ଏହି ଦିବ୍ୟ ଓ ଚମତ୍କାରି ଗଛ ର କେବଳ ଗୋଟିଏ ଡାଳ ଗରିବକୁ କରିଦେବ କୋଟିପତି

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ବହୁତ ଗଛ ଗୁଡିକ ର ଡାଳ, ପତ୍ର, ଫୁଲ, ଫଳ, ଚେର ଆଦି ଗୁଡିକ ର ଚମତ୍କାରୀ ଗୁଣ ବିଷୟରେ ବର୍ଣ୍ଣିତ ଅଛି । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ର ଚମତ୍କାରୀ ବିଷୟରେ ଜଣାଇବୁ ଯାହା କି ଆପଣଙ୍କୁ ଆପଣଙ୍କ ହାତ ପାହାନ୍ତା ରେ ମିଳିଯିବ । ଯାହା ବିଷୟରେ ଆପଣ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ହେବେ । ଡାଳିମ୍ବ ଯାହା କି ମାତା ଲକ୍ଷ୍ମୀ, ମାତା ଦୁର୍ଗା ଏବଂ ମାତା କାଳୀ ଙ୍କ ପାଖରେ ପୂଜା ହୋଇଥାଏ । ଯେହେତୁ ବର୍ତ୍ତମାନ ଡ଼ାଳିମ୍ବ ବିଷୟରେ କଥା ହେଉଛୁ ତେବେ ଏହା ଆମ ଶରୀର ପାଇଁ ବହୁତ ହିଁ ଭଲ ହୋଇଥାଏ ।

ଏହାକୁ ଜଣେ ବ୍ୟକ୍ତି ଯଦି ପ୍ରତିଦିନ ଖାଇଥାଏ ତେବେ ତାର ସମସ୍ତ ପ୍ରକାର ରୋଗ ଦୂର ହୋଇଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଗଛ ର ଫଳ ନୁହେଁ ବରଂ ତା ଡାଳ ବିଷୟରେ କିଛି ଚମତ୍କାରୀ ଗୁଣ କହିବୁ । ଆପଣ ମାନେ ଏହା ଶୁଣିଥିବେ କି ଡାଳିମ୍ବ ଗଛ ରେ ସ୍ୱୟଂ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ତେଣୁ ବହୁତ ଲୋକ ଏହାକୁ ଘରେ ରଖି ପୂଜା କରିଥାନ୍ତି । ଏହାକୁ ଘରେ ରଖିବା ଦ୍ବାରା ଘରେ ସକାରତ୍ମକ ଶକ୍ତି ର ଆଗମନ, ସୁଖ ସମ୍ପତ୍ତି , ଧନ ର ଆଗମନ ଆଦି ବିଭିନ୍ନ ପ୍ରକାର ଶୁଭ ଶକ୍ତି ଜିନିଷ ର ଆଗମନ ହୋଇଥାଏ ।

ଆପଣ ଆପଣଙ୍କ ପାଇଁ ଏହି ଗଛ ର ଡାଳ ମଧ୍ୟ ବ୍ୟବହାର କରିପାରିବେ । ଯେଉଁଦିନ ରାହୁ ଗ୍ରହ ତାର ସ୍ଥାନ ପରିବର୍ତ୍ତନ କରିଥାଏ ସେହିଦିନ ଆପଣ ଏହି ଗଛର ଖଣ୍ଡେ ଡାଳ କୁ ଛିଡ଼ାଇ ଆଣନ୍ତୁ ଏବଂ ତା ପରେ ସେହି ଗଛ କୁ କ୍ଷମା ମାଗିବେ କାରଣ ସେହି ଗଛରେ ଭଗବାନ ବାସ କରନ୍ତି । ଆଣିସାରିବା ପରେ ସେ ଡାଳ କୁ ଠାକୁର ପାଖରେ ରଖି ଦୀପ ଧୂପ ଚନ୍ଦନ ହଳଦୀ ଅରୁଆ ଚାଉଳ ଆଦି ଦେଇ ପୂଜା କରନ୍ତୁ ।

ତା ପରେ ତାକୁ ଗୋଟେ ନାଲି କପଡ଼ାରେ ଗୁଡ଼ାଇ ରୂପା ଲକେଟ ରେ ଲଗାଇ କଳା ସୂତା ସାହାଯ୍ୟ ରେ ଏହାକୁ ଧାରଣ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଶରୀର ବହୁତ ସୁସ୍ଥ ରହିବ ଏବଂ ଆପଣଙ୍କ ର ସବୁକିଛି ଶୁଭ ହେବ । ଏହାକୁ ଆପଣ ପିନ୍ଧିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରୁହେ ସବୁ ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ , ଆପଣ ସବୁବେଳେ ଖୁସି ଅନୁଭବ କରିଥାନ୍ତି । ଆପଣ ଆପଣଙ୍କ ସବୁ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି ।

ଏହାର ଆଉ ଏକ ଫାଇଦା ମଧ୍ୟ ଅଛି ଯଦି ଆପଣ ସ୍ୱାମୀ ସ୍ତ୍ରୀ ଦୂରେଇ ଯାଇଥାନ୍ତି , ପ୍ରେମିକ ପ୍ରେମିକା ଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ , ଜଣେ ଆଉ ଜଣଙ୍କୁ ତା ମନର କଥା କହିପାରୁ ନାହିଁ ତେବେ ଏହା ସେଥିପାଇଁ ମଧ୍ୟ ସାହାଯ୍ୟ କରିଥାଏ । ଏମାନଙ୍କ ପାଇଁ ଏହା ବହୁତ ଶୁଭମୟ ଅଟେ । ଏହାକୁ ହାତରେ ବାନ୍ଧିବା ଦ୍ବାରା ସମସ୍ତେ ଆପଣଙ୍କ ବଶ ରେ ରହିଥାନ୍ତି । ଏହି ଡାଳ କୁ ଠାକୁର ଘରେ ନାଲି କପଡ଼ାରେ ରଖି ପୂଜା କରିବା ଦ୍ବାରା ଧନ ର ପ୍ରଚୁର ଲାଭ ପ୍ରାପ୍ତି ହୋଇଥାଏ ।

ବିଦ୍ୟାର୍ଥୀ ମାନଙ୍କ ର ଯଦି ପାଠ ହେଉନାହିଁ ତେବେ ଆପଣ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ଏହାଦ୍ବାରା ଆପଣଙ୍କ ର ବିଦ୍ୟା ମଧ୍ୟ ଭଲ ହୋଇଥାଏ । ତେବେ ଏହି ଗଛର ଡାଳ ଦ୍ବାରା ଆପଣଙ୍କ ର ଅନେକ ପ୍ରକାର ଉପକାର ହୋଇଥାଏ । ଆପଣ ପ୍ରଚୁର ଧନ ଲାଭ କରିବା ସହ ସବୁ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣମାନଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *