ବନ୍ଧା ହେଲେ ଫେସବୁକ ସୁନ୍ଦରୀ, କାହାକୁ ଡାକ୍ତର ତ କାହାକୁ ବ୍ୟୁଟିସିଆନ ରୂପରେ ଏମିତି ଲଗାଉଥିଲେ ଚୂନା, ଯାହାଙ୍କ ପୁରା କାରନାମା ଶୁଣି ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ଆଜିକାଲି ଫେସବୁକରେ କେତେକ ପୁଅ ଓ ଝିଅମାନେ ଫେକ ଆଇଡ଼ି ତିଆରି କରି ସମସ୍ତଙ୍କୁ ଠକୁଛନ୍ତି । ଏହିଭଳି ଏକ ମାମଲା ବର୍ତ୍ତମାନ ଭୁବନେଶ୍ଵରରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବତୀ ଫେସବୁକରେ ପୁଅମାନଙ୍କ ସହ କଅଁଳ କଅଁଳ କଥା ହୋଇ ତାଙ୍କ ସହ ବନ୍ଧୁତା କରୁଥିଲା । ନିଜକୁ ଡାକ୍ତର, ଇଞ୍ଜିନିୟର, ଶିକ୍ଷୟତ୍ରି କହି ବହୁତ ପୁଅମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛି ଏହି ଯୁବତୀ ।

ଫେସବୁକରେ ଏହିଭଳି ରୂପ ବଦଳାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଆ ନେଉଥିବା ଏହି ଯୁବତୀକୁ ଭୁବନେଶ୍ଵରର ସହିଦନଗର ଥାନା ପୋଲିସ ଗିରଫ କରିଛି । ଗିରଫ ସମୟରେ ପ୍ରିୟଙ୍କା ପାଖରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୩ ଟି ପାସବୁକ, ଦୁଇଟି ମୋବାଇଲ ଫୋନ ମିଳିଛି ।

ଆପଣ ଫଟୋରେ ଯେଉଁ ଯୁବତୀଙ୍କୁ ଦେଖୁଛନ୍ତି ସେ ଫେସବୁକରେ ଏଞ୍ଜେଲ ପ୍ରିୟା ବୋଲି କହି ସମସ୍ତଙ୍କୁ ଠକୁ ଥିଲେ । ଯୁବତୀ ଜଣକ ବାଲୁ ଗାଁ ନାଚୁଣୀ ଅଞ୍ଚଳର ବାସିନ୍ଦା ଅଟନ୍ତି ଓ ତାଙ୍କର ଅସଲ ନାଁ ପ୍ରିୟଙ୍କା ପ୍ରିୟଦର୍ଶିନୀ ପରିଡା ଅଟେ । ପ୍ରିୟଙ୍କା ଏହିଭଳି ଜଣେ ଯୁବକଙ୍କୁ ନିଜ ଜାଲରେ ଫସାଇ ୬.୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ କୁହାଯାଉଛି କି ଏହା ଏକ ବଡ ରାକେଟ ହୋଇପାରେ । ଯେଉଁଥିରେ କି ଆହୁରି ଅନେକ ଯୁବତୀ ସାମିଲ ଅଛନ୍ତି ।

ପ୍ରିୟଙ୍କା କିଛି ମାସ ପୂର୍ବେ ୱାଟସଏପ ଓ ଫେସବୁକରେ ବହୁତ ନୂଆ ନୂଆ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟର ଡ଼ିପିରେ ଅନ୍ୟ ସୁନ୍ଦରୀ ସୁନ୍ଦରୀ ଝିଅମାନଙ୍କ ଫଟୋ ରଖୁ ଥିଲେ ଓ ଅଜଣା ଲୋକମାନଙ୍କ ସହ କଥା ହେଉଥିଲେ । ସେ ତାଙ୍କର କାମ ଓ ଚାକିରି ଅନୁସାରେ ତାଙ୍କୁ ବିଭିନ୍ନ ପ୍ରକାରର କାହାଣୀ କହି ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ।

ଦେଖିବାକୁ ବହୁତ ଭଦ୍ର ଅଟନ୍ତି କିନ୍ତୁ ଯେତେବେଳେ ପୋଲିସ ତାଙ୍କର ମୋବାଇଲ ଯାଞ୍ଚ କରିଲା ତେବେ ତା ମୋବାଇଲରେ ଫେସବୁକରେ ପାଖାପାଖି ୧୦୦ ଟି ଫେକ ଆଇଡ଼ି ତିଆରି କରିଥିଲା ଏହି ଯୁବତୀ । ସେ ପ୍ରଥମେ ନୂଆ ନୂଆ ସୁନ୍ଦରୀ ଯୁବତୀମାନଙ୍କ ଫଟୋକୁ ଡାଉନଲୋଡ କରିବା ପରେ ଏକ ନୂଆ ଆଇଡ଼ିରେ ସେହି ଫଟୋକୁ ଡ଼ିପି ରଖି ଯୁବକମାନଙ୍କୁ ନିଜ ଜାଲରେ ଫସାଉ ଥିଲେ । ସେ ପ୍ରତ୍ୟକ ଯୁବକଙ୍କୁ ନିଜର ଭିନ୍ନ ଭିନ୍ନ ଦୁଃଖ ଭରା କାହାଣୀ କହୁଥିଲା ଓ ସମସ୍ତଙ୍କୁ ସେ ବିବାହ କରିବା ପାଇଁ ବି ପ୍ରତିଶ୍ରୁତି ଦେଉଥିଲା ।

ଏହି ମାମଲା ସେହି ସମୟରେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ବ୍ୟକ୍ତି ସହିଦନଗର ଥାନାରେ ଏହି ଯୁବତୀଙ୍କ ନାଁରେ ଅଭିଯୋଗ କରିଥିଲା କି ସେ ତାଙ୍କ ଠାରୁ ୬.୫ ଲକ୍ଷ ଟଙ୍କା ଲୁଟିଆ ନେଇ ଯାଇଛନ୍ତି । ବ୍ୟକ୍ତି ଜଣକ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି । ଏତିକି ନୁହେଁ ଏହି ବ୍ୟକ୍ତିର ଜଣେ ସାଙ୍ଗ ବି ଏହି ଯୁବତୀଙ୍କୁ ୪ ବର୍ଷ ପୂର୍ବେ ୪.୫ ଲକ୍ଷ ଟଙ୍କା ଦେଇଛନ୍ତି ଓ ଆଜି ପର୍ଯ୍ୟନ୍ତ ଏହି ବ୍ୟକ୍ତି ଜଣକ ସେହି ତାଙ୍କ ପାଇ ନାହାନ୍ତି । ଏହିଭଳି ଭବାରେ ସେ ବହୁତ ଯୁବକଙ୍କୁ ଠକିଛନ୍ତି । କିନ୍ତୁ ଶେଷରେ ପୋଲିସ ଏହି ଯୁବତୀକୁ ଗିରଫ କରିଛନ୍ତି ।

Leave a Reply

Your email address will not be published. Required fields are marked *