ଏହି ୫ଟି ଲକ୍ଷଣ ଥିବା ବ୍ୟକ୍ତିଙ୍କ ହୋଇଥାନ୍ତି ମହାଦେବଙ୍କ ଅଂଶ, ଶିବଙ୍କ କୃପାରୁ ହୋଇଥାନ୍ତି କୋଟିପତି

ଭଗବାନ ଶିବଙ୍କ ଭଳି ଅନ୍ୟ କୌଣସି ଦେବତା ନାହାନ୍ତି, ଭଗବାନ ଶିବ ପଶୁ, ପକ୍ଷୀ, ମଣିଷ ଓ ରାକ୍ଷାଶ ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି ସେଥିପାଇଁ ସେ ରାକ୍ଷାଶ ହେଲେ ମଧ୍ୟ ଯଦି ଭଗବାନ ଶିବନ ଆରାଧନା କରିଥାଏ ତେବେ ଭଗବାନ ଶିବ ତା ସହ ଛଳ କରନ୍ତି ନାହିଁ ଆଉ ଆଶୀର୍ବାଦ ଦେଇଥାନ୍ତି । ଏହି ସବୁ କାରଣ ପାଇଁ ତାଙ୍କୁ ଲୋକେ ଭୋଳେନାଥ ମଧ୍ୟ କହିଥାନ୍ତି, ଭଗବାନ ଶିବ ପ୍ରଥମ ଦେବତା ଯିଏ ନାରୀ ମାନଙ୍କ ସମ୍ମାନ ବଢାଇଥିଲେ ।

ଆଉ ମାତା ପାରବତୀଙ୍କୁ ନିଜ ଅଙ୍ଗରେ ରଖି ଅର୍ଦ୍ଧାଙ୍ଗିଣୀ ବୋଲି କହିଥିଲେ । ନାରୀ ସିଏ ଯିଏ ସ୍ଵାମୀର ଅଧା ଅଙ୍ଗ ଅଧା ମନ ଆଉ ସବୁ ଜିନିଷ ସମ୍ମାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତି ଉପରେ ଭଗବାନ ଶିବଙ୍କ କୃପା ହାତ ଅଛି କେମିତି ଜାଣିବା ।

୧. ଯେଉଁ ବ୍ୟକ୍ତି ପଶୁ ପକ୍ଷୀ ମାନଙ୍କ ଉପରେ ବହୁତ ଅଧିକ ଦୟା ଭାବ ରଖିଥାଏ ସେହି ବ୍ୟକ୍ତି ଉପରେ ଭଗବାନ ଶିବଙ୍କ ହାତ ହୋଇଥାଏ । ଏହି ଭଳି ବ୍ୟକ୍ତି ନନ୍ଦୀ ଆଉ ଗାଈ ମାନଙ୍କ ସେବା ସବୁବେଳେ କରିଥାଏ ଏହି ଭଳି ଲୋକଙ୍କ ଘରୁ ପଶୁ ଭୋକିଲା ପେଟ କେବେ ଯାଇ ନଥାନ୍ତି ।

୨. ଯେଉଁ ବ୍ୟକ୍ତି ବହୁତ ଧନ ଅର୍ଜିତ କରି ମଧ୍ୟ ଅହଂକାର କରେ ନାହିଁ ସେହି ବ୍ୟକ୍ତି ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ତାକୁ କେବେ ଭାଙ୍ଗି ପାରେ ନାହିଁ କାହିଁକିନା ତା ସହ ଭଗବାନ ଭୋଲେନାଥ ହୋଇଥାନ୍ତି ।

୩. ଯେଉଁ ବ୍ୟକ୍ତି ବହୁତ ଶକ୍ତିଶାଳୀ ହୋଇ ମଧ୍ୟ ଅନ୍ୟ ମାନଙ୍କୁ କ୍ଷମା କରିବାର ସାହସ ରଖିଥାଏ ଆଉ କେବେ କାହା ଜୀବନ ନଷ୍ଟ କରିନଥାଏ ସେହି ବ୍ୟକ୍ତି ଉପରେ ଭଗବାନ ଭୋଳେନାଥ କୃପା କରନ୍ତି ।

୪. ଯେଉଁ ବ୍ୟକ୍ତି ପାଖରେ ଧନ ନଥାଇ ମଧ୍ୟ ସେ ଯାହା ଥାଏ ଦାନ କରିଥାଏ ତା ଉପରେ ଭଗବାନ ଶିବଙ୍କ ହାତ ହୋଇଥାଏ ଏହି ଭଳି ବ୍ୟକ୍ତି ମନରେ ଭଗବାନ ସନ୍ତୁଷ୍ଠୀ ଭାବନା ଦେଇଥାନ୍ତି ଯାହା ଦ୍ଵାରା ତାର ଯେତେ ଥାଏ ସେ ସେତିକିରେ ଖୁସି ରହିଥାଏ ।

୫. ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ମଣିଷ ସେହି ଖୁସି ରହିଥାଏ ଯିଏ ପରଉପକାର କରିଥାଏ । ଯେମିତି ଗଛ ନିଜଫଳ ନିଜେ ଖାଇ ନଥାଏ, ନଦୀ ନିଜ ଜଳ ନିଜେ ପି ନଥାଏ ଆଉ ଜମି ନିଜ ଅନ୍ନ ନିଜେ ଗ୍ରହଣ କରିନଥାଏ ଠିକ ସେମିତି ମଣିଷକୁ ନିଜ ବିଷୟରେ ଚିନ୍ତା କରିବା ଆଗରୁ ଅନ୍ୟ ମାନଙ୍କ ପାଇଁ ଚିନ୍ତା କରିବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *