ଏହି ଘର ପାଇଁ ପ୍ରଧାନମନ୍ତ୍ରୀ Modi ଦେବେ ପ୍ରାଇଜ୍… ଜାଣନ୍ତୁ ଏମିତି କଣ ରହିଛି ଏହି ଘରେ ? ଦେଖିଲେ ଆଖି ଖୋସି ହେଇ ପଡିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଘର ଓ ଘର ଭିତର ଡିଜାଇନ ର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଏ ଘରର ଇଣ୍ଟେରିୟର ଡିଜାଇନକୁ ଟିକେ ଭଲରେ ଦେଖନ୍ତୁ । ୱାଲ ରୁ ଆରମ୍ଭ କରି ଘରର ଫ୍ଲୋର ଆଉ ସିଲିଙ୍ଗ ଏବଂ ଲାଇଟିଙ୍ଗ ଏ ସବୁ ଦେଖି ଜଣା ପଡୁଛି ଏହା କୌଣସି ଆଲିଶାନ ଘର ଠାରୁ କଣ ନୁହେଁ । ଥରେ ଏହାର ବାହାର ପଟକୁ ଦେଖନ୍ତୁ ପୁରା ଚକାଚକ । ଏହି ରଙ୍ଗ ଆଉ ଡିଜାଇନ ରାଜଧାନୀରେ ଥିବା ଲକ୍ଷ ଲକ୍ଷ ଟଙ୍କାରେ ତିଆରି ଘର ଠାରୁ କମ ନୁହେଁ ।

ଏହା ପରେ ଦେଖନ୍ତୁ ଏହି ଫଳକ କୁ କଣ ଭାବୁଛନ୍ତି ଦର୍ଶକ ବନ୍ଧୁ କଣ କିଛି ଭୁଲ ଦେଖିଲେ କି ? ଯାହା ଏହି ଭିଜୁଲାରେ ଦେଖୁଛନ୍ତି ତାହା ସତ । ଦର୍ଶକ ବନ୍ଧୁ ଏହି ଘରଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର । ଏହି ଘର ହେଉଛି ଗଜପତି ଜିଲ୍ଲା କାଶିନଗର ଗ୍ରାମର ଚାରି ନମ୍ବର ୱାର୍ଡରେ ବସବାସ କରୁଥିବା ପାଲାକି ସଂଜୀବ ରାଓଙ୍କ ଘର । ସେ ଜଣେ ଦିନ ମଜୁରିଆ ଆଉ ବାହାଘର ଆଦିରେ ରୋଷେଇ ଭାବେ କାମ କରି ଦୁଇ ପଇସା ରୋଜଗାର କରନ୍ତି । ବହୁତ ଦିନ ଯାଏଁ ଝୁମ୍ପୁଡି ଘରେ ଦିନ କାଟୁ ଥିଲେ

। ଆଉ ଏକ ପକ୍କା ଘର କରିବା ପାଇଁ ଦେଖୁଥିଲେ ସ୍ଵପ୍ନ । ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆବେଦନ କଲେ । ଆଉ ମିଳିଥିବା ଦୁଇ ଲକ୍ଷ ଟଙ୍କା ଆଉ ନିଜେ ମୂଳ ମଜୁରି  କରି ସଞ୍ଚିଥିବା କିଛି କିଛି ସାଧନ ରେ ଏବଂ ସହଯୋଗରେ ତିଆରି କରିଛନ୍ତି ନିଜ ସ୍ଵପ୍ନର ପ୍ରାସାଦ । ଏବେ ଏହି ଘର ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ପୁରସ୍କୃତ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ତେବେ ଏ ନେଇ ସଂଜୀବ କହିଛନ୍ତି, ୨୦୧୭ରେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିଲା ।

ମାତ୍ର ୯-୧୦ ମାସ ଭିତରେ ଘର ତିଆରି କରିଥିଲେ । ମୁଁ ଆଉ ମୋ ପରିଆବର ଏବେ ବେଶ ଖୁସି ରେ ଅଛୁ । ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବା ମୋର ହେଉଛି ସ୍ଵପ୍ନ । ଏହି ଘର ପାଇଁ ମୋତେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆସିଛି ନିମନ୍ତ୍ରଣ ଆଉ ପୁରସ୍କାର ମଧ୍ୟ ଦିଆଯିବ ଯାହା ପାଇଁ ଉଁ ବହୁତ ଖୁସି ରେ ଅଛି । ଏହି ସୁନ୍ଦର ଘଟି ଡିଜାଇନ ସେ ନିଜେ ନିଜେ କରିଛନ୍ତି । ସିମେଣ୍ଟ ବାଲି ଧରି ନିଜେ ଶ୍ରମିକ ମାନଙ୍କ ସହ କାମ ବି କରିଛନ୍ତି ।

ଏହି ଘର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଓ କାଶିନଗର ଏନଏସସି ସହଯୋଗ କରିଥିବା ବେଳେ ଏବେ ତାଙ୍କୁ ପୁରସ୍କାର ଦେବା ପାଇଁ ସମସ୍ତ ବ୍ୟବସ୍ଥା ଏବଂ ଆୟୋଜନ ପ୍ରଶାସନ ପକ୍ଷରୁ କରା ଯାଇଛି । ଦର୍ଶକ ବନ୍ଧୁ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *