ଏହି ସବୁ କାମ କରିବା କରିବା ପୁର୍ବରୁ ପାଦ ଧୋଉଥିବା ଲୋକମାନଙ୍କ ଉପରେ ରହିଥାଏ ମା’ ଲକ୍ଷ୍ମୀଙ୍କ କୃପା , ହୋଇଥାଏ ଧନ ପ୍ରାପ୍ତି

ଆଜିର ଦୁନିଆରେ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ହେଉଛି ଟଙ୍କା  । ଯଦି ମଣିଷ ପାଖରେ ଟଙ୍କା ନାହିଁ ତ ତା’ ପାଖରେ କିଛି ବି ନାହି  । କାରଣ ଯେତେବେଳେ ମଣିଷ ପାଖରେ ଟଙ୍କା ଥାଏ ତା’ ସହ ସମସ୍ତେ ସମ୍ପର୍କ ରଖିଥାନ୍ତି, ସମାଜରେ ମାନ ସମ୍ମାନ ବଢିଥାଏ । ତାକୁ ଜୀବନରେ କିଛି ଜିନିଷ ପାଇବା ପାଇଁ ଅଧିକ ଭାବିବାକୁ ପଡି ନଥାଏ । ସୁଖୀ ଏବଂ ସମୃଦ୍ଧ ଜୀବନ ପାଇଁ ଟଙ୍କା ହେଉଛି ଅଧିକ ଗୁରୁତ୍ଵପୂର୍ଣ୍ଣ ।

ଜଣେ ବ୍ୟକ୍ତିର ଅଭ୍ୟାସ ତା’ର ସବୁ ଦିନର ଜୀବନ ଶୈଳୀ ଉପରେ ନିର୍ଭର କରିଥାଏ । ଯାହା ଫଳରେ ମଣିଷ ବହୁ କିଛି ପ୍ରାପ୍ତ କରିଥାଏ ।

ମଣିଷ ର ଜୀବନ ଶୈଳୀ ମଧ୍ୟରେ କିଛି କାର୍ଯ୍ୟ କରିବା ପୁର୍ବରୁ ପାଦ ଧୋଇବା ଏକ ଶୁଭ ଲକ୍ଷଣ ଅଟେ । କିଛି ଶୁଭ କାର୍ଯ୍ୟ ପୁର୍ବରୁ ପାଦ ଧୋଇଲେ ଲକ୍ଷ୍ମୀଙ୍କ କୃପା ରହିଥାଏ । ଯାହା ଫଳରେ ବ୍ୟକ୍ତିକୁ  ଧନ ପ୍ରାପ୍ତି ହୋଇଥାଏ । ଏହି ସବୁ କାର୍ଯ୍ୟ କରିବା ପୁର୍ବରୁ ପାଦ ଧୋଇଲେ ଲକ୍ଷ୍ମୀଙ୍କ କୃପା ରହିଥାଏ ଓ ମଣିଷକୁ ଧନ ପ୍ରାପ୍ତି ହୋଇଥାଏ । ଯଦି ଆପଣ ନିଜ ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ପୂଜା କରିବା ପୁର୍ବରୁ ପାଦ ଧୋଇବା ଉଚିତ । ଶାସ୍ତ୍ରରେ ଲେଖା ହୋଇଛି କି ଯଦି ଆପଣଙ୍କୁ ଠିକ ସେ ନିଦ ହେଉନି କିମ୍ବା କିଛି ଖରାପ ସ୍ଵପ୍ନ ଆପଣଙ୍କୁ ବିଚଳିତ କରୁଛି ତ ଆପଣଙ୍କୁ ନିଜ ପାଦ ଧୋଇକି ହିଁ ଶୋଇବା ଉଚିତ । ଏହା ଦ୍ଵାରା ଯେତେବି ନକରାତ୍ମକ ପ୍ରଭାବ ରହିଛି ତା’ ଠାରୁ ଆପଣ ମୁକ୍ତି ପାଇବେ  ।

ଯେତେବେଳେ ଆପଣ ଘରୁ ବାହାରି ବାହାରକୁ କେଉଁଠାକୁ ଯାଇଥାନ୍ତି ତେବେ ଘରେ ପ୍ରବେଶ କରିବା ପୁର୍ବରୁ ପାଦ ଧୋଇବା ନିତ୍ୟାନ୍ତ ଆବଶ୍ୟକ ଏହା ଦ୍ଵାରା ବାହାରେ ଥିବା ନକରାତ୍ମକ ଊର୍ଜା ଆପଣଙ୍କ ଘରେ ପ୍ରବେଶ କରିପାରିବ ନାହିଁ । ଭୋଜନ କରିବା ପୁର୍ବରୁ ଲୋକମାନେ ହାତ ଧୋଇଥାନ୍ତି । ହେଲେ କଣ ଆପଣ ଜାଣିଛନ୍ତି ହାତ ଧୋଇବା ସହ ପାଦ ଧୋଇବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ ।  ବୈଜ୍ଞାନିକଙ୍କ ଅନୁସାରେ ପାଦ ଯେତେ ସଫା ରୁହେ ପାଚନ ଶକ୍ତି ସେତିକି ମଝବୁତ ହୋଇଥାଏ । ପାଦ ଉପରେ ପାଦକୁ ଘସି ଧୋଇବା କଥା ନୁହେଁ ।

ଏହା ଦ୍ଵାରା ମଣିଷ ତା’ ଜୀବନରେ ବହୁ କଷ୍ଟର ସାମ୍ନା କରିଥାଏ । ଯଦି ଆପଣ ଯୋଗ କରିବାକୁ ଯାଉଛନ୍ତି ତ ଯୋଗରେ କିଛି ବାଧା ନ ଆସିବା ପାଇଁ ଯୋଗ କରିବା ପୂର୍ବରୁ ଭଲ ଭାବରେ ପାଦ ଧୋଇବା ଉଚିତ । ଏହି ସବୁ ନୀତି ନିୟମ କୁ ମାନି ଚଳିଲେ ମଣିଷ ଜୀବନରେ ଲକ୍ଷ୍ମୀଙ୍କର କୃପା ପାଇଥାଏ ଯାହା ଫଳରେ ତାକୁ ଧନ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *