Special Story: ଏମିତି ଏକ ଗାଁ, ଯେଉଁଠି ନାହାନ୍ତି ଗୋଟେ ବି କରୋନା ରୋଗୀ

କରୋନା ବର୍ତମାନ ଦ୍ଵିତୀୟ ଲହରୀ ହାହାକାର ମଚେଇଛି, ଲୋକଙ୍କ ଜୀବନ ମୂଲ୍ୟ କଣ ତାହା ବର୍ତମାନ ଦେଖିବାକୁ ମିଳିଛି । କେତେକ ଘର ମୁଖ୍ୟ ଅର୍ଥ ଯୋଗାଡ କରୁଥିବା ଲୋକଙ୍କ ନିଧନ ହୋଇ ଯାଇଛି ଯାହା ଦ୍ଵାରା ସେହି ଘର ଲୋକ ମାନେ ବେସାହାରା ହୋଇଛିନ୍ତି ।

କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏବେ ବି ଓଡିଶାରେ ଗଜପତି ଜିଲ୍ଲାରେ କିଛି ଗାଁ ଅଛି ଯେଉଁଠାରେ ଲୋକଙ୍କୁ ଛୁଇଁ ପାରି ନାହିଁ କରୋନା । ତେବେ ବର୍ତମାନ ସ୍ଥିତି ରେ ହସ୍ପିଟଲ ମାନଙ୍କରେ ବେଡ ମିଳିବା ବହୁତ କଷ୍ଟ ହସ୍ପିଟଲ ମାନଙ୍କରେ ଆକ୍ସିଜନ ଅଭାବ ରହୁଛି କାହିଁକିନା ଏତେ ଶିରିଆସ ରୋଗୀ ରହୁଛନ୍ତି । ତେବେ ଏହି ଗାଁ ଗୁଡିକ ବିଷୟରେ ଆସନ୍ତୁ ବିସ୍ତାର ସହ ଜାଣିବା କେମିତି କରୋନା ଏହି ସ୍ଥାନକୁ ଛୁଇଁ ପାରି ନାହିଁ ।

ଗଜପତି ଜିଲା ର କିଛି ଗାଁ ଯାହା ନାମ ତଳ ତାମ ସିଂହ, ଉପର ତାମ ସିଂହ, ଉପର ତାଙ୍ଗୁଡା ଆଉ ତଳ ତାଙ୍ଗୁଡା ଏହି ଗାଁ ଗୁଡିକରେ ଜଣେ ବି ବ୍ୟକ୍ତି କରୋନା ଦ୍ଵାରା ସଂକ୍ରମିତ ନାହାନ୍ତି, ତେବେ ଏହା ନୁହଁ ଯେ ଗାଁ ବାହାରକୁ କେହି ଯାଉ ନାହାନ୍ତି ବା ବାହାର ଜାଗାରୁ କେହି ଆସି ନାହାନ୍ତି ତେବେ ବି ଏହି ଗାଁରେ କାହାକୁ ବି ସଂକ୍ରମଣ ଛୁଇଁ ପାରି ନାହିଁ । ଏହି ସବୁ ଗାଁର ସଂଖ୍ୟା ବର୍ତମାନ ୫୦୦ ଠାରୁ ଅଧିକ ଅଟେ କିନ୍ତୁ କାହାକୁ କିଛି ହବାର ଜଣା ପଡି ନାହିଁ ।

ତେବେ ଏଠାର ସରକାରୀ କର୍ମଚାରୀ ମାନଙ୍କ କହିବା ଅନୁଯାଇ ଗାଁ ଲୋକେ ନିଜେ ସତରକ ରହିଛନ୍ତି ଆଉ ବାହାରୁ ଆସୁଥିବା ଲୋକଙ୍କୁ ଆଇସୋଲେସନ ରୁମରେ ରଖିବା ସହ ଗୋଟେ ମାସ ପରେ ତାଙ୍କ ସହ ମିସୁଛନ୍ତି ଏହା ସହ ଯିଏ ଗାଁ ବାହାରକୁ ଯାଉଛନ୍ତି ସେ ସାବଧାନ ହୋଇ ଯାଉଛନ୍ତି ଆଉ ସୁରକ୍ଷିତ ଫେରିବା ପାଇଁ କାହା ସହ ମିଶୁ ନହନ୍ତି ତେବେ ବର୍ତମାନ ସ୍ଥିତି ପାଇଁ ଏହା ବହୁତ ବଡ ଖୁସି ଖବର ଅଟେ ଯେ ଗାଁ ଲୋକ ହୋଇ ସେ ବହୁତ ବଡ କାମ କରି ଦେଖାଇଛନ୍ତି ।

ଆଉ ଏକ ଗାଁ ଅଛି ଯାହା କୋରାପୁଟ ଜିଲାରେ ଅଟେ ଯାହା ନାମ ହେଲା ହନୁମାଳ ଗାଁ ଏଠାରେ ମଧ୍ୟ କରୋନା ସଂକ୍ରମିତ ଲୋକ ଜମା ନାହାନ୍ତି । ଏହି ଗାଁ ଲୋକ ମାନେ ବହୁତ ଶିକ୍ଷିତ ନହେଲେ ମଧ୍ୟ ସରକାର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖୁଛନ୍ତି ଆଉ କାହା ଘରକୁ କେହି ଯାଉ ନାହାନ୍ତି ତେବେ ଏହି ସବୁ କଥା ମଣିବା ଦ୍ଵାରା ହନୁମାଳରେ ବର୍ତମାନ ପର୍ଯ୍ୟନ୍ତ ବି ଗୋଟେ ବି ସଂକ୍ରମିତ କେସ ଆସି ନାହିଁ ।

ତେବେ ନବରଂଗ ପୁର ଜିଲା ର ବାଲେଙ୍ଗା ଗାଁରେ ଗୋଟେ ବି ସଂକ୍ରମିତ ନାହାନ୍ତି । କାହିଁକିନା ଏଠାକ ବାସିନ୍ଦା ମାନେ କାହାକୁ ଗାଁରେ ପସିବାକୁ ଦେଉ ନାହାନ୍ତି ଆଉ ଗାଁ ଲୋକେ ଯିଏ ବାହାରୁ ଆସୁ ଛନ୍ତି ତାଙ୍କୁ ଆଇସୋଲେସନ ରୁମରେ ରକ୍ଷା ଯାଉଛି ଟେଷ୍ଟ ନେଗେଟିବ ଆସିଲା ପରେ ପରିବାର ପାଖକୁ ଛାଡୁଛନ୍ତି ଗାଁ ଲୋକେ ।

Leave a Reply

Your email address will not be published. Required fields are marked *