ଏହି ଦେଶରେ ୧୦ ହଜାର ଲୋକ ସରକାରଙ୍କଠୁ ମାଗିଲେ ଇଛାମୃତ୍ୟୁ, ଜାଣନ୍ତୁ କାହିଁକି

ଲମ୍ବା ଜୀବନ ବଞ୍ଚିବାର ଆଶା ସମସ୍ତଙ୍କର ଥାଏ । ହେଲେ କିଛି ଲୋକ ବଡ଼ ବଡ଼ ରୋଗରେ ପୀଡିତ ଥିବା କାରଣରୁ ସରକାରଙ୍କ ଠାରୁ ଇଛାମୃତ୍ୟୁର ଅନୁମତି ମାଗିଥାନ୍ତି । ହେଲେ ଏମିତି ଗୋଟେ ଦେଶ ଅଛି ଯେଉଁଠି ଜଣେ ଦିଜଣ ଲୋକ ନୁହେଁ, ବରଂ ୧୦,୧୫୬ ଲୋକ ଇଛାମୃତ୍ୟୁର ଅନୁମତି ମାଗିଥିଲେ । ସମସ୍ତଙ୍କର ବୟସ ମାତ୍ର ୫୫ ବର୍ଷରୁ ଅଧିକ ହେବ ତଥାପି ସେମାନେ କାହିଁକି ଇଛା ମୃତ୍ୟୁ ଚାହୁଛନ୍ତି ଆସନ୍ତୁ ଜାଣିବା ।

ଆମେ ଯେଉଁ ଦେଶର ଲୋକ ବିଷୟରେ କହିବାକୁ ଯାଉଛୁ ସେହି ଦେଶର ନାମ ହେଉଛି ନେଦରଲ୍ୟାଣ୍ଡ ।

ଶୁକ୍ରବାର ଦିନ ସାଂସଦ ଗୃହରେ ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଉଚ୍ଚ ସାଂସଦ କ୍ରିଶ୍ଚିୟନ୍ ଡ୍ରିମୋକେଟ୍ ହ୍ୟୁଗୋ ଡି ଜୋଙ୍ଗ ଏକ ରିପୋର୍ଟରେ କହିଛନ୍ତି ନେଦରଲ୍ୟାଣ୍ଡ ର ଇଛାମୃତ୍ୟୁ ମାଗିଥିବା ଲୋକ ଗମ୍ଭୀର ରୋଗ ରେ ପୀଡ଼ିତ ତେଣୁ ସେ ନିଜ ଜୀବନ ନିଜେ ଶେଷ କରିବାକୁ ଚାହୁଛନ୍ତି। ବେନ୍ ବିଜଗାର୍ଡେନ୍ କମିଶନ ଏହି ଇଛାମୃତ୍ୟୁର ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ ଡି ଜୋଙ୍ଗ କହିଛନ୍ତିକି ଏହା ସରକାର ଓ ସମାଜ ପାଇଁ ପ୍ରମୁଖ ସାମାଜିକ ସମସ୍ୟା । ଏହା ଉପରେ ଶୀଘ୍ର ନିର୍ଣ୍ଣୟ ନେବାକୁ ହେବ। ସେ କହିଛନ୍ତି କି ସରକାର ଇଛାମୃତ୍ୟୁ ମାଗିଥିବା ଲୋକଙ୍କୁ ସାହାଯ୍ୟ କରିବା ସହିତ ବଞ୍ଚିବା ପାଇଁ ପ୍ରେରଣା ଦେବା ଉଚିତ୍।ନେଦରଲ୍ୟାଣ୍ଡ ଇଛାମୃତ୍ୟୁକୁ ପ୍ରତିବନ୍ଧିତ କରିବାର ଦୁନିଆର ପ୍ରଥମ ଦେଶ ଥିଲା।

ରିପୋର୍ଟ୍ ଅନୁସାରେ, ୨୦୦୧ ମସିହାରେ ଦେଶର ବହୁତ ସଂଖ୍ୟାର ଲୋକ ଇଛାମୃତ୍ୟୁ ମାଗିଥିଲେ ଓ ସେବେଠୁ ସଂଖ୍ୟା ବଢ଼ି ଚାଲିଛି । ଏଥିପାଇଁ ସରକାର ଏଥିରେ ପ୍ରତିବନ୍ଧ ଲଗେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *