ଏମିତି କଣ ହେଲା ଯେ, ରାସ୍ତାରେ ରାନ୍ଧୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଶାଶୁ? ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବିଭିନ୍ନ ଦେଶରେ ପ୍ରଧାନ ମନ୍ତ୍ରୀ ମାନଙ୍କର କେତେ ନାଁ ଆଉ ଖ୍ଯାତି ରହିଛି । ତେବେ ସେମାନଙ୍କର ପରିବାରକୁ ନେଇ ଅନେକ ଖବର ପ୍ରତି ଦିନ ସୋସିଆଲ ମିଡିଆରେ ବାହାରି ଥାଏ । କେବେ ପ୍ରଧାନ ମନ୍ତ୍ରୀ ଙ୍କ ରାଜନୀତି କ୍ଯାରିୟରକୁ ନେଇ ତ ଆଉ କେବେ ସେମାନଙ୍କର ବ୍ୟକ୍ତିଗତ ଜୀବନୀ କୁ ନେଇ ଅନେକ ଖବର ବାହାରି ଥାଏ । ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଜେଣ ପ୍ରଧାନ ମନ୍ତ୍ରୀ ଙ୍କ ଶାଶୁ ଙ୍କୁ ନେଇ ବଡ ଖବର ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ଖବର ବିଷୟରେ ।  ବନ୍ଧୁଗଣ ଆପଣ ମାନେ ଏହି ଭିଡିଓ ରେ ଯେଉଁ ଫୋଟୋ ଦେଖୁଛନ୍ତି ଆଉ ସେଥିରେ ଥିବା ମହିଳାଙ୍କୁ ଦେଖୁଛନ୍ତି ଯିଏ କେଉଁ ସାଧାରଣ ମହିଳା ନୁହନ୍ତି ।

ଆପଣଙ୍କୁ ଦେଖିଲେ ଲାଗୁଥିବା କେହି ଜଣେ ଅତି ସାଧାରଣ ପରିବାରର ବୃଦ୍ଧ ଯିଏ ରାସ୍ତା କଡ ରେ ରୋଷେଇ କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏ ମହିଳା ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଙ୍କ ଶାଶୁ ସୁଧା ମୂର୍ତ୍ତି । ଆପଣ ଏବେ ଭାବୁଥିବେ ଜଣେ ପ୍ରଧାନମନ୍ତ୍ରୀ ଙ୍କ ଶାଶୁ ଏମିତି କାହିଁକି କରୁଛନ୍ତି ?

ବାସ୍ତବ କଥା ହେଉଛି ସୁଧା ମୂର୍ତ୍ତି କୋଟି କୋଟି ଟଙ୍କା ର ମାଲିକ ହୋଇଥିବା ବେଳେ ତାଙ୍କ ଜୀବନ ଶୈଳୀ ଅତି ସାଧାରଣ । ଏ ଫୋଟୋ ହେଉଛି କେରଳ ର ତିରୋନନ୍ଦପୁରମ ର । ଯାହା ଏବେ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଭାଇରାଲ ହେବାରେ ଲାଗିଛି । ଅଟୋପୁରମ ମନ୍ଦିର ରେ ପୋଙ୍ଗଳ ପର୍ବ ପାଳନ କରା ଯାଉଥିଲା । ଏହି ସମୟରେ ସୁଧା ମୂର୍ତ୍ତି ସାଧାରଣ ଲୋକ ପରି ଏହାକୁ ପାଳନ କରିଛନ୍ତି ।

ବିଧି ମୁତାବକ ସୁଧା ସେଠାରେ ସାଧାରଣ ଲୋକଙ୍କ ଗହଣରେ ମାଟି ହାଣ୍ଡିଆ ରେ ରୋଷେଇ କରିବା ସହ ଏ ପର୍ବ କୁ ପାଳନ କରିଛନ୍ତି । ଭାରତୀୟ ପରମ୍ପରା ମୁତାବକ ସୁଧା ଶାଢୀ ଟି ପିନ୍ଧି ଚଟାଣ ରେ ବସି ରୋଷେଇ କରୁଥିବାର ଦେଖିବାର ମିଳିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ପ୍ରଥମେ ତାଙ୍କୁ କେହି ଜାଣି ପାରି ନ ଥିଲେ । ଧୀରେ ଧୀରେ ଲୋକେ ତାଙ୍କୁ ଜାଣିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ।

ଆଉ ତାଙ୍କୁ ମିଳିଥିଲା ଅଜସ୍ର ପ୍ରଶଂସା । ତେବେ ସୂଚନା ଅନୁଯାୟୀ ସୁଧା ମୂର୍ତ୍ତି ଜଣେ ପ୍ରକ୍ଷାତ ଲେଖିକା, ପଦ୍ମା ଶ୍ରୀ ଉପାଧିକାରୀ ବୋଲି ଜଣା ପଡିଛି । ତାଙ୍କର ଏହି କାମ କୁ ବିଭିନ୍ନ ମହଲରୁ ଅଜସ୍ର ପ୍ରଶଂସା କରା ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ସୁଧା ମୂର୍ତ୍ତି ଙ୍କ ଏଭଳି ଚିନ୍ତାଧାରା ଓ କାର୍ଯ୍ୟ କଳାପ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *