Exclusive: ପତ୍ନୀ Rupinder ଙ୍କୁ ଏମିତି ପଟେଇଥିଲେ Pupinder , ଖୋଲଦେଲେ ସବୁ ରାଜ୍, ଦେଖନ୍ତୁ video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ପୁପିନ୍ଦରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଉ ପୁପିନ୍ଦରଙ୍କ ଏତେ ସୁନ୍ଦର ଅଭିନୟ ଆଉ କମେଡି କରନ୍ତି ତାହା ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେ ଅନେକ ସାରା ଫିଲରେ ଚମତ୍କାର ଅଭିନୟ କରି ବେଶ ଲୋକଲୋଚନକୁ ଆସିଛନ୍ତି । ଏମିତିରେ ପୁପିନ୍ଦର ନିଜ ଲାଇଫ ଷ୍ଟାଇଲ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ପୁପିନ୍ଦର ଏବେ ଏକ ସାକ୍ଷାତ୍କାରରେ ନିଜ ବୈବାହିକ ଜୀବନ ବିଷୟରେ ବଡ ଖୁଲାସା କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ପୁପିନ୍ଦର ଏହି ସାକ୍ଷାତ୍କାରରେ କହିଛନ୍ତି “୧୩ ବର୍ଷ ପୂର୍ବରୁ ଅରକୁଟ ନାମକ ଏକ ସୋସିଆଲ ମିଡିଆ ସାଇଡ ଥିଲା ସେଇଠି ପୁଅ ଝିଅ ମାନେ ଫେସବୁକ ଯେମିତି ସେଭଳି କଥା ହୋଇ ପାରିବେ ଯାହା ଏବେ ଇଂଷ୍ଟାଗ୍ରାମ, ଫେସବୁକ ହୋଇ ଯାଇଛି ।

ମୁଁ ତାଙ୍କର ନାମରୁ ପ୍ରଥମେ ପ୍ରଭାବିତ ହେଲି ତାଙ୍କ ନାମ ରୁପିନ୍ଦର ଥିଲା ଆଉ ସେ ଏକ ହଳଦିଆ ରଙ୍ଗର ଡ୍ରେସ ପିନ୍ଧି ଥିଲେ ତାଙ୍କ ପ୍ରୋଫାଇଲ ଫୋଟୋ ରେ । ମୁଁ ତାଙ୍କୁ ସବୁବେଳେ ମେସେଜ କରେ ହେଲେ ସେ ମୋ ମେସେଜ ଗ୍ରହଣ କରନ୍ତି ନାହିଁ । ସେ ମୋତେ ସବୁବେଳେ ଋଜେକ୍ଟ କରନ୍ତି । ଏମିତି ଅନେକ ଦିନ ମେସେଜ କଲା ପରେ ସେ ଥରେ ସନ୍ଧ୍ୟା ବେଳେ ଅନଲାଇନ ଥିଲେ ମୁଁ ଏ ଚାନ୍ସ ଆଉ ମିସ କଲିନି ।

ମୁଁ ତାଙ୍କୁ ତୁରନ୍ତ ମେସେଜ କଲି ସେ କହିଲେ ସେ କେବଳ ନିଜ ଫାମିଲି ମେମ୍ବରଙ୍କ ସହ କଥା ହେବା ପାଇଁ ଏହି ଆପ ବ୍ୟବହାର କରୁଛନ୍ତି । ସେ ଏହି କଥା କହି ଫସିଗଲା ସେ ଯଦି ଉତ୍ତର ଦେଇ ନ ଥାନ୍ତା ତା ହେଲେ ବୋଧ ହୁଏ ମୁଁ ଆଉ ମେସେଜ କରି ନ ଥାନ୍ତି । ସେଥିରେ ଆମେ କିଛି ଦିନ କଥା ହେଲୁ ଆଉ ସେ ଜାଣି ପାରିଲା ମୁଁ ଗୋଟେ ଭଲ ମଣିଷ । ତା ପରେ ଆମେ ଫୋନ ନମ୍ବର ଏକ୍ସ ଚେଞ୍ଜ କଲୁ ଏକ୍ସ ଚେଞ୍ଜ କରିବା ପରେ ଆମେ ଆମ ଘରେ କହିଲୁ ।

ତାଙ୍କ ପରିବାର ଲୋକ ଟିକେ ରାଜି ହେଉ ନ ଥିଲେ କିନ୍ତୁ ଆମେ ବହୁତ କଷ୍ଟରେ ରାଜି କରାଇ ଥିଲି । ମୁଁ ଯେଉଁ ପ୍ରୋଫେସନରେ ଅଛି ତାଙ୍କୁ ଭଲରେ ରଖିବୀ ଏୟା ବୋଧେ ତାଙ୍କ ମନରେ ଥିଲା । ପ୍ରଥମ ଦେଖାର ମୂହୁର୍ତ୍ତକୁ ଆମେ ଦୁହେଁ ମାନେ ରଖିଛୁ” । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *