ବନ୍ଦ ହେଲା ‘ଷ୍ଟିୟରିଂ ଛାଡ ଆନ୍ଦୋଳନ”, ଗଡିଲା ଘରୋଇ ବସ… କେଉଁ ସ୍ଥାନରେ କଣ ରହିଛି ସ୍ଥିତି ଦେଖନ୍ତୁ

ବନ୍ଧୁଗଣ ଗତ ଦୁଇ ଦିନ ରାଜ୍ୟ ବ୍ୟାପୀ ଓଡିଶା ଡ୍ରାଇଭର ଏକତା ମାଛ ପାଖ ରୁ ଆନ୍ଦୋଳନ ଜାରି ରହିଛି । ରାଜ୍ଯର ସବୁ ଜାଗାରେ ଡ୍ରାଇଭର ମାନେ ହରତାଳ କରିଛନ୍ତି ଗତ ଦୁଇ ଦିନ ହେବ । ଯାହା ପାଇଁ ଗାଡି ଚଳାଚଳ ବନ୍ଦ ହୋଇ ଯାଇଛି । ଆଉ ଏହାର ସିଧା ସଳଖ ପ୍ରଭାବ ସାଧାରଣ ଲୋକ ମାନଙ୍କ ଉପରେ ଦେଖିବାକୁ ମିଳିଥିଲା । 10 ଦଫା ଦାବି ନେଇ ଡ୍ରାଇଭର ମାନେ ଧାରଣା ରେ ବସିଛନ୍ତି ।

କିନ୍ତୁ ସରକାରଙ୍କର ଏ ଯାଏଁ କିଛି ବି ପ୍ରତିକ୍ରିୟା ମିଳିପାରି ନାହି । ଆଉ ଏବେ ଏବେ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁଯାୟୀ ଧୀରେ ଧୀରେ ବସ ଚଳାଚଳ ସ୍ଵାଭାବିକ ହେଉଥିବା କହିଛନ୍ତି ରାଜ୍ୟ ବସ ମାଲିକ ସଂଘ । ଡ୍ରାଇଭରଙ୍କ ଷ୍ଟିୟରିଂ ଛଡା ଆନ୍ଦୋଳନ କାରଣ ରୁ ଗତ ଦୁଇ ଦିନ ଧରି ଆସ ଚଳାଚଳ ଠପ ହୋଇଥିଲା । ଆସ ଚଳାଚଳ ସ୍ଵାଭାବିକ କରିବା ପାଇଁ ସବୁ ସଂଘ ପକ୍ଷରୁ କହିଛନ୍ତି ଦେବେନ୍ଦ୍ର କୁମାର ସାହୁ ।

କିଛି ସ୍ଥାନରେ ଅସୁବିଧା ଦେଖା ଦେଇଛି । ସେହିଭଳି ଦିନ 10ଟା ରୁ 11ଟା ଯାଏଁ ବସ ରାଜପଥ ରେ ଛିଡା କରିବାକୁ ନିସ୍ପତି ହୋଇଥିଲା । ଏହାକୁ ପ୍ରତ୍ୟାହାର କରାଗଲା ବୋଲି ଦେବେନ୍ଦ୍ର ସାହୁ କହୁଛନ୍ତି । ଆଗାମୀ ସରାକର ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନ କରନ୍ତୁ । ବସ ମାଲିକ ଓ କର୍ମଚାରୀ ମଧ୍ୟ ରେ ସୋହାର୍ଦ୍ୟ ପୂର୍ଣ୍ଣ ସମ୍ପର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି ।

ବାଦାମବାଡ଼ି ଓ ବ୍ରହ୍ମପୁର ରୁ ଗଡିଲା ଘରୋଇ ବସ ଆଜି ଠାରୁ । ଡ୍ରାଇଭର ମାନଙ୍କର ସବୁ ଦାବି 3 ମାସ ଭିତରେ ପୂରଣ ହେବ ବୋଲି ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀ ରେ ଆଜି କେତେକ ଜାଗାରେ ବସ ଚଳାଚଳ ଆରମ୍ଭ ହେଲାଣି । କେଉଁ ସଂଘ ତରଫରୁ କେତେ ଗାଡି ଚାଲିଲା ତାହାର ସୂଚନା ଦେବକାଉ ଦେବେନ୍ଦ୍ର ସାହୁ ସବୁ ସଂଘ ମାନଙ୍କୁ କହିଛନ୍ତି ।

କଟକ, ସମ୍ବଲପୁର, ଭୁବନେଶ୍ବର, ବଲାଙ୍ଗୀର ଆଦି ଜିଲ୍ଲା ଗୁଡିକରେ ବସ ଚଳାଚଳ ସ୍ଵାଭାବିକ ହେଲାଣି । ଆଗାମୀ ଦିନରେ ଆଉ ଏକ ବୈଠକ ରଖାଯିବ । ଏ ନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆ ଯାଇଛି । ସରକାର ଏକ ସାକାରାର୍ଥକ ନିସ୍ପତି ଗ୍ରହଣ କରିଲେ ସଂଘ କର୍ମଚାରୀ, ସାଧାରଣ ଲୋକେ ଉପକୃତ ହେବେ ବୋଲି ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *