ନିଜର ଏହି ୫ ଟି ଜିନିଷ ଭୁଲରେ ମଧ୍ୟ ଅନ୍ୟକୁ ଦିଅନ୍ତୁ ନାହିଁ, ଯଦି ଦିଅନ୍ତି ତେବେ କାଙ୍ଗାଳ ହୋଇ ପାରନ୍ତି

ବନ୍ଧୁଗଣ, ମନୁଷ୍ୟ ଜୀବନରେ ସୁଖ ଏବଂ ଦୁଖ ଲାଗିରହିଥାଏ । ମନୁଷ୍ୟ ର କର୍ମ ଅନୁସାରେ ସୁଖ ଏବଂ ଦୁଖ ନିର୍ଦ୍ଧାରିତ ହୋଇଥାଏ । ଯଦି ଆପଣ କୌଣସି କାରଣ ନିମନ୍ତେ ଦୁଖୀ ଅଛନ୍ତି ତେବେ ତାହାର ପଛରେ ଥିବା ରହସ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ସେହି ସବୁ କାରଣ ପଛର ରହସ୍ୟ କୁ ବିସ୍ତାର ରୂପରେ ବର୍ଣ୍ଣିତ କରାଯାଇଅଛି । ବନ୍ଧୁଗଣ ଆମେ ଜଣା ଅଜାଣତରେ କେତେକ କାର୍ଯ୍ୟ କରିଥାଉ ଯାହା ଆମ ପାଇଁ ବହୁତ ଯନ୍ତ୍ରଣା ଦାୟକ ହୋଇଥାଏ ।

ବନ୍ଧୁଗଣ ଆସନ୍ତୁ ଏବେ ଜାଣି ନେବା ତାହା କେଉଁ ବସ୍ତୁ ଅଟେ ଯାହା ଅନ୍ୟକୁ ବ୍ୟବହାର ନିମନ୍ତେ ଦେବା ଦ୍ଵାରା ଆମକୁ ଦୁଖ କଷ୍ଟ ଭୋଗିବାକୁ ପଡିଥାଏ ଅଥବା ଆମେ କାଙ୍ଗାଳ ହୋଇଯାଇଥାଉ ।

୧- ହାତ ଘଣ୍ଟା;- ବନ୍ଧୁଗଣ ଆପଣ ମାନେ ଅନେକ ସମୟ ଧରି ବ୍ୟବହାର କରି ଆସୁଥିବା ନିଜ ହାତର ଘଣ୍ଟା କୁ ଅନ୍ୟକୁ ଦିଅନ୍ତୁ ନାହିଁ । ବନ୍ଧୁଗଣ ଯଦି ଆମେ ଅନେକ ସମୟ ଧରି କୌଣସି ବସ୍ତୁ କୁ ବ୍ୟବହାର କରୁଛୁ ତେବେ, ତାହା ସହିତ ଆମର ଭାଗ୍ୟ ସଂପୂର୍ଣ୍ଣ ଭାବେ ଜଡିତ ହୋଇ ରହିଥାଏ ଅଥବା ସେହି ବସ୍ତୁ ଟି ଆମ ଜୀବନରେ ଅନେକ ପ୍ରଭାବ ପକାଇ ଥାଏ । ବନ୍ଧୁଗଣ ମନୁଷ୍ୟ ଜୀବନରେ ସମୟ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆମ୍ଭେ ନିଜର ଘଡି କାହାକୁ ଦେଇଥାଉ, ତେବେ ଆମ୍ଭର ସମସ୍ତ ଭଲ ସମୟ ଏବଂ ଖରାପ ସମୟ ମଧ୍ୟ ସେହି ବ୍ୟକ୍ତି ନିକଟକୁ ଚାଲି ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଭୁଲ ଅଟେ ।

୨- ନିଜର ଜୋତା ଏବଂ ଚପଲ;-  କେବେ ମଧ୍ୟ ଅନ୍ୟର ଚପଲ ଅଥବା ଜୋତା ପିନ୍ଧିବା କଥା ନୁହେଁ । କିମ୍ବା ଅନ୍ୟକୁ ଦେବା ମଧ୍ୟ ଉଚିତ ନୁହେଁ । କାରଣବସ୍ତୁ ଶାସ୍ତ୍ର ରେ କୁହା ଯାଇଛି ଯଦି ଆମ୍ଭେ ଅନ୍ୟକୁ ନିଜର ଜୋତା, ଚପଲ ପିନ୍ଧିବାକୁ ଦେଇଥାଉ ତେବେ ଅନ୍ୟ ପାଖକୁ ଆମ୍ଭ ମାନଙ୍କର ଭାଗ୍ୟ, ପରିଶ୍ରମ, ସଫଳତା, ମଧ୍ୟ ଚାଲିଯାଇଥାଏ । ଏଥିପାଇଁ ନିଜ ଜୋତା ଚପଲ ଅନ୍ୟକୁ ଦେବା ଆଦୌ ଉଚିତ ନୁହେଁ ।

୩- ପିନ୍ଧୁଥିବା ପୋଷାକ;- ବନ୍ଧୁଗଣ ନିଜ ପୋଷାକ ମଧ୍ୟ ଅନ୍ୟକୁ ଦେବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ପୋଷାକ ଅନ୍ୟକୁ ଦେବା ଦ୍ଵାରା ଆପଣଙ୍କ ଶରୀର ଉପରେ ତାହାର ନକାରାତ୍ମକ ପ୍ରଭାବ ପଡିଥାଏ । ଏହା ସହିତ ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।

୪- ଘରର ଝାଡୁ;- ବନ୍ଧୁଗଣ କେତେକ ବ୍ୟକ୍ତି ଅଛନ୍ତି ଯେ, ନିଜେ ବ୍ୟବହାର କରୁଥିବା ଝାଡୁ କୁ ଅନ୍ୟକୁ ବ୍ୟବହାର ନିମନ୍ତେ ଦେଇଥାନ୍ତି । ମାତ୍ର ଏଭଳି କରିବା ଦ୍ଵାରା ଆପଣଙ୍କ ଉପରେ ତାହାର ନକାରତ୍ମକ ପ୍ରଭାବ ପଡିଥାଏ । କାରଣ ଶାସ୍ତ୍ର ଅନୁସାରେ ଝାଡୁରେ ମାତା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ଯଦି ଆମ୍ଭେ ନିଜ ଘରର ଝାଡୁ ଅନ୍ୟକୁ ବ୍ୟବହାର ନିମନ୍ତେ ଦେଇଥାଉ ତେବେ ଆମ୍ଭେ ନିଜ ଘରର ଲକ୍ଷ୍ମୀଙ୍କୁ ବିଦା କରିଦେଉଥିବା ଭଳି ଦର୍ଶାଇବା ।

୫- ସନ୍ଧ୍ଯା ସମୟରେ, ନିଜ ଘରର ଛୁଞ୍ଚି, ଅଥବା ଲୁହା ଜିନିଷ କିମ୍ବା ଲୁଣ ଅନ୍ୟକୁ ଦେବା ଉଚିତ ନୁହେଁ । ଯଦି ଆପଣ ଦେଇଥାନ୍ତି ତେବେ ଆପଣଙ୍କର ଆର୍ଥିକ ଅବସ୍ଥା, ମାନହାନି, ଅଥବା କୌଣସି ବିପଦ ମାଡି ଆସୁଥିବାର ସୂଚନା ପ୍ରଦାନ କରିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଏହି ଜିନିଷ ଗୁଡିକ ଅନ୍ୟକୁ ବ୍ୟବହାର ନିମନ୍ତେ ଦେବା ଅନୁଚିତ । ଆପଣ ଏହାକୁ ମାନିଲେ ମଙ୍ଗଳ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ବପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣି କିଭଳି ଲାଗିଲା ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *