ଆସିଲା ବଡ ଦୁଃଖ ଖବର, ଏହି ଫେମସ ଅଭିନେତ୍ରୀଙ୍କର ହେଲା ପରଲୋକ… ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଲହରୀ

ଫିଲ୍ମ ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ରିପୋର୍ଟ ଅନୁସାରେ କୁହାଯାଉଛି କି ଫିଲ୍ମ ଜଗତର, ଥିଏଟର ଦୁନିଆର ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତ୍ରୀ ସ୍ୱାତିଲେଖା ସେନଗୁପ୍ତାଙ୍କ ଗତକାଲି ଦେହାନ୍ତ ହୋଇଛି । କଲିକତାରେ ସ୍ୱାତିଲେଖା ସେନଗୁପ୍ତା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାରଣରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

କହିଦେଉଛୁ କି କିଡନୀରେ ତାଙ୍କର ସମସ୍ୟା ଥିବା କାରଣରୁ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିଲେ । କିନ୍ତୁ ୭୧ ବର୍ଷ ବୟସରେ ସେ ଗତକାଲି ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ଏହି ଖବର ଆସିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଫିଲ୍ମ, ଟିଭି ଓ ଥିଏଟର ଦୁନିଆର ବହୁତ ବଡ ବଡ ଅଭିନେତ୍ରୀମାନେ ତାଙ୍କର ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହା ଏକ ବଡ କ୍ଷତି ବୋଲି କହିଛନ୍ତି ।

କହିଦେଉଛୁ କି ଥିଏଟର ଜଗତରେ ସ୍ୱାତିଲେଖା ସେନଗୁପ୍ତା ଏବଂ ତାଙ୍କ ସ୍ୱାମୀ ରୁଦ୍ରପ୍ରସାଦ ସେନଗୁପ୍ତାଙ୍କ ବହୁତ ଅବଦାନ ଅଛି । ରୁଦ୍ରପ୍ରସାଦ ସେନଗୁପ୍ତା ଓ ସ୍ୱାତିଲେଖା ସେନଗୁପ୍ତାଙ୍କ ଗୋଟିଏ ଝିଅ ବି ଅଛି ଯାହାର ନାଁ ସୋହିନୀ । ସ୍ୱାତିଲେଖା ସେନଗୁପ୍ତା ବଙ୍ଗୀୟ ଥିଏଟର କ୍ଷେତ୍ରରେ ସବୁଠୁ ଚର୍ଚିତ ଅଭିନେତ୍ରୀ ଅଟନ୍ତି । କହିଦେଉଛୁ କି ସ୍ୱାତିଲେଖା ସେନଗୁପ୍ତାଙ୍କ ଝିଅ ସୋହିନୀ ମଧ୍ୟ ଜଣେ ଲୋକପ୍ରିୟ କଳାକାର ଅଟନ୍ତି ଓ ତାଙ୍କର ଅଭିନୟ ପାଇଁ ବି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଟନ୍ତି ।

ସୋହିନ କହିଛନ୍ତି କି ମୋ ମା ଜଣେ ମହାନ ମଣିଷ ଓ ମହାନ କଳାକାର ଥିଲେ । ତାଙ୍କର ଅଭିନୟ ଓ ତାଙ୍କର ସମସ୍ତ କାର୍ଯ୍ୟ ସବୁଦିନ ପାଇଁ ମୋ ମନରେ ସ୍ମୃତି ହୋଇ ରହିବ । କହିଦେଉଛୁ କି କେବଳ ତାଙ୍କର ଝିଅ ନୁହନ୍ତି ଦର୍ଶକମାନେ ବି ତାଙ୍କର ଅଭିନୟକୁ ପ୍ରତି ବହୁତ ଆକର୍ଷିତ ହୋଇଯାଆଥନ୍ତି । ସେ ଅଭିନୟ କ୍ଷେତ୍ରକୁ ବହୁତ କିଛି ଦେଇଛନ୍ତି । କହିଦେଉଛୁ କି ସ୍ୱାତିଲେଖା ସେନଗୁପ୍ତା ଜଣେ ସ୍ଵର୍ଣ ପଦକ ବିଜେତା ମଧ୍ୟ ଥିଲେ । ସେ ପ୍ରାୟତଃ ବହୁତ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି ।

ସ୍ୱାତିଲେଖା ସେନଗୁପ୍ତାଙ୍କ ଜନ୍ମ ୨୨ ମେ ୧୯୫୦ରେ ଆଲ୍ହାବାଦ ଉତ୍ତର ପ୍ରଦେଶରେ ହୋଇଥିଲା । ଏହା ପରେ ସେ ୧୯୭୦ରେ ଥିଏଟର ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ସତ୍ୟଜିତ ରାୟଙ୍କ ‘ଘରେ ବଏରେ’, ନନ୍ଦିତା ରୟ-ଶିବୋପ୍ରସାଦ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବେଲା ଶେଷ’, ‘ବେଲାସୁରୁ’ ଓ ରାଜ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ, ‘ଧର୍ମଯୁଦ୍ଧ’ ଭଳି ଫିଲ୍ମରେ ଅଭିନୟ କରି ସମସ୍ତଙ୍କର ହୃଦୟ ଜିତି ଥିଲେ ।

କହିଦେଉଛୁ କି ସେ ବେଙ୍ଗଲି ଅଭିନେତ୍ରୀ ରୂପରେ ଥିଏଟର ଜଗତରେ ବହୁତ ହିଁ ଚର୍ଚିତ, ପ୍ରସିଦ୍ଧ ଓ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କହିଦେଉଛୁ କି ଭାରତୀୟ ଥିଏଟରରେ ତାଙ୍କର ଅବଦାନ ପାଇଁ ପଶ୍ଚିମ ବଙ୍ଗ ନାଟ୍ୟ ଏକାଡେମୀ ପୁରସ୍କାର ଓ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଦ୍ଵାରା ତାଙ୍କୁ ୨୦୧୧ ରେ ସମ୍ମାନିତ ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *