ଏମିତି ବି ଆସେ ମୃତ୍ୟୁ! ବରଣମାଳା ପିନ୍ଧିବା ପରେ ଚାଲିଗଲା ଜୀବନ, କାନ୍ଦବୋବାଳିରେ ଫାଟିପଡୁଛି ପୁରା ପରିବେଶ ଦେଖନ୍ତୁ video

ଦର୍ଶକ ବନ୍ଧୁ ବାହାଘରକୁ ନେଇ ପ୍ରତେକ ଝିଅ ଓ ପୁଅର ଅନେକ ସ୍ଵପ୍ନ ଥାଏ । ଝିଅମାନେ ନିଜ ବିବାହକୁ ନେଇ ସୁନେଲି ସ୍ଵପ୍ନ ଦେଖିଥାନ୍ତି ଆଉ ଚାହିଁ ବସିଥାନ୍ତି କେବେ ତାଙ୍କ ମନର ମଣିଷ ବ ରାଜକୁମାର ଆସିବ ଆଉ ତାଙ୍କୁ ନିଜର ଜୀବନ ସାଥି କରି ନେଇଯିବ । ଦୁହେଁ ସାରା ଜୀବନ ଏକାଠି ହୋଇ ରହିବେ ଏ ସ୍ଵପ୍ନ ପ୍ରତେକ ପୁଅ ଝିଅର ବାହାଘରକୁ ନେଇ ରହିଥାଏ । କିନ୍ତୁ ବାହାଘର ସମୟରେ ଏମିତି ବି କିଛି ହୁଏ ଯାହାକୁ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।

ଆଜ୍ଞା ହଁ ଏମିତି ବି ମୃତ୍ୟୁ ଆସେ କି ବାହା ବାହା ହେଉ ହେଉ ଦେବୀ ରେ ଜୀବନ ବି  ଚାଲିଯାଏ । ଆଉ ସବୁ ତକ ଖୁସି ଯେମିତି ନିମିଷକରେ ଶେଷ ହୋଇଯାଏ । ହଁ ଦର୍ଶକ ବନ୍ଧୁ ଚାଲିଥିବା ବାହାଘର । ଆଉ ବାହାଘର ବେଳେ ବରଣମାଳା ପିନ୍ଧାଇବା ପାଇଁ ପୂଜକ କହିଲେ ଆଉ ପୂଜକ ଙ୍କ କଥା ଅନୁଯାୟୀ ଝିଅ ପ୍ରଥମେ ପୁଅ ବେକରେ ବରଣମାଳା ପିନ୍ଧାଇଲା । ଆଉ ଯେତେବେଳେ ବର କନ୍ୟା ବେକରେ ବରଣମାଳା ପିନ୍ଧାଇବାକୁ ଗଲା ଠିକ ସେହି ସମୟରେ ପ୍ରାଣ ବାୟୁ ଉଡି ଯାଇଥିଲା ଯୁବତୀଙ୍କର । ଭାଙ୍ଗିଗଲା ସ୍ଵପ୍ନ ଲିଭିଗଲା ଦୀପ ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଲକ୍ଷ୍ନୌ ରେ । ଏକ ବିବାହ କାର୍ଯ୍ୟ କ୍ରମର ଖୁସି ର ମୁହୁର୍ତ୍ତ ଅଚାନକ ଶୋକରେ ପରିଣତ ହୋଇଗଲା । ବାହାଘର ବେଳେ ବର ବରଣମାଳ ପିନ୍ଧାଇବା କ୍ଷଣି କନ୍ୟା ର ମୃତ୍ୟୁ ଘଟିଲା । ବରଣମାଳା ପିନ୍ଧିବା ପରେ କନ୍ୟା ଜଣକ ଅଚାନକ ଅଚେତ ହୋଇ ପଡିଲେ । ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ କି ନିଆ ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଇଥିଲେ । ହୃଦଘାତ ଯୋଗୁଁ ତାଙ୍କ ଜୀବନ ଚାଲି ଯାଇଛି ବୋଲି ଜଣା ପଡିଛି ।

ଗତ ଶୁକ୍ରବାର ଦିନ ଉଦବାନ ରେ ରହୁଥିବା ରାଜପାଳ କ ଶିବଙ୍ଗି ଙ୍କ ବାହାଘର ହେଉଥିଲା । ର ଆସି ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଚାଲିଥିଲା । ପରେ ବାର ଫୁଲମାଳା ଧରି ସ୍ଟେଜ ଉପରକୁ ଯାଇଥିଲା । ଆଉ ତା ପରେ ବାର ଶିବାଙ୍ଗୀ ଙ୍କୁ ବରଣମାଳା ପିନ୍ଧାଇବା ପରେ ଶିବାଙ୍ଗୀ ଚେତା ହରାଇ ପଡିଥିଲେ । ବାହାଘରର ୧୦ ରୁ ୨୦ ଦିନ ପୂର୍ବରୁ ଶିବାଙ୍ଗୀ କୁଆଡେ ଅସୁସ୍ଥ ଥିଲେ ।

ତାଙ୍କୁ ଜ୍ଵର ହୋଇଥିଲା ଓ ଲୋ ବ୍ଲଡ଼ ପ୍ରେସର ଥିବା ଡାକ୍ତର କହିଥିଲେ । ବାହାଘର ର ସପ୍ତାହେ ପୂର୍ବ ରୁ ଶିବାଙ୍ଗୀ ସୁସ୍ଥ ହୋଇ ଯାଇଥିଲେ । ହେଲେ ବାହାଘର ଦିନ ହିଁ ତାଙ୍କର ମୃତ୍ୟୁ ଘଟିଛି । ଶିବାଙ୍ଗୀ ଙ୍କ ମୃତ୍ୟୁ କୁ ନେଇ ପୁରା ପରିବାର କାନ୍ଦ ବୋବାଳିରେ ଫାଟି ପଡୁଛି । ଆଉ ଏହା ପରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *