ଏମିତି ଏକ ଗାଁ, ଯେଉଁଠି ସବୁ ଲୋକ କରୋଡ଼ପତି… ଦେଖିଲେ ବିଶ୍ଵାସ ହେବନି

କୋଟିପତି ଙ୍କ ଗାଁ । ଏହି ଗାଁ ରେ ରୁହନ୍ତି କୋଟିପତି । ଗାଁ ର ସବୁ ଲୋକ ଧନୀ । ଦର୍ଶକ ବନ୍ଧୁ ଆପଣ କରୋଡ଼ପତି ଙ୍କୁ କେବେ ଗାଁ ରେ ରହୁଥିବାର ଦେଖିଛନ୍ତି । ଧନୀ ଲୋକେ ସବୁବେଳେ ସହର ନ ହେଲେ ବିଦେଶରେ ରୁହନ୍ତି । ବିଦେଶୀ ଚାଲି ଚଳନ ତାଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ଆମ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠି କରୋଡପତି ମାନେ ରୁହନ୍ତି ।

ଏହି ଗାଁ ରେ ରହୁଥିବା 305 ଟି ଘର ରୁ 80 ଘର ହେଉଛି କୋଟିପତି ଙ୍କର । ଭାରତରେ ଏମିତି ଗାଁ ଅଛି ଯାହା କେଉଁ ସହର ଠାରୁ କମ ନୁହେଁ । ଯେଉଁଠି ଚକାଚକ ରାସ୍ତା ଘାଟ ସହ ଲୋକେ ଏଠାରେ ବହୁ ଖୁସି ରେ ଜୀବନଯାପନ କରୁଛନ୍ତି । ମହାରାଷ୍ଟ୍ର ର ହିବ୍ରେବ ବଜାର ଧନୀ ଯୋଗୁ ଦେଶ ବିଦେଶରେ ପରିଚିତ । ଏହି ଗାଁ ଅହମଦ ନଗର ଜିଲ୍ଲା ରେ ରହିଛି ।

ଗାଁ ରେ ଅଧିକରୁ ଅଧିକ ଧନୀ ଲୋକ ରୁହନ୍ତି । ଏହାର ନାମ ଅନୁସାରେ ଗାଁ ବି ସେତିକି ଚର୍ଚିତ । ଏହି ଗାଁ ସବୁବେଳେ ସବୁଜ ସବୁଜ ଦେଖାଯାଏ । ଏହି ଗାଁ ରେ ବିଜୁଳି କେବେ ବି କେଟ ନାହି କି ପାଣି କେବେ ବନ୍ଦ ହୁଏ ନାହି । ଗାଁ ରେ ବିଲକୁଲ ମଶା ବି ନାହାନ୍ତି । ଏ କଥା ଏତେ ଚର୍ଚ୍ଚିତ ହୋଇଛି ଯେ ଏଥିରେ ଯଦି କେହି ମସା ଧରି ଦେଖାଇ ଦିଏ ତା ହେଲେ ତାକୁ 400 ଟଙ୍କା ପୁରସ୍କାର ଦିଆ ଯିବାର ବ୍ୟବସ୍ଥା କରା ଯାଇଛି ।

ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏହି ଗାଁ କଣ ପ୍ରଥମ ରୁ ଏମିତି ଥିଲା ନା ଏମିତି କିଏ ତିଆରି କରିଛି । ତେବେ ଆସନ୍ତୁ ଜାଣି ନେବା ଏହାରା ଇତିହାସ ବିଷୟରେ । ପ୍ରଥମ ରୁ ଏହି ଗାଁ କରୋଡପତି ଙ୍କ ଗାଁ ନ ଥିଲା । 80ରୁ 90 ଦଶକ ଭିତରେ ଏହି ଗାଁ ରେ ଭୟଙ୍କର ଦୁର୍ଭିକ୍ଷ ପଡିଥିଲା ।

ସେହି ସମୟରେ ଅବସ୍ଥା ଏତେ ଖରାପ ଥିଲା ଯେ ଲୋକଙ୍କ ପାଖରେ ପିଇବାକୁ ଆଣି ଟୋପାଏ ନ ଥିଲା । ଧୀରେ ଧୀରେ ଲୋକେ ଗାଁ ରୁ ପଳାଇବାକୁ ଲାଗିଲେ । ଏହା ପରେ ଗାଁ ରେ ରହିଥିବା କିଛି ଲୋକ ସ୍ଥିତି ସୁଧାରିବାକୁ ପ୍ରତିଜ୍ଞା କରିଥିଲେ । 1990ରେ ଏ ନେଇ ଏକ ମ୍ୟାନେଜମେଣ୍ଟ ଗଠନ କରାଗଲା । ଯାହା ଦ୍ଵାରା ଗାଁ ରେ କୂଅ ଖୋଳାଗଲା ଆଉ ଗଛ ଲଗା ଗଲା ।

ଏହା ପରେ ସରକାର ଆଳୁ ପିଆଜ ଚାଷ କରିବାକୁ ଯୋଜନା କରିଲେ । ତେବେ ଏହି ଯୋଜନା ଲୋକଙ୍କ ପାଖରେ ରୋଜଗାରର ମାଧ୍ୟମ ସାଜିଲା । ଏହାପରେ 1994-95 ରେ ସରକାର ଆଦର୍ଶ ଯୋଜନା ଆରମ୍ଭ କରିଲେ ଯାହା ଗାଁକୁ ଅଧିକ ଆଗକୁ ନେବାକୁ ଉଶ୍ଚାହ ବଢିଲା ।

ଲୋକେ ଚାଷ କରିବା ପ୍ରତି ଆକ୍ରୁଷ୍ଟ ହେଲେ । ଗାଁରେ ରହୁଥିବା ଲୋକଙ୍କର ରୋଜଗାର ବର୍ଷକୁ 10 ଲକ୍ଷରୁ ଅଧିକ ଟଙ୍କା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *