ଓଡିଶାରେ ଆସନ୍ତା 28 ରୁ ଆସୁଛି ଆଉ ଏକ ଲଘୁଚାପ! 12ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ପାଇଁ ପାଣିପାଗ ବିଭିଗା ପକ୍ଷରୁ ୧୨ ଟି ଜିଲା କୁ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି ।

ସେହି ଜିଲ୍ଲା ଗୁଡିକ ମଧ୍ୟ ରେ ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, କେଉଁଝର, ମୟୂରଭଞ୍ଜ, ସମ୍ବଲପୁର, ବରଗଡ, କୋରାପୁଟ, ମାଲକାନାଗିରି, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲା ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଏ ସବୁ ଜିଲା ଗୁଡିକ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଆସନ୍ତା ୨୮ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି ।

ଏହି ଲଘୁଚାପ ପ୍ରଭାବରେ ଆସନ୍ତା କାଲି ଠାରୁ ଜୁଲାଇ ୨୯ ତାରିଖ ଯାଏଁ ରାଜ୍ୟ ର ଅନେକ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷେ ୨୫ ଜୁଲାଇ ମଧ୍ୟ ରେ ପ୍ରାୟ ୩୯୭.୯ ମିଳି ମିଟର ବର୍ଷ ରେକର୍ଡ କରା ଯାଇଛି । ଏହି ରେକର୍ଡ ଅନୁସାରେ ସ୍ଵାଭାବିକ ବର୍ଷା ଠାରୁ ୧୮ ପ୍ରତିଶତ କମ ହୋଇ ଥିବାର ସୂଚନା ମିଳିଛି । ୧୨ ଜିଲାରେ ନିୟନ୍ତ୍ରିତ ବର୍ଷା ହେବାର ନେଇ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ମୌସୁମୀ ଜନିତ ଯେଉଁ ଟ୍ରନଫାଇନ ରହୁଛି ତାହା ବିକେନାର, ଆଜମେର, ଉତ୍ତର ପୂର୍ବରେ ଥିବା ମଧ୍ୟ ପ୍ରଦେଶ ଉପରେ ଲଘୁଚାପ କ୍ଷେତ୍ର ରେ ଥିବା କେନ୍ଦ୍ର ଡାଲଟନ, ଜାମସେଦପୁର ମଧ୍ୟ ଦେଇ ପୂର୍ବ ରେ ତୀବ୍ର ଯାଏଁ ଲମ୍ବିଛି । ବର୍ତ୍ତମାନ ପାଣିପାଗର ପାରିପାର୍ଶ୍ଵିକ ସ୍ଥିତି ରହିଛି ତାହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟ ରେ ଓଡିଶାର କେତେକ ଜିଲା ଗୁଡିକରେ ବିଜୁଳି ଘଡଘଡି ସହ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ପକ୍ଷ ରୁ ସୂଚନା ଜାରି କରା ଯାଇଛି ।

ଆସନ୍ତା ୨୭ ରୁ ୨୯ ତାରିଖ ମଧ୍ୟରେ ଓଡିଶା ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହା ପ୍ରଭାବରେ ଅନେକ ଜିଲା ଗୁଡିକରେ ଅଧିକ ପରିମାଣର ବର୍ଷା ହୋଇଛି । ତେଣୁ ପାଣି ପାଗ ବିଭାଗ ପକ୍ଷ ରୁ ସତରକ ରହିବା ପାଇଁ ସୂଚନା ଦିଆ ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେଣେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *