ଏହି ରାଜ୍ୟରେ ଆରମ୍ଭ ହେଲା ତୃତୀୟ ଲହର, ବିଶେଷଜ୍ଞ ଦେଲେ ଚେତାବନୀ

କରୋନାର ଦ୍ଵିତୀୟ ଲହରରେ ଭାରତରେ କେଉଁଭଳି ସ୍ଥିତି କରିଥିଲା ଏହା ଆପଣମାନେ ଜାଣିଛନ୍ତି । ଏହା ମଧ୍ୟରେ ସମସ୍ତେ କରୋନାର ତୃତୀୟ ଲହରକୁ ନେଇ ବି ଚିନ୍ତିତ ଥିଲେ ଓ ତୃତୀୟ ଲହରକୁ ନେଇ ବିଭିନ୍ନ ପ୍ରକାରର ଆଶଙ୍କା ମଧ୍ୟ କରୁଥିଲେ । କିନ୍ତୁ ବର୍ତ୍ତମାନ କରୋନାର ତୃତୀୟ ଲହରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ।

କୁହାଯାଉଛି କି ଭାରତର ମହାରାଷ୍ଟ୍ର ରାଜ୍ୟରେ କରୋନାର ତୃତୀୟ ଲହର ପ୍ରଥମେ ଆରମ୍ଭ ହୋଇପାରେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କିଛି ଦିନ ତଳେ ହିଁ କରୋନାର ନୂଆ ଭାଇରାସ ଯାହାର ନାଁ ଡେଲ୍ଟା ପ୍ଲସ ରଖା ଯାଇଛି ଏହାର କିଛି ମାମଲା ସାମ୍ନାକୁ ଆସିଥିଲା । ମହାରାଷ୍ଟ୍ରରେ ବି ଡେଲ୍ଟା ପ୍ଲସ ଭାରିଆଣ୍ଟର ମାମଲା ସାମ୍ନାକୁ ଆସିଛି । କରୋନାର ନୂଆ ଭାରିଆଣ୍ଟ ଡେଲ୍ଟା ପ୍ଲସ କରୋନାର ତୃତୀୟ ଲହରର କାରାଣ ହୋଇ ପାରେ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

ବିଶେଷଜ୍ଞମାନଙ୍କର ଏହିଭଳି ଚେତାବନୀ ପରେ ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀ ଉଧବ ଠାକରେ ଏହାକୁ ଦୂର କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କହିଦେଉଛୁ କି ମହାରାଷ୍ଟ୍ରର ୭ ଟି ଜିଲ୍ଲାରେ ପାଖାପାଖି ୨୦ ରୁ ବି ଅଧିକ ଡେଲ୍ଟା ପ୍ଲସ ଭାରିଆଣ୍ଟ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି କି କରୋନାର ଏହି ନୂଆ ଭାରିଆଣ୍ଟ କରୋନାର ତୃତୀୟ ଲହର ଆଣିପାରେ । ଏହା ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ସଂକ୍ରମିତ ହେବ ।

ଆଶଙ୍କା କରାଯାଉଛି କି ତୃତୀୟ ଲହର ସମୟରେ ଛୋଟ ପିଲାମାନେ ବି ଏଥିରେ ବହୁତ ଜଲ୍ଦି ଓ ଅଧିକ ସଂକ୍ରମିତ ହୋଇ ପାରନ୍ତି । ବିଶେଷଜ୍ଞମାନଙ୍କ ଅନୁସାରେ ତୃତୀୟ ଲହର ସମୟରେ ମହାରାଷ୍ଟ୍ରରେ ୫୦ ଲକ୍ଷରୁ ବି ଅଧିକ ପଜିଟିବ ମାମଲା ସାମ୍ନାକୁ ଆସିବ । ଏହା ସହିତ ପାଖାପାଖି ୨୫ ଲକ୍ଷ ଲୋକମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଆବଶ୍ୟକ ପଡିପାରେ । ସେହିଭଳି ୫ ଲକ୍ଷ ଶିଶୁ କରୋନାର ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହେବା ସହିତ ପାଖାପାଖି ୨.୫ ଲକ୍ଷ ଶିଶୁଙ୍କୁ ହସ୍ପିଟାଲାଇଜ କରାଯାଇ ପାରେ ।

ସମ୍ଭବତଃ ତୃତୀୟ ଲହରକୁ ଆଖି ଆଗରେ ରଖି ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀ ଉଧବ ଠାକରେ ସ୍ୱାସ୍ଥ୍ୟ ବିଭାଗ ଓ ପରିସ୍ଥିତିର ମୁକାବିଲା ଦିଗରେ କେତେ ଆଗରେ ଅଛି ଏହି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । କିନ୍ତୁ ମହାରାଷ୍ଟ୍ରରେ ସର୍ବାଧିକ ୮ ଲକ୍ଷ ରୋଗୀମାନଙ୍କର ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସୁବିଧା ଅଛି ବୋଲି କୁହାଯାଇଛି ।

ତୃତୀୟ ଲହରର ମୁକାବିଲା ପାଇଁ ମୋଟ ୧୬୭୬ କୋଟି ଟଙ୍କା ଆବଶ୍ୟକ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରାଯାଇଛି । କରୋନାର ପ୍ରଥମ ଲହର ସମୟରେ ମହାରାଷ୍ଟ୍ରରେ ୧୯ ଲକ୍ଷ ଓ ଦ୍ଵିତୀୟ ଲହରରେ ୪୦ ଲକ୍ଷ ମାମଲା ସାମ୍ନାକୁ ଆସିଛି । କିନ୍ତୁ ସମୟ ହିଁ କହିବ କି ତୃତୀୟ ଲହର କେଉଁଭଳି ରୂପ ଦେଖାଇବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *