ଦେଖନ୍ତୁ Video: ଏଠି ମହିଳାଙ୍କୁ ଲାଗିଛି ଭୁତ! ନ ଦେଖିଲେ ହେବନି ବିଶ୍ଵାସ

ଆପଣମାନେ ଭୁତ ପ୍ରେତ ବିଷୟରେ ନିଶ୍ଚିତ ଶୁଣିଥିବେ । କହିବାକୁ ଗଲେ କିଛି ଲୋକମାନେ ଭୁତ ପ୍ରେତ ଉପରେ ବିଶ୍ଵାସ କରନ୍ତି ନାହିଁ ତ ଅନ୍ୟ ପଟେ ଅନ୍ୟ କିଛି ଲୋକମାନେ ଭୁତ ପ୍ରେତ ଉପରେ ବିଶ୍ଵାସ ରଖନ୍ତି । ଏତିକି ନୁହେଁ କେତେକ ଲୋକମାନେ କୁହନ୍ତି କି ତାଙ୍କୁ ଭୁତ ଦେଖାଯାଏ ।

କିନ୍ତୁ ଏହା କେତେ ଦୂର ପର୍ଯ୍ୟନ୍ତ ସତ୍ୟ ଏହା ବିଷୟରେ କାହାକୁ ଜଣା ନାହିଁ । ଆପଣ କେବେ ନା କେବେ ଭୁତ ପ୍ରେତ ଥିବା ଭିଡିଓ ନିଶ୍ଚିତ ଦେଖିଥିବେ । ଯେଉଁଥିରେ ଭୁତ ଅଛି ବୋଲି କୁହାଯାଏ । କିନ୍ତୁ ଏହି ଭିଡିଓ ଓ ଏହି ଦୃଶ୍ୟ କେତେ ଦୂର ପର୍ଯ୍ୟନ୍ତ ସତ୍ୟ ଏହା ବିଷୟରେ କେହି ବି ଜାଣି ନାହାନ୍ତି ।

ଆଜି ଆମେ ଆପଣଙ୍କ ସାମ୍ନାରେ ଏକ ଭିଡିଓର କିଛି ଦୃଶ୍ୟ ବି ଆମେ ଆପଣଙ୍କୁ ଦେଖାଇବୁ । ଯେଉଁଥିରେ ଆପଣ ଦେଖି ପାରିବେ କି ବୋଧେ ପାଗଳ ଭଳି ହେଉଥିବା ଏହି ମହିଳା ଜଣକ ଶରୀରରେ ଭୁତ ଲାଗିଛି ଓ ଚର୍ଚରୁ କିଛି ମହିଳା ଆସି ଏହି ମହିଳା ଶରୀରରୁ ଭୁତ ଛଡାଇବାକୁ ଚେଷ୍ଟା କରୁଛନ୍ତି ।

ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ ବର୍ତ୍ତମାନ ଆଧୁନିକ ଯୁଗରେ ବି ଲୋକମାନେ ଭୁତ ପ୍ରେତ ଉପରେ ବିଶ୍ଵାସ କରନ୍ତି । ଏତିକି ନୁହେଁ ଭୁତକୁ ଛଡାଇବା ପାଇଁ ଲୋକମାନେ ସାହୁ ସନ୍ଥ ବାବାଙ୍କ ପାଖକୁ ବି ଯାଇଥାନ୍ତି ।

ଏହିଭଳି କିଛି ଦୃଶ୍ୟ ଫୁଲବାଣୀର ଏକ ଗ୍ରାମରେ ଦେଖା ଦେଇଛି । କିନ୍ତୁ କେଉଁ ଗ୍ରାମରେ ଏହି ଘଟଣା ଘଟିଛି ଏହାର କୌଣସି ସଠିକ ସୂଚନା ନାହିଁ । ଆପଣ ଦେଖି ପାରିବେ କି ମହିଳା ଜଣକ ଶରୀରରେ ଭୁତ ଲାଗିଛି ଓ ସେ ପାଗଳଙ୍କ ଭଳି ହେଉଛି ।

ଏହି ମହିଳା ପାଖରେ ଦୁଇ ଜଣ ଧଳା ଶାଢୀ ପିନ୍ଧି ଥିବା ମହିଳା ଛିଡା ହୋଇଛନ୍ତି । ଯେଉଁମାନେ କି ବାରମ୍ବାର ପ୍ରଭୁ ଯୀଶୁଙ୍କ ନାଁ ନେଇ ଏହି ମହିଳା ଶରୀରରୁ ଭୁତ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି । ଏତିକି ନୁହେଁ ପାଖରେ ବି ବହୁତ ଗ୍ରାମବାସୀମାନେ ଛିଡା ହୋଇଛନ୍ତି । କିନ୍ତୁ ଭିଡିଓ ଶେଷ ହେବା ପର୍ଯ୍ୟନ୍ତ ବି ଏହି ମହିଳା ଶରୀରରୁ ଭୁତ ଯାଉ ନାହିଁ ।

ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପାଖରେ ପୋଲିସ ବି ଛିଡା ହୋଇଛି । କିନ୍ତୁ ସେମାନେ ବି କିଛି କରୁ ନାହାନ୍ତି ଓ କାହାକୁ ବି କିଛି କହୁ ନାହାନ୍ତି । ଏତିକି ନୁହେଁ ଭୁତ ଲାଗିଥିବା ମହିଳା ଜଣକ ମାଟିରେ ବି କଣ ଲେଖୁଛି । କହିବାକୁ ଗଲେ ଆଜିକାଲି ବି ଲୋକମାନେ ଏହି ସବୁ ଗୁନିଗାରେଡି ଉପରେ ବିଶ୍ଵାସ କରୁଛନ୍ତି ।

Leave a Reply

Your email address will not be published. Required fields are marked *