଖାଇଛନ୍ତି ଏହି ଯୁବ ଖେଳାଳି । ଯେଉଁଥି ପାଇଁ ୨୦୨୨ ଆପିଲରେ ସେମାନେ ହୋଇଛନ୍ତି ଷ୍ଟାର ଖେଳାଳି । ଫ୍ରାଞ୍ଚାଇସ ମାନେ ବଡ ବଡ ଖେଳାଳି ମାନଙ୍କୁ ହାତ ଛଡା କରି ମଧ୍ୟ ସେମାନଙ୍କୁ ଋଟର୍ନ କରିଛନ୍ତି ।

କାରଣ ସେମାନେ ନିଜର ପର୍ଫୋମାଂସ ବଳରେ କେବଳ ଫ୍ୟାନ୍ସ ମାନଙ୍କୁ ନୁହେଁ ବରଂ ଫ୍ରାଞ୍ଚାଇସ ମାନଙ୍କ ହୃଦୟ ଜିଣିଛନ୍ତି । ସେମାନେ ହେଉଛନ୍ତି କୋଲକାତାର ଷ୍ଟାର ଅଲରାଉଣ୍ଡର ଭେଙ୍କେତସ୍ଵର ଆୟର ଓ ଚେନ୍ନାଇର ଷ୍ଟାର ବ୍ୟାଟ୍ସମ୍ୟାନ ଋତୁରାଜ ଗାଇକ୍ୱାର୍ଡ । ଆପିଏଲ ମ୍ଯାଚ ଆରମ୍ଭ ପୂର୍ବରୁ ଦୁହେଁ ଥିଲେ ଅପରିଚିତ ନାଁ । ଉଭୟଙ୍କୁ ନିଜ ନିଜ ଟିମ ୨୦ ଲକ୍ଷ ଟଙ୍କାରେ କିଣିଥିଲେ ।

ହେଲେ ଗୋଟିଏ ବର୍ଷ ମଧ୍ୟରେ ପ୍ରଦର୍ଶନ କରି ଟିମରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଆଉ ୨୦ ଲକ୍ଷ ବଦଳରେ କୋଟି କୋଟି ଟଙ୍କା ଦେଇ ଦଳ ସେମାନଙ୍କୁ ଋଟର୍ନ ରଖିଛନ୍ତି । ଭେଙ୍କେଟସ୍ଵର ଆୟର ୨୦୨୧ ଆପିଏଲ ଆରମ୍ଭ ପୂର୍ବରୁ ଥିଲା ଅପରିଚିତ ନାଁ ।

ତାଙ୍କର କଠିନ ମେହନତ ତାଙ୍କୁ ଅଲଗା ପରିଚୟ ଦେଇଥିଲା । ଏବେ ସେ ହୋଇଛନ୍ତି ଆପିଏଲର ହିରୋ । ୨୦୨୧ ଆପିଏଲ ସମୟରେ ତାଙ୍କୁ ୨୦ ଲକ୍ଷ ବେଶ ପ୍ରାଇସରେ କୋଲକାତା କିଣିଥିଲା । ପ୍ରଥମେ ତାଙ୍କୁ ସୁଯୋଗ ମିଳି ନ ଥିଲା କିନ୍ତୁ ସେ ଠିକ ସମୟର ଅପେକ୍ଷାରେ ଥିଲେ ।

୨୦୨୧ ଆପିଏଲର ପ୍ରଥମ ପର୍ଯ୍ୟାୟରେ ଦଳର ବାହାରେ ରହିଥିଲେ ମଧ୍ୟ ଅଭ୍ଯାସ ଜାରି ରଖିଥିଲେ ଭେଙ୍କେଟସ୍ଵର । ନେଟ୍ସରେ ସୁନୀଲ ନାରୀନ, ପ୍ୟାଟ କୁମିନ୍ସଙ୍କୁ ପ୍ରବଳ ଧୁଲେଇ କରିଥିଲେ ଯାହାକୁ ଦେଖି ତାଙ୍କୁ ଆପିଏଲରେ ଦିତୀୟ ପର୍ଯ୍ୟାୟରେ ଓପନିଂ କରିବାକୁ ମୌକା ମିଳିଥିଲା ।

ପ୍ରଥମ ପର୍ଯ୍ୟାୟରେ ଆପିଏଲରେ ପ୍ଲେ ଅଫ ରେଶରେ ବାଦ ପଡିଥିବା କୋଲକାତାକୁ ନିଜର ଦମଦାର ପ୍ରଦର୍ଶନ ବଳରେ ଫାଇନାଲ ଯାଏଁ ନେଇଥିଲେ ଭେଙ୍କେଟସ୍ଵର । ଗତ ଆପିଏଲରେ କୋଲକାତା ପାଇଁ ୧୦ଟି ମ୍ଯାଚ ଖେଳିଥିଲେ ଭେଙ୍କେଟେଶ । ଏଥିରେ ସେ ୩୭୦ରନ କରିଥିବା ବେଳେ ୪ଟି ଅରଧ ଶତକ ହାସଲ କରିଥିଲେ ।

ତାଙ୍କର ଏହି ସଫଳତା ଦଳର ଷ୍ଟାର ଖେଳାଳୟ ଭାବେ ପରିଚୟ କରିଛି । ସେହିପରି ଋତୁରାଜ ଗାଇକ୍ୱାର୍ଡ ମଧ୍ୟ କମ ସମୟରେ ମଧ୍ୟ ଦମଦାର ପ୍ରଦର୍ଶନ ଦେଇଛନ୍ତି । ୨୦୨୦ ଆପିଏଲରେ ଯେବେଳେ ଚେନ୍ନାଇ ଖରାପ ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଥିଲା ସେହି ସମୟରେ ଋତୁରାଜଙ୍କୁ ମୌକା ଦିଆ ଯାଇଥିଲା ।

ଶେଷ କେତୋଟି ମ୍ଯାଚରେ ଦଳ ପାଇଁ ଖେଳି ଧୂଆଁଦାର ବ୍ୟାଟିଂ କରିଥିଲେ । କିନ୍ତୁ ସେତେବେଳକୁ ଦଳ ପ୍ଲେ ଅଫରୁ ବାଦ ପଡି ସାରିଥିଲା । ୨୦୨୧ ଆପିଏଲର ପ୍ରଥମ ପର୍ଯ୍ୟାୟରେ ଓପନିଂ କରି ଦଳକୁ ବିଜୟ ଦେଇଥିଲେ । ସେ ୨୦୨୧ର ଅରେଞ୍ଜ କ୍ୟାପ ବିଜେତା ଭାବେ ପରିଚିତ ହୋଇଥିଲେ । ଚେନ୍ନାଇ ଦଳ ତାଙ୍କୁ ଯେଉଁ ବିଶ୍ବାସର ସହ ଦାୟିତ୍ଵ ଦେଇଥିଲା ତାହା ପୁରା କରିବାରେ ସଫଳ ହୋଇଛନ୍ତି ଋତୁରାଜ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *