ଏହି କାରଣ ପାଇଁ ବନ୍ଦ ହେଲା ନୂଆବୋହୂ ସିରିୟଲ!

ଓଲିଉଡ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ ଦ୍ଵାରା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଲଗା ପରିଚୟ ଦର୍ଶକ ମାନଙ୍କ ହୃଦୟରେ ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟେଲିଭିଜନ ଜଗତରେ ମଧ୍ୟ କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋକିହାନ୍ତି ।

ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସେଲିବ୍ରେଟି ମାନେ ନିଜର ଷ୍ଟାଇଲିସ, ବ୍ୟକ୍ତିତ୍ବ ଓ ସୁନ୍ଦରତା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଖୁବ ସକ୍ରିୟ ହୋଇ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ “ନୂଆ ବୋହୁ” ସିରିଏଲ ଖୁବ ଜଲ୍ଦି ବନ୍ଦ ହେବାକୁ ଯାଉଛି ଏହା ପଛରେ କଣ ରହିଛି କାରଣ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ତରଂଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ନିଶ୍ଚୟ ଦେଖୁଥିବେ । ଯାହା ଆଜିକାଲି ଘରେ ଘରେ ପରିଚିତ ହେବା ସହ ନମ୍ବର ୱାନ ସିରିଏଲ ଭାବେ ପରିଚିତ ହୋଇ ପାରିଛି ।

ଏହି ସିରିଏଲରେ ଅଭିନେତା ସାତ୍ଵିକ ଓ ଅଭିନେତ୍ରୀ ରାଧିକାଙ୍କ ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ଏହି ସିରିଏଲରେ ରାଧିକା ଭଲ ବୋହୁ ହେବା ସହ ଭଲ ସ୍ତ୍ରୀ ଓ ପ୍ରେମିକାର ହେବାର ମଧ୍ୟ ଅଭିନୟ ଖୁବ ନିଖୁଣ ଭାବେ ଜାରି ରଖିଛନ୍ତି ତେବେ ବର୍ତ୍ତମାନ ସୂଚନା ଅନୁସାରେ “ନୂଆ ବୋହୁ” ସିରିଏଲ ବନ୍ଦ ହୋଇଯାଇ ଏହାର ନୂଆ ନାମକରଣ କରାଯିବ । ସେହି ନୂଆ ନାଁ ଅନୁସାରେ “ନୂଆ ବୋହୁ” ବଦଳରେ “ଝିଅ ଆମର ନୂଆ ବୋହୁ” ରଖାଯିବ । ଏହି ନୂଆ ସିରିଏଲ ଟି ୧୮ ବର୍ଷ ଆଗକୁ ଚାଲି ଯିବାର ଦୃଶ୍ୟ ହେବ ।

ଏହି ସିରିଏଲରେ ରାଧିକା ଓ ସାତ୍ଵିକଙ୍କ ମୃ-ତ୍ୟୁ ହେବା ପରେ ତାଙ୍କର ଗୋଟେ କୁନି ଝିଅ ହୋଇଛି ଯିଏ କି ୧୮ ବର୍ଷ ପରେ ରାଜରାଜେନ୍ଦ୍ର ଘରକୁ ଫେରିବାର ନଜର ଆସିବ । ରାଧିକା ଓ ସାତ୍ଵିକଙ୍କ ଝିଅ ତାଙ୍କ ବଡମାଙ୍କ ସହ କଥାବାର୍ତ୍ତା ହେବାର ନଜର ଆସୁଛନ୍ତି । ବର୍ତ୍ତମାନ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବା ଯାଉଛି ଯାହା ଦର୍ଶକ ମାନେ ଏଥିରେ ନୂଆ ଟ୍ଵିଷ୍ଟ ଓ କାହାଣୀ ଦେଖିବାକୁ ପାଇବେ । ରାଧିକା ଓ ସାତ୍ଵିକ ଆଉ ଏହି ସିରିଏଲରେ ନଜର ଆସିବେ ନାହି । ଏହି ଦୁଇ ଯୋଡ଼ିଙ୍କର ଝିଅ ନୂଆ ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ।

ଠିକ ଯେପରି “ତାରା ତାରିଣୀ” ସିରିଏଲର ନାଁ ପରିବର୍ତ୍ତନ ହୋଇ “ତାରିଣୀ ଆଖିରେ ତାରା” କରାଯାଇ ୧୮ ବର୍ଷ ପରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରା ଯାଇଛି ଠିକ ସେହି ପରି “ନୂଆ ବୋହୁ” ସିରିଏଲ ମଧ୍ୟ ନୂଆ ଢଙ୍ଗରେ ପ୍ରସାରିତ ହେବାକୁ ଯାଉଛି । ଆଶା କରୁଛୁ ଆପଣ ମାନଙ୍କୁ “ନୂଆ ବୋହୁ” ସିରିଏଲ ର ନାମକରଣ କରାଯାଇ ଯେଉଁ ନୂଆ ନାଁ ରଖା ଯାଇଛି “ଝିଅ ଆମର ନୂଆ ବୋହୁ” ତାହା ବେଶ ପସନ୍ଦ ଆସିବ ।

ବନ୍ଧୁଗଣ ଆପଣ ମାନଙ୍କୁ ରାଧିକା ଓ ସାତ୍ଵିକଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *