ଓଡିଶାର ଜଣେ ଫୁଲ ବିକାଳିଙ୍କ ଆକାଉଣ୍ଟରେ ଅଚାନକ ଆସିଲା ୩୦ କୋଟି ଟଙ୍କା, ଆଉ ତା ପରେ ଯାହା ହେଲା ଜାଣି ଚକିତ ରହିଯିବେ ଆପଣ

ଆପଣ ମାନେ ଜାଣିଥିବେ ଲୋକ ମାନେ ନିଜର ସେଭିଙ୍ଗ କରିବା ପାଇଁ ବ୍ଯାଙ୍କରେ ଆକାଉଣ୍ଟ ଖୋଲି ଟଙ୍କା ରଖିଥାନ୍ତି । ସେହି ଟଙ୍କାରୁ ସୁଧ ମଧ୍ୟ ବ୍ଯାଙ୍କରୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜିର ଆମର ଏହି କାହାଣୀ ହେଉଛି ଜଣେ ଫୁଲ ବିକାଳିଙ୍କର ଯିଏ କି ଚଣା ପାଟନାର ବେଦି କଲୋନୀରେ ରିହାନା ବାନ ରୁହନ୍ତି । ବିହାନା ବାନ କହିଛନ୍ତି ଯେ ତାଙ୍କ ବ୍ଯାଙ୍କ ଆକାଉଣ୍ଟରେ କେହି ଜଣେ ଅଜଣା ବ୍ୟକ୍ତି ୩୦ କୋଟି ଟଙ୍କା ଜମା କରିଛନ୍ତି । ସେ ବ୍ୟକ୍ତି କିଏ ଓ ଏତେ ଟଙ୍କା କେଉଁଠୁ ଆସିଲା ସେହି ବିଷୟରେ ଫୁଲ ବିକାଳୀ ରିହାନା ବାନ କିଛି ବି ଜାଣି ନାହାନ୍ତି ।

ଏହା ପରେ ଫୁଲ ବିକାଳି ଚଣାପାଟନା ଥାନାରେ ମା-ମ-ଲା ରୁ-ଜୁ କରିଥିଲେ । କିନ୍ତୁ ପୋଲିସ କିଛି ସହଯୋଗ କରି ନଥିବାରୁ ସେ ମିଡିଆର ସାହାଜ୍ୟ ନେଇଥିଲେ । ରିହାନା ୨୦୧୫ରେ ଏସବି ବ୍ଯାଙ୍କରେ ଆକାଉଣ୍ଟ ଖୋଲିଥିଲେ ଯେଉଁ ସମୟରେ ଜନଧନ ଯୋଜନା ଆରମ୍ଭ ହୋଇଥିଲା । ସେ ସେହି ସମୟରେ ଜିରୋ ଆକାଉଣ୍ଟ ଖୋଲିଥିଲେ । କିନ୍ତୁ ସେହି ଜିରୋ ଆକାଉଣ୍ଟରେ କେବେ ବି କିଛି ଟଙ୍କା ପଇଠ କରି ନାହାନ୍ତି ।

ଡିସେମ୍ବର ୨ରେ ବ୍ଯାଙ୍କର ଏକ ଅଫିସିଆଲ ଟିମ ରିହାନାଙ୍କ ଘରକୁ ଯାଇ ତାଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା ଅଛି ବୋଲି ସୂଚନା ଦେଇଥିଲେ । ଅଫିସିୟାଲ ଟିମର ସଦସ୍ୟ ରିହାନାଙ୍କୁ କହିଥିଲେ ଯେ ଆଧାର କାର୍ଡ ଆଣି ବ୍ଯାଙ୍କ ଆସି ପଇସା ଉଠାଇ ନିଅନ୍ତୁ । ଏ କଥା ଶୁଣିବା ପରେ ରିହାନା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ସେ ବ୍ଯାଙ୍କରୁ ଟଙ୍କା ନ ଉଠାଇ ବ୍ଯାଙ୍କରେ ଅ-ଭି-ଯୋ-ଗ କରିଥିଲେ ।

ଏହା ପରେ ବ୍ଯାଙ୍କ କର୍ମଚାରୀ ରିହାନାଙ୍କୁ କହିଥିଲେ ଯଦି ସେ ନିଜର ପରିଚିତ ବ୍ୟକ୍ତି ସହ ନିଜର ଆକାଉଣ୍ଟ ନମ୍ବର ଶେୟାର କରିଛନ୍ତି ହୁଏ ତ ସେମାନେ ଟଙ୍କା ପଠାଇ ଥିବେ । କିନ୍ତୁ ରିହାନା ଏହାକୁ ଅସ୍ଵୀକାର କରିବା ସହ ନିଜର ଜିରୋ ଆକାଉଣ୍ଟରେ କିଛି ଟ୍ରାନଯାକସନ କରି ନାହାନ୍ତି ବୋଲି ଜଣାଇଥିଲେ । ପୋଲିସର ଅନେକ ଚେଷ୍ଟା ପରେ ମଧ୍ୟ ରିହାନାଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି ଆସିଲା ତାହା ଜଣାପଡି ନାହି । ରିହାନା ନିଜ ସ୍ଵାମୀଙ୍କର ଚିକିତ୍ସା ପାଇଁ ସେହି ଟଙ୍କାରୁ କିଛି ଟଙ୍କା ଉଠାଇବା ପାଇଁ ବ୍ଯାଙ୍କକୁ ନିବେଦନ କରିଥିଲେ ।

ରିହାନାଙ୍କର କେତେ ଟଙ୍କା ଆବଶ୍ୟକ ରହିଛି ତାହା କିଛି କହି ନ ଥିଲେ । ମେଡିକାଲରେ ତାଙ୍କ ସ୍ଵାମୀଙ୍କର ଚିକିତ୍ସା ପାଇଁ ଯେତେ ଟଙ୍କା ଦରକାର ପଡିବ ସେ ସେତିକି ଟଙ୍କା ଉଠାଇବେ ବୋଲି ବ୍ଯାଙ୍କ କର୍ମଚାରୀଙ୍କୁ କହିଥିଲେ । ନିଜ ସ୍ବାମୀଙ୍କର ଚିକିତ୍ସା ପାଇଁ ଯେତିକି ଟଙ୍କା ଆବଶ୍ୟକ ଥିଲା ସେତିକି ନେଇ ରିହାନା ବାକି ପଇସା ପୋଲିସକୁ ଫେରସ୍ତ କରି ଦେଇଛନ୍ତି । ଶେଷରେ ଏତିକି କୁହା ଯାଇପାରେ ଯେ ଟଙ୍କା ଆସିବା ପରେ କିଏ ତାକୁ ଫେରସ୍ତ କରେ ନାହି । କିନ୍ତୁ ରିହାନାଙ୍କର ଏହି କାମ ପାଇଁ ସେ ପ୍ରଶଂସାଯୋଗ୍ୟ ଅଟନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *