ଏହି ଘରେ ଆତ୍ମହତ୍ୟା କଲେ Raimohan! ଦେଖନ୍ତୁ Video

ରାଇମୋହନ ହେଉଛନ୍ତି ଓଡିଆ ଜଗତର ନାମି କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ପାଇଁ ତାଙ୍କ କାମ ପୂଜା ଭଳି ଥିଲା । ପରଦାରେ ଦେଖିବା ପାଇଁ ସେ ଯେଉଁଭଳି ବ୍ୟକ୍ତି ଥିଲେ କିନ୍ତୁ ପ୍ରକୃତ ଜୀବନରେ ରେ ସେ ସେଭଳି ବ୍ୟକ୍ତି ନଥିଲେ । ଆମେ ତାଙ୍କୁ କେବଳ ପରଦାରେ ଦେଖିଛେ କିନ୍ତୁ ଯେଉଁ ମାନେ ତାଙ୍କ ସହ ମିସିଛନ୍ତି ତାଙ୍କୁ ଜାଣିଛନ୍ତି ସେମାନଙ୍କ ମତ ଅନୁସାରେ ସେ ବହୁତ ହସ ଖୁସିରେ ରହିବା ଭଳି ବ୍ୟକ୍ତିତ୍ବ ।

ଖୁବ ସହନଶୀଳ ଓ ଖୁବ ଧାର୍ମିକ ବ୍ୟକ୍ତି ମଧ୍ୟ ଥିଲେ ରାଇମୋହନ । ପରଦାରେ ଥିବା ଚରିତ୍ରର ପୁରା ପୁରି ଭାବେ ବିପରୀତ ବ୍ୟକ୍ତିତ୍ବ ଥିଲେ ରାଇମୋହନ । ବହୁତ ଇମୋସନାଲ ସ୍ଵଭାବର ଥିଲେ, ସେ କାହା କଷ୍ଟ ଦେଖି ପାରନ୍ତିନି । ସୁଟିଙ୍ଗ ସେଟ ରେ ସେ ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିଲେ ଓ ସମସ୍ତଙ୍କ ଧ୍ୟାନ ମଧ୍ୟ ରଖୁଥିଲେ ।

ସିନେମା ଜଗତ ପାଇଁ ବୋଧେ ହୁଏ ତାଙ୍କ ଭଳି କଳାକାର ଆଉ ପାଇବା ସମ୍ଭବ ହେବନି । ଆମେ କଳାକାରର କଳାରେ ମୁଗ୍ଧ ସେହି ସମୟରେ ହୋଇଥାଉ ଯେଉଁ ସମୟରେ ଆମକୁ କଳାକାରର କଳା ଜୀବନ୍ତ ଲାଗିଥାଏ । ରାଇମୋହନଙ୍କ କ୍ଷେତ୍ରରେ ଏହା ସତ ପ୍ରତିଶତ ସତ ଘଟଣା ଥିଲା ।

ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା କି ଯେଉଁ ବ୍ୟକ୍ତି ମାନେ ତାଙ୍କୁ ବିନା ପରଦାରେ ଦେଖୁ ଥିଲେ ପ୍ରଥମ ଥର ପାଇଁ ଦେଖିକି ତାଙ୍କୁ ଡରି ଯାଉଥିଲେ । କିନ୍ତୁ ଆଜି ସେ ଆମ ଗହଣରେ ନାହାନ୍ତି । ତାଙ୍କ କଥା ଭାବିଲେ ଏହି ଭଳି ଲାଗେ କି କଳା ଓ ରାଇମୋହନ ଗୋଟେ କଏନର ଦୁଇଟି ପାର୍ଶ୍ଵ ।

ଦୁହେଁ ପରସ୍ପର ପାଇଁ ତିଆରି ହୋଇଥିଲେ । ବାପାର ଚରିତ୍ର ହେଉ କିମ୍ବା ଭାଇ କିମ୍ବା ଭିଲିଆନ ର ଚରିତ୍ର ହେଉ ଲୋକଙ୍କୁ ନିଜ ଅଭିନୟର ତାରିଫ କରିବା ପାଇଁ ବାଧ୍ୟ କରି ଦେଉଥିଲେ ରାଇମୋହନ । ଦୁଃଖର ଖବର ଏହାକି ସେ ଏବେ ଆମ ଗହଣରେ ନାହାନ୍ତି କିନ୍ତୁ ଏହା ଠାରୁ ଅଧିକା କଷ୍ଟ ର କଥା ହେଉଛି କି ଏହା ତାଙ୍କ ପ୍ରାକୃତିକ ଦେହାନ୍ତ ନୁହେଁ ସେ ଆତ୍ମହତ୍ୟା କରିଛନ୍ତି ।

ଯେଉଁବି କଳାକାର ମାନେ ଏହା ଶୁଣିବା ପାଇଁ ପାଉଛନ୍ତି ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି କି ରାଇମୋହନ ଯିଏ ଭଗବାନଙ୍କ ଉପରେ ଏତେ ବିଶ୍ଵାଶ କରନ୍ତି ସେ ହଠାତ ସେହି ଭଗବାନଙ୍କ ଉପରୁ ଭରସା ଭାଙ୍ଗି ଦେଇ ପ୍ରକୃତିର ନିୟମ ବିରୁଦ୍ଧ ଯାଇକି ଆତ୍ମହତ୍ୟା ଭଳି କାମ କରିଛନ୍ତି । ତାଙ୍କ ମୃତ ଦେହକୁ ତାଙ୍କ ଘରୁ ଉଦ୍ଧାର କରା ଯାଇଥିଲା ଯାହା ଉଦୟ ପୁରରେ ଅବସ୍ଥିତ ଅଟେ । ଆମେ ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିବା କି ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

Leave a Reply

Your email address will not be published. Required fields are marked *