ଏମିତି ନିଆରା ଗାଁ ଆଗରୁ କେବେ ଦେଖି ନଥିବେ, ଦେଖିଲେ ଲାଗୁଛି ଫରେନ ଫରେନ- ଦେଖନ୍ତୁ ଭାଇରାଲ Video

ଆପଣମାନେ ପ୍ରାୟତଃ ସହରରେ ପାର୍କ, ୱାଟର ପାର୍କ ଇତ୍ୟାଦି ଦେଖିଥିବେ । ଏହା ସହିତ ବଡ ବଡ ସହରରେ ବହୁତ ବଡ ବଡ ପାର୍କ ଓ ୱାଟର ପାର୍କ ଭଳି ଆହୁରି ମନୋରଞ୍ଜନ ଜିନିଷ ଥାଏ । କିନ୍ତୁ ଆପଣମାନେ ଗାଁ ଗୁଡିକରେ ଏହିଭଳି ମନୋରଞ୍ଜନ ଜିନିଷ ବହୁତ କମ ଦେଖିଥିବେ ।

ଯଦି ଏକ ଭଲ ପାର୍କ ବିଷୟରେ କହିବା ତେବେ ବହୁତ କମ ଗାଁରେ ପାର୍କ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଗାଁ ବିଷୟରେ କହିବୁ ଯେଉଁଠି ବଡ ବଡ ସହରରେ ଦେଖାଯାଉଥିବା ପାର୍କ ଏହି ଗାଁରେ ତିଆରି ହୋଇଛି । କେନ୍ଦ୍ରପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଟୁଙ୍ଗା ପଞ୍ଚାୟତରେ ଏକ ପାର୍କ ଅଛି ଯାହାକି ବର୍ତ୍ତମାନ ଚର୍ଚାର ବିଷୟ ପାଲଟି ଯାଇଛି । ଚର୍ଚାର ମୁଖ୍ୟତଃ ବିଷୟ ହେଉଛି ଏହି ସ୍ଥାନରେ ଥିବା ଏହିଭଳି ପାର୍କ ଯାହାକି ଅସମ୍ଭବ ଥିଲା ତାହା ଆଜି ସମ୍ଭବ ହୋଇ ଯାଇଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ତ୍ତମାନ ଯେଉଁ ସ୍ଥାନରେ ପାର୍କଟି ନିର୍ମାଣ ହୋଇଛି ଦିନେ ଏହା ଏକ ଅନାବନା ଗୋଚର ଜମି ଥିଲା ଓ ଚାରିଆଡେ ଗୋରୁଗାଈ ଚରୁଥିଲେ । ଏହା ସହିତ କିଛି ଆକର୍ଷଣୀୟ ଜିନିଷ ଏହି ଅଞ୍ଚଳରେ ବି ନ ଥିଲା । କିନ୍ତୁ ଆଜି ଏହି ଟୁଙ୍ଗା ପଞ୍ଚୟାତର ପାର୍କ ଓ ଏହା ମଧ୍ୟରେ ପୁଷ୍କରଣୀ ଦେଖି କେନ୍ଦ୍ରାପଡା ଜିଲ୍ଲାପାଳ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜିଲ୍ଲାପାଳ ଏହି ସୁନ୍ଦର ଦୃଶ୍ୟ ଦେଖି ବହୁତ ପ୍ରଶଂସା କରିଛନ୍ତି ।

ଟୁଙ୍ଗା ପଞ୍ଚାୟତର ସରପଞ୍ଚ ଆଳି ବ୍ଲକର ପ୍ରଶାସନର ସହଯୋଗ ଫଳରେ ମହତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମ୍ୟ କର୍ମ ନିଯୁକ୍ତି ଯୋଜନାରେ ଏହି ସବୁ ତିଆରି କରାଯାଇଛି । ଗାଁର ବିକାଶ କହିଲେ କେବଳ ସଡକ ନିର୍ମାଣ, ବିଦ୍ୟୁତ ସଂଯୋଗ, ନଳକୂପ ଖୋଲିବା ବୁଝାଇଥାଏ । କିନ୍ତୁ ଏହି ଗାଁର ଏହିଭଳି ବିକାଶ ବହୁତ ହିଁ ପ୍ରଶଂସନୀୟ ଅଟେ । କହିଦେଉଛୁ କି ଏହିଭଳି ପାର୍କ ଆପଣ ବଡ ବଡ ସହରରେ ଦେଖିଥିବେ । କିନ୍ତୁ ଟୁଙ୍ଗା ପଞ୍ଚୟାତରେ ଏହିଭଳି ପାର୍କ ବହୁତ ଅବିଶ୍ଵସନୀୟ ଘଟଣା ଅଟେ ।

ସମସ୍ତେ ଗାଁରେ ଏହିଭଳି ପାର୍କ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ହୋଇଛନ୍ତି । ଏଠିକାର ବାସିନ୍ଦାମାନଙ୍କ କହିବା ଅଟେ କି ପ୍ରଥମେ ଆମେ କଟକ ଓ ଭୁବନେଶ୍ଵରରେ ଏହିଭଳି ପାର୍କ ଦେଖିବାକୁ ପାଉଥିଲି । କିନ୍ତୁ ବର୍ତ୍ତମାନ ଆମ ଗାଁରେ ଏହିଭଳି ପାର୍କ ହେବା ଦ୍ଵାରା ଆମେ ବହୁତ ଖୁସି । ବର୍ତ୍ତମାନ ଆମେ ଏହି ପାର୍କରେ ସାଙ୍ଗସାଥିଙ୍କ ସହ ମିଶି ବସିପାରୁଛୁ କଥାବାର୍ତ୍ତା ହୋଇ ପାରୁଛୁ । କହିଦେଉଛୁ କି ଏହି ପାର୍କରେ ଛୋଟ ପିଲାମାନଙ୍କର ଖେଳିବା ପାଇଁ ଯେଉଁ ସମସ୍ତ ଖେଳଣା ଦରକାର ତାହା ସବୁ ଅଛି ।

ଏହା ସହିତ ଏଠି ଏକ ବଡ ପୋଖରୀ ମଧ୍ୟ ଅଛି । ଯାହାକି ଆହୁରି ଅଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ପଲାଟି ଯାଇଛି । ସନ୍ଧ୍ୟା ସମୟରେ ଗାଁର ଛୋଟ ପିଲାମାନେ ଓ ସ୍ତ୍ରୀ ଲୋକମାନେ ଏହି ପାର୍କକୁ ଆସି ବୁଲାବୁଲି କରନ୍ତି ।

କହିବାକୁ ଗଲେ ବର୍ତ୍ତମାନ ଏହି ପାର୍କ ଏହି ଗାଁର ନୂତନ ପରିଚୟ ହୋଇ ଯାଇଛି । ଏହି ଗ୍ରାମର ଲୋକମାନେ ନୁହନ୍ତି ଅନ୍ୟ ଗାଁର ଲୋକମାନେ ବି ଏହି ପାର୍କକୁ ଆସି ଏଠିକାର ଦୃଶ୍ୟକୁ ଉପଭୋଗ କରୁଛନ୍ତି । ଗାଁରେ ପ୍ରାୟତଃ ମହିଳା ଏହି ପାର୍କକୁ ଆସି ଘଣ୍ଟା ଘଣ୍ଟା ବସି ନିଜ ନିଜ ମଧ୍ୟରେ କଥାବାର୍ତ୍ତା କରୁଛନ୍ତି ।

Leave a Reply

Your email address will not be published. Required fields are marked *