ଏହି 6ଟି ପଶୁଙ୍କୁ ମାନନ୍ତି Lucky, ଘରେ ପାଳିବା ଦ୍ଵାରା ହୋଇଥାଏ ଧନର ବର୍ଷା

ଆପଣ ଦେଖିଥିବେ ଗାଁ ଓ ସହରରେ ଗାଈ, ମଇଁଷି, ଛେଳି, ଓ କୁକୁଡା ପାଳି ଥାନ୍ତି । ଆଉ ସହର ମାନଙ୍କର ଲୋକ ନିଜର ସଉକ ପାଇଁ ଘରେ କୁକୁର, ବିଲେଇ, ଠେକୁଆ, ଓ ମାଛ ପାଳିଥାନ୍ତି । ପୁଣି ବିଦେଶରେ କିଛି ସାହସୀ ଲୋକ ବାଘ, ଚିତା ଓ କୁମ୍ଭୀର ପାଳିଥାନ୍ତି ।

ଵାସ୍ତୁ ଓ ଜ୍ୟୋତିଶ ଅନୁସାରେ ଏମାନଙ୍କ ଭିତରୁ କିଛି ପାଳିଲେ ଭଲନୁହେଁ । ତାଙ୍କ ଭିତରୁ ଏମିତି ପଶୁ ପକ୍ଷୀ ଅଛନ୍ତି ତାକୁ ପାଳିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ଜ୍ୟୋତିଶରେ କୁହାଯାଇଚିକି କୌଣସି ବ୍ୟକ୍ତିକୁ ନିଜ ଗ୍ରହ ଓ ନକ୍ଷତ୍ର ହିସାବରେ ପଶୁ ପକ୍ଷୀ ପାଳିବା ଦରକାର ।

ସେଥିରେ ସେହି ପଶୁପକ୍ଷୀ ତାଙ୍କ ପାଇଁ ଶୁଭ ହୋଇଥାନ୍ତି ଓ ଘରେ ସୁଖ ସମୃଦ୍ଧି, ଧନ ଆସିଥାଏ । ଏମିତିରେ ପଶୁ ପକ୍ଷୀ ଆପଣଙ୍କ ଜୀବନରେ ଆସୁଥିବା ସଙ୍କଟକୁ ଦୂର କରିଥାନ୍ତି । ଆସନ୍ତୁ ଜାଣିବା କିଏ ଶୁଭ ପଶୁ ଅଟେ

କୁକୁର – ହିନ୍ଦୁ ଧର୍ମ ଅନୁସାରେ କୁକୁରକୁ ଭୈରବଙ୍କ ସେବକ ବୋଲି କୁହାଯାଏ । କୁକୁର ପାଳିବା ଦ୍ଵାରା ଭୈରବ ବାବା ଆପଣଙ୍କ ପରିବାରକୁ ଆସୁଥିବା ସବୁ ସଙ୍କଟ ଦୂର କରିଥାନ୍ତି । ଏଥିରେ ଆପଣଙ୍କ ଘରେ ଧନର ଆଗମନ ହୋଇଥାଏ ଓ ଲକ୍ଷ୍ମୀ ସବୁବେଳେ ବସ କରିଥାନ୍ତି । ଜ୍ୟୋତିଶ ଶାସ୍ତ୍ରରେ କୁହାଯାଇଚିକି କୁକୁର ପାଳିବା ଦ୍ଵାରା କୌଣସି ବ୍ଯକ୍ତିର ଅଶୁଭ ଗ୍ରହବି ଶୁଭ ଗ୍ରହରେ ପରିଣତ ହୋଇଯାଏ । ଯଦି କେଉଁ କାରଣରୁ ଆପଣ କୁକୁର ରଖିବାକୁ ସକ୍ଷମ ନୁହେଁ । ଆପଣ ପ୍ରତିଦିନ କୁକୁରକୁ ରୁଟି ନିଶ୍ଚିତ ରୂପରେ ଖାଇବାକୁ ଦିଅନ୍ତୁ । ଏମିତି କରିବା ଦ୍ଵାରା ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

Image Courtesy: Google

ମାଛ – ଫେଙ୍ଗସୁଇ ଓ ବାସ୍ତୁ ଦୁଇଟିରେ ମାଛକୁ ବହୁତ ଶୁଭ ବୋଲି କୁହାଯାଇଛି । ଭଗବାନ ବିଷ୍ଣୁଙ୍କ ମଶ୍ଚ୍ୟ୍ଅବତାର କାରଣରୁ ମାଛର ଧାର୍ମିକ ମହତ୍ଵ ବହୁତ ରହିଛି । ମାଛ ଘରେ ରଖିବା ଦ୍ଵାରା ଦରିଦ୍ରତା ଦୂର ହୋଇଥାଏ ଓ ପଜିଟିଭ ଏନର୍ଜି ଆସିଥାଏ । ଆକୁୟାରିଅମରେ ଗୋଲ୍ଡ ଫିଶ ରଖିବା ସବୁଠୁ ଶୁଭ ବୋଲି କୁହାଯାଇଛି । ସୁନା ରଙ୍ଗର ମାଛ ରଖିବା ଦ୍ଵାରା ଘରେ କୌଣସି ପ୍ରକାରର ସଙ୍କଟ ଆସିନଥାଏ ।

Image Courtesy: Google

ଠେକୁଆ – ଠେକୁଆ ଯେତିକି ସୁନ୍ଦର ଓ କିଉଟ ହୋଇଥାଏ ସେତିକି ମଧ୍ୟ ଶୁଭ ହୋଇଥାଏ । ଏହାକୁ ଘରେ ରଖିବା ଦ୍ଵାରା ଆପଣଙ୍କୁ ଗୁଡ ଲକ ମିଳିଥାଏ । ଘରେ ଶୁଦ୍ଧତା ଆସିଥାଏ । ଏଥିରେ ଘରେ ନେଗେଟିଭ ଏନର୍ଜି ଦୂର ହୋଇ ସକାରାତ୍ମକ ଏନର୍ଜିର ସଂଚାର ବଢିଥାଏ । ଏହାଛଡା ବାସ୍ତୁରେ ମଧ୍ୟ ଠେକୁଆକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ ।

Image Courtesy: Google

କଇଁଛ – ହିନ୍ଦୁ ଧର୍ମରେ କଇଁଛକୁ ଦଶବତାର ବୋଲି କୁହାଯାଏ । କଇଁଛ ଲକ୍ଷ୍ମୀ ମାତାଙ୍କ ପ୍ରତି ନିଧିତ୍ଵ କରିଥାଏ । ଘରେ କଇଁଛ ପାଳିବା ଦ୍ଵାରା ଘରେ ବିଗିଡି ଥିବା କାର୍ଯ୍ୟ ସୁଧାର ହୋଇଥାଏ । ଆପଣଙ୍କୁ ନିଜ ଲକ୍ଷ ପ୍ରାପ୍ତ କରିବାରେ ସଫଳତା ମିଳିଥାଏ । ଯଦି କଇଁଛ ଘରେ ପାଳିବା ସମ୍ଭବ ନୁହେଁ ଚାନ୍ଦିର କଛୁଆ ଘରେ ରଖୀ ପାରିବେ । ଏଥିରେ ଆପଣଙ୍କ ଘରେ ବୈଭବ ଓ ଏଇଶ୍ଵର୍ଜ୍ୟ ବଢିଥାଏ ।

Image Courtesy: Google

ବେଙ୍ଗ – ବେଙ୍ଗ ବାସ୍ତୁ ଓ ଜ୍ୟୋତିଶରେ ବହୁତ ଶୁଭ ବୋଲି କୁହାଯାଏ । ଯଦି ଆପଣ ଘରେ ବେଙ୍ଗର ପିତଳ କି କାଚର ଷ୍ଟେଚ୍ୟୁ ରଖି ଏହାର ଶୁଭତା ପ୍ରାପ୍ତ କରିପାରିବେ । ଏହାକୁ ରଖିବା ଦ୍ଵାରା ଆପଣଙ୍କ ଭାଗ୍ୟଦ୍ଵୟ ହୋଇଥାଏ ଓ ଜୁଆଡେବି ଯିବା ସମୟରେ ତାକୁ ଦେଖିକି ଗଲେ ସବୁ କାର୍ଯ୍ୟ ଶୁଭ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *