ଏମିତି କାହିଁକି କହିଲେ ରାଇନା ? ମୋ ପାଇଁ ଧୋନୀ ଆଗ ଦେଶ ଦ୍ଵିତୀୟ… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଘଟଣା

ବନ୍ଧୁଗଣ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସ ମ୍ୟାନ ତଥା ମିଷ୍ଟାର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନା ଙ୍କୁ ଆପଣ ଭାବେ ଜାଣିଥିବେ । ମହେନ୍ଦ୍ର ସିଂ ଧୋନୀଙ୍କର ସେ ଜଣେ ବଡ ଫ୍ୟାନ ଭାବେ ବେଶ ଜଣାଶୁଣା ଅଟନ୍ତି । ଅନେକ ସମୟରେ ସୁରେଶ ଧୋନୀଙ୍କୁ ପ୍ରଶଂସା କରିବା ସହ ତାଙ୍କ ସହ ଧୋନୀଙ୍କର ସମ୍ପର୍କ ବେଶ ନିବିଡ ବୋଇ ପରିଚୟ ଦେଇଛନ୍ତି ।

ତେବେ ରାଇନା ଙ୍କ ଧୋନୀଙ୍କୁ ନେଇ ଏକ ବୟାନ ଏବେ ଚାରି ଆଡେ ଚର୍ଚ୍ଚା ସୃଷ୍ଟି କରିଛି । ରାଏନା ଙ୍କ କହିବା ଅନୁଯାୟୀ ସେ ପ୍ରଥମେ ଧୋନୀଙ୍କ ପାଇଁ ଆଉ ତା ପରେ କ୍ରିକେଟ ଖେଳିଛନ୍ତି । ତାଙ୍କ କ୍ରିକେଟ କ୍ଯାରିୟରରେ ଧୋନୀ ଆଗ ଦେଶ ପଛ ବୋଲି କହିଛନ୍ତି ରାଇନା । ତେବେ ରାଇନାଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବ ସହ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସୁରେଶ ରାଇନା ଙ୍କ କହିବା ମୁତାବକ ସେ ଗାଜିଆବାଦ ରୁ ଓ ଧୋନୀ ରାଞ୍ଚିରୁ । ସେମାନେ ଦୁହେଁ ସାଙ୍ଗ ହୋଇ ଅନେକ ମ୍ୟାଚ ଖେଳିଛନ୍ତି ଓ ଭାରତକୁ ବିଶ୍ଵ କପ ମଧ୍ୟ ଜିତାଇଛନ୍ତି । ତେବେ ଧୋନୀଙ୍କ ସହ ଟିମ ଇଣ୍ଡିଆ ପାଇଁ ଖେଳିବା ଆଉ ଆଇପିଏଲ ଖେଳିବା ବଡ କଥା ବୋଲି ରାଇନା କହିଛନ୍ତି । ଏହା ସହ ଧୋନୀ ଜଣେ ଭଲ ଲିଡର ହେବା ସହ ଭଲ ମଣିଷ ବୋଲି ମଧ୍ୟ କହିଛନ୍ତି ରାଇନା ।

20202 ଅଗଷ୍ଟ 20ରେ ଆନ୍ତର୍ଜାତୀୟ କ୍ରିକେଟ କୁ ଗୁଡ ବାଏ କହିଥିଲେ ଏମଏସ ଧୋନୀ । ସ୍ଵାଧୀନତା ଦିବସର ସନ୍ଧ୍ୟାରେ ସମସ୍ତଙ୍କୁ ଚମକାଇ ଏହି ନିସ୍ପତି ନେଇଥିଲେ ଏମଏସ ଧୋନୀ । ତେବେ ଟିମ ଇଣ୍ଡିଆର ସଫଳ ଅଧିନାୟକ ଇଣ୍ଟର ନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେବାର କିଛି ସମୟ ମଧ୍ୟରେ ରାଇନା ମଧ୍ୟ ନିଜର ଅବସର ବିଷୟରେ ଘୋଷଣା କରିଥିଲେ ।

ଯାହା ଦୁହିଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ଦର୍ଶାଇବା ସହ ରାଇନା ଧୋନୀଙ୍କୁ କେତେ ମାନିଥାନ୍ତି ତାହା ଦର୍ଶାଇଥିଲା । ରାଇନା ଦୀର୍ଘ ସମୟ ହେଲା ଟିମ ଇଣ୍ଡିଆରୁ ବାହାରି ଥିଲେ । ଲମ୍ବା ସମୟ ଧରି ସେ କୌଣସି ଆନ୍ତର୍ଜାତୀୟ ମ୍ଯାଚ ଖେଳି ନ ଥିଲେ । ଆଇପିଏଲ ରେ ଧୋନୀଙ୍କ ସହ ଖେଳିବା ସହ ରାଇନା ସିଏଚକେ ତରଫରୁ ମ୍ଯାଚ ଖେଳିବା ଜାରି ରଖିଥିଲେ ।

ହେଲେ ଯେବେ କ୍ରିକେଟ ରୁ ଅବସର ଘୋଷଣା କରିଲେ ଏହାର କିଛି ଘଣ୍ଟା ପରେ ହିଁ ରାଇନା ନିଜ ଅବସର ଘୋଷାଣ କରିଥିଲେ । ରାଇନା ଓ ଧୋନୀଙ୍କ ବନ୍ଧୁତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ । ରାଇନା ଧୋନୀ ଙ୍କୁ ନିଜର ମେଣ୍ଟର ଭାବେ ମାନୁଥିବା ବେଳେ ଏହି ଦୁଇ ଖେଳାଳୀ ଭାରତକୁ ଅନେକ ମ୍ଯାଚରେ ପରାଜୟରୁ ବଞ୍ଚାଇଛନ୍ତି ।

ଖାଲି ସେତିକି ନୁହେଁ ବରଂ 2011 କ୍ରିକେଟ ବିଶ୍ଵକପ ରେ ଏହି ଦୁଇ ଖେଳାଳି ଚାମ୍ପିୟାନ ଦଳର ସଦସ୍ୟ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଧୋନୀ ଓ ରାଇନା ଙ୍କ ସମ୍ପର୍କ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *