ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ କିଛି ଏମିତି କହିଲେ Sura Bhai, କହିଲେ “ପେଟ୍ରୋଲ ସରିଗଲେ…” ଦେଖନ୍ତୁ Video କଣ କହୁଛନ୍ତି

ବନ୍ଧୁଗଣ ଓଡିଶା ଡ୍ରାଇଭର ଏକତା ମଞ୍ଚର ଆନ୍ଦୋଳନରେ ପହଞ୍ଚିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଯେତେ ଜଲ୍ଦି ସମ୍ଭବ ଡ୍ରାଇଭର ମାନଙ୍କର ଦାବି ପୂରଣ କରିବାକୁ କହିଛନ୍ତି ସୁର ଭାଇ । ବନ୍ଧୁଗଣ ଆଜିକୁ ଦୁଇ ଦିନ ବୀତି ଗଲା ଓଡିଶା ଡ୍ରାଇଭର ମହାସଂଘ ସେମିତି ଆନ୍ଦୋଳନ ଜାରି ରଖିଛି । ତେବେ ଦୁଇ ଦିନ ହେବ ଜାତୀୟ ରାଜପଥରେ ଡ୍ରାଇଭର ମାନେ ଧାରଣାରେ ବସିଛନ୍ତି ।

ରାଜ୍ୟ ସରକାର ସେମାନଙ୍କର ଦାବି ପୂରଣ କରିଲେ ସେମାନେ ଧାରଣାରୁ ଉଠିବେ ବୋଲି କହିଛନ୍ତି । କିନ୍ତୁ ଏ ଯାଏଁ ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ପାଇଁ କିଛି ପଦକ୍ଷେପ ନେଇ ନାହାନ୍ତି । ଏହାରି ଭିତରେ ଡ୍ରାଇଭର ସଂଘ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆସୁଥିବା ଗାଡିକୁ ଛାଡୁ ନାହାନ୍ତି ଯାହା ପାଇଁ ଅନେକ ସମସ୍ଯା ଦେଖାଗଲାଣି । ଯାହା ମଧ୍ୟରୁ ପେଟ୍ରୋଲ ସମସ୍ଯା ହେଉଛି ଅନ୍ୟତମ ।

କାରଣ ପେଟ୍ରୋଲ ବିନା କୌଣସି କାମ ଅସମ୍ଭବ । ଏ ନେଇ ସୁର ରାଉତରାୟ ଆନ୍ଦୋଳନରେ ପହଞ୍ଚି ପେଟ୍ରୋଲ ସମସ୍ୟାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ପେଟ୍ରୋଲ ବିନା ମୁଖ୍ୟମନ୍ତ୍ରୀ ଖାଇ ପାରିବନି କି ଝାଡା ଯାଇ ପାରିବନି, ମୁଁ କାଲି ଏମାନଙ୍କ ପାଖକୁ ଆସି ଦେଖା କରିଥିଲି । ଜଟଣୀରେ ବି ଦେଖା କରିଥିଲି । ଖୋର୍ଦ୍ଧା ରେ ବି ଦେଖା କରିଥିଲି ।

ସାରା ଓଡିଶାର ଡ୍ରାଇଭର ମାନେ ସ୍ଟ୍ରାଇକ କରିଛନ୍ତି । ସବୁ NH ବଡ ଗାଡି ବନ୍ଦ । ବସ, ଟ୍ରକ କିଛି କୁଆଡେ ଯାଉନି । ଏମାନଙ୍କୁ ଧନ୍ୟବାଦ ଭୋକ ଉପାସରେ ଏମାନେ ପଡି ରହିଛନ୍ତି । ତାଙ୍କର ଆଧିକାର ପାଇବା ପାଇଁ । ଆଜି ବିଧାନ ସଭାରେ କୋଶ୍ଚିନ ଆୱାର ପରେ ସବୁ ବିଧାୟକ ମାନେ କଂଗ୍ରେସ ବିଧାୟକ ଓ ବିଜେପି ବିଧାୟକ ସମସ୍ତେ ଶୂନ୍ୟ କାଳ ଭୀତରେ ସରକାର ଙ୍କ ଆଗକୁ ଯାଇ ଦୁନିଆ ଗଣ୍ଡଗୋଳ କଲୁ । ହୋ ହଲା କରିଲୁ ।

ହାଉସ ବନ୍ଦ କରି ସର୍ବ ଦଳ ମିଟିଂ ଚାଲିଲା । ମୋର ଗୋଟେ ଦାବି ପ୍ରଥମେ ସ୍ରାବ ଦଳ ବୈଠକ ଡାକ । ଯାହା ଚାଲିଛି ଏବେ । ମୋର ଆଶା ଏ ଡ୍ରାଇଭର ମାନଙ୍କ ଦାବି ସରକାର ନିଶ୍ଚୟ ଶୁଣିବେ । ପେଟ୍ରୋଲ ଅଭାବକୁ ନେଇ ପୁଣି କହିଲେ କି “ତେଲ ଟାଙ୍କିରେ ତେଲ ନ ମିଳିଲେ ମୁଖ୍ୟ ମନ୍ତ୍ରୀ ଖାଇ ପାରିବନି କି ଝାଡା ଯାଇ ପାରିବନି, ସେ ନିଜେ ଆସି ଏମାନଙ୍କ ଦାବି ବିଷୟରେ ଆଲୋଚନା କରନ୍ତୁ ।

ତେଲ ବିନା ସାଧାରଣ ଲୋକ କଣ ଆମ୍ବୁଲାନ୍ସ କଣ କାହାରି ଗାଡି ବି ଗାଡିବନି, ହେଲେ ଆମ୍ବୁଲାନ୍ସ କୁ ଆମେ ଛାଡି ଦେବୁ । କାହା ଜୀବନକୁ ମାରିବୁ ନାହି । ସେ ସେବା ଆମେ ଶିୟୋର କରିବୁ । ଦାବି ହୋଇଛି କିନ୍ତୁ କିଛି ପୂରଣ ହୋଇପାରି ନାହି । ନିଜେ ମୁଖ୍ୟମନ୍ତ୍ରୀ ଭୋଗନ୍ତୁ ତା ପରେ ଜାଣିବେ” । ବନ୍ଧୁଗଣ ଏ ଖବରକୁ ନେଇ ଆପଣ ମାନଙ୍କର ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *