ନମସ୍କାର ବନ୍ଧୁଗଣ । ଏବେ ବିଜେପି ତରଫରୁ ଏକ ନୂଆ ଘୋଷଣା କରାଯାଇଛି । ଯେବେଠୁ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେବେଠୁ ସେ ଦେଶ ପାଇଁ କିଛି ନା କିଛି ବଡ କାମ କରି ଚାଲିଛନ୍ତି । ଏମିତି କି ଏହି କିଛି ଦିନ ତଳେ ସେ ଏକ ଇତିହାସ ରଚିବାର କାମ କରିଛନ୍ତି ଓ ତାହା ହେଲା ଜମ୍ମୁ-କାଶ୍ମରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ । ତାଙ୍କର ଏହି ବଡ ପସକ୍ଷପରେ ସାରା ଦେଶ ବସି ତାଙ୍କୁ ସମର୍ଥନ କରିଥିଲେ । ତାଙ୍କର ଯେତେ ବିରୋଧୀ ଥିଲେ ମଧ୍ୟ ତାଙ୍କର ପ୍ରଶଂସକ କିନ୍ତୁ ଅଧିକା ।
ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିନ ଅଟେ । ତେବେ ଏହି ଅବସରରେ ତାଙ୍କ ଜନ୍ମ ଦିନର ପୂର୍ବ ସାତ ଦିନକୁ ନେଇ ଏକ ଦିବସ ବୋଲି ଘୋଷଣା କରାଯାଇଛି । ଯାହାକୁ ‘ସେବା ସପ୍ତାହ‘ ଦିବସ ରୂପେ ପାଳନ କରାଯିବ । ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧୪ରୁ ୨୦ ତାରିଖ ମଧ୍ୟରେ ଥିବା ଦିନଗୁଡିକୁ ‘ସେବା ସପ୍ତାହ‘ ଦିବସ ରୂପେ ପାଳନ କରାଯିବ ବୋଲି ଆଲୋଚନା କରାଯାଇଛି ।
Bharatiya Janata Party to celebrate Prime Minister Narendra Modi's birthday on 17 September by observing 'serve the people week/Seva Saptah' from 14-20 September. (File pic) pic.twitter.com/X73d32L3i9
— ANI (@ANI) August 29, 2019
ତେବେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦେଶରେ ପିଏମ ମୋଦିଙ୍କ ଜନ୍ମଦିନକୁ ସେବା ଦିବସ ରୂପେ ମହାସଚିବ ଅରୁଣ ସିଂହ ଘୋଷଣା କରିଛନ୍ତି । ଘୋଷଣା ସମୟରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ସଭାରେ ଉପସ୍ଥିତ ଥିଲେ । ସେପ୍ଟେମ୍ବର ୧୭ ତାରିଖ (ମୋଦିଙ୍କ ଜନ୍ମଦିନ)ରେ ନିଜ ନିଜ ଅଞ୍ଚଳରେ ସମସ୍ତ ସ୍ଥାନଙ୍କୁ ସଫା କରିବାଠୁ ଆରମ୍ଭ କରି ସମସ୍ତ ହସ୍ପିଟାଲ ରେ ରୋଗୀଙ୍କ ପାଇଁ ଉନ୍ନତ ମାନର ଚିକିତ୍ସା ଓ ସବୁ ସ୍ଥାନରେ ବୃକ୍ଷ ରୋପଣ ଆଦି କାର୍ଯ୍ୟକର୍ମ ହେବ ବୋଲି ଘୋଷଣା କରାଯାଇଛି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।