Barshaଙ୍କ ନୂଆ ଫିଲ୍ମ ପାଇଁ ମେସେଜ କରି ଏମିତି କହିଲେ Anubhab, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ମହାନ୍ତି ଯିଏକି ସ୍ଵାମୀ ସ୍ତ୍ରୀ ଅଟନ୍ତି ସେମାନଙ୍କର ଲଭ ଷ୍ଟୋରି ଓ ବର୍ତ୍ତମାନ ତାଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଅନୁଭବ ଓ ବର୍ଷାଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରନ୍ତି କିନ୍ତୁ ତାଙ୍କର ବିବାହ ବିଚ୍ଛେଦର ଖବର ସାମ୍ନାକୁ ଆସିବା ପରେ ତାଙ୍କର ଫ୍ୟାନମାନ ଓ ଓଡିଶାର ଦର୍ଶକମାନେ ଦୁଃଖିତ ହୋଇ ଯାଇଛନ୍ତି ।

କହିବାକୁ ଗଲେ ଯେଉଁ ସମୟ ଠାରୁ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ସେହି ସମୟରୁ ଅନୁଭବ ଓ ବର୍ଷା କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ମିଡିଆରେ ଛାଇ ରହିଥାନ୍ତି । ଏହା ମଧ୍ୟରେ ପୁଣି ଥରେ ଅନୁଭବ ଓ ବର୍ଷାଙ୍କ ନାଁ ସାମ୍ନା ଆସୁଛି ।

ଶୁଣିବାକୁ ମିଳୁଛି କି ବର୍ଷା ମହାନ୍ତିଙ୍କ ନୂଆ ଚଳଚିତ୍ର ବିଜୟନୀ ପାଇଁ ସାଂସଦ ଓ ବର୍ଷାଙ୍କ ସ୍ଵାମୀ ଓ ଅଭିନେତା ଅନୁଭବ ମହାନ୍ତି ନିଜେ ଶୁଭେଚ୍ଛା ଜଣାଇଛନ୍ତି । ଯାହାକି ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ । ବିବାହ ବିଚ୍ଛେଦ ଖବର ସାମ୍ନାକୁ ଆସିବା ପରେ ଅନୁଭବ ଧୀରେ ଧୀରେ ବର୍ଷାଙ୍କ ଆଡକୁ ଟାଣି ହେଉଥିବାର ନଜର ଆସୁଛନ୍ତି । ପ୍ରଥମେ ବର୍ଷାଙ୍କ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଶୁଭ କାମନା କରିଥିଲେ ।

ବର୍ତ୍ତମାନ ବର୍ଷାଙ୍କ ନୂତନ ଚଳଚିତ୍ର ବିଜୟନୀ ପାଇଁ ପୁଣି ଥରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନୁଭବ ନିଜର ଟ୍ଵିଟର ଆକାଉଣ୍ଟରେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି କି ସମ୍ମାନନୀୟା ବର୍ଷା ପ୍ରିୟଦର୍ଶିନୀ, ତୁମର ନୂଆ ଚଳଚିତ୍ରର ଶୁ-ଟି-ଙ୍ଗ ବିଷୟରେ ଜାଣିବାକୁ ପାଇଲି । ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ଵାସୀ ଓ ନିଜ କର୍ମ କ୍ଷେତ୍ରରେ ସଠିକ ନିଷ୍ପତି ନେବାରେ ସ୍ଵାଧୀନ ରହି ଆସିଛ । ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ ।

କହିଦେଉଛୁ କି ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚିତ୍ରରେ ବର୍ଷାଙ୍କ ସହ ଦେବାଶିଷ ନଜର ଆସିବେ । ଏହା ସହିତ ଅନ୍ୟ କିଛି ନୂଆ ନୂଆ କଳାକାର ବି ଏଥିରେ ନଜର ଆସିବେ । ଏହି ଫିଲ୍ମର ଶୁ-ଟି-ଙ୍ଗ ବି ଆରମ୍ଭ ହୋଇଯାଇଛି ଓ ବହୁତ ଜଲ୍ଦି ଏହା ରିଲିଜ ମଧ୍ୟ ହେବ ।

ଏହାର ସଙ୍ଗୀତ ନିର୍ଦେଶନ ଦେଇଛନ୍ତି ପ୍ରେମାନନ୍ଦ । ଏହି ଫିଲ୍ମ ବିଷୟରେ ଜାଣିବା ପରେ ଅନୁଭବ ବର୍ଷାଙ୍କୁ ଟ୍ଵିଟର ଶୁଭେଚ୍ଛା । ଏଥିରୁ ଜଣା ପଡୁଛି କି ଅନୁଭବ ବର୍ଷା ଆଡକୁ ପୁଣି ଆସିବାକୁ ଚେଷ୍ଟା କରୁଛନ୍ତି । ଏମିତିରେ ଆମେ ସମସ୍ତେ ଚାହୁଁଛୁ କି ଅନୁଭବ ଓ ବର୍ଷା ଏକାଠି ହୋଇ ଯାଆନ୍ତୁ । କିନ୍ତୁ ଏହା ସମୟ ହିଁ କହିବ କି ସେମାନେ ଏକାଠି ହେବେ ନା ଅଲଗା ହେବେ ।

Leave a Reply

Your email address will not be published. Required fields are marked *