ଏବେ ବିନା ଟେନସନରେ ଗାଡି ଚଳାଇ ପାରିବେ, କାହିଁକି ନା ଚାଲାଣ କଟିବାରୁ ବଞ୍ଚାଇବ Smartphone….କେମିତି ଜାଣନ୍ତୁ

ଆଜିକାଲି ରାସ୍ତାରେ ବାଇକ କିମ୍ବା କାର ଚଳାଇବା ସମୟରେ ସମସ୍ତଙ୍କ ମନରେ ଗୋଟିଏ ଡର କାଳେ ସେମାନଙ୍କର ଚାଲାଣ କଟିଯିବ କି । ଏହା ଏଥିପାଇଁ ହୋଇଥାଏ କି ବେଳେ ବେଳେ ସେମାନେ ବାଇକ କିମ୍ବା କାରର କାଗଜ ପତ୍ର ନେଇ ନ ଥାନ୍ତି । ଏହା ସହିତ କେତେକ ଲୋକମାନେ ତ ରାସ୍ତାରେ ଯଦି ଚେକିଙ୍ଗ ଚାଲିଛି ତେବେ ଗାଡି ଶ୍ଳୋ କରି ପଛକୁ ବୁଲି ଚାଲି ଯାଆନ୍ତି ।

କିନ୍ତୁ ବର୍ତ୍ତମାନ ଆଉ ଚିନ୍ତା କରିବା ଦରକାର ନାହିଁ । ଆପଣ ଏବେ ବିନା କୌଣସି ଟେନସନରେ ଗାଡି ନେଇ ଯେ କୌଣସି ସ୍ଥାନକୁ ବି ଯାଇ ପାରିବେ । କହିବାକୁ ଗଲେ ଆପଣଙ୍କର ଚାଲାଣ ନ କଟିବାରୁ ଆପଣଙ୍କର ସ୍ମାର୍ଟଫୋନ ହିଁ ଆପଣଙ୍କୁ ରକ୍ଷା କରିବ ।

ତେବେ ଚାଳନ୍ତୁ ଜାଣିବା ଆପଣଙ୍କ ସ୍ମାର୍ଟଫୋନ ଆପଣଙ୍କୁ କେମିତି ରକ୍ଷା କରିବ । ପ୍ରଥମେ ଜାଣନ୍ତୁ mParivahan ଆପ କଣ ଅଟେ । mParivahan ଏକ ମୋବାଇଲ ଆପ୍ଲିକେସନ ଅଟେ । ଯେଉଁଥିରେ ଆପଣ ନିଜର ଗାଡି ସମ୍ବନ୍ଧିତ ସମସ୍ତ କାଗଜପତ୍ର ରଖି ପାରିବେ । ଯେମିତି କି ଡ୍ରାଇଭିଙ୍ଗ ଲାଇସେନ୍ସ, ଆରସି, ପିଓସି ଇତ୍ୟାଦି ରଖି ପାରିବେ । ଯଦି ଏହି ଆପ ଆପଣଙ୍କ ସ୍ମାର୍ଟଫୋନରେ ଅଛି ତେବେ ଆପଣଙ୍କର ଚାଲାଣ କଟିବ ନାହିଁ ।

ପ୍ରାୟତଃ ଦେଖା ଯାଇଛି କି ଲୋକମାନେ ଅଫିସ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ଘରୁ ତରବର ହୋଇ ବାହାରି ଯାଆନ୍ତି । ସେମାନେ ନିଜର ଡ୍ରାଇଭିଙ୍ଗସ ଲାଇସେନ୍ସ, ଗାଡିର କାଗଜପତ୍ର ଇତ୍ୟାଦି ସବୁ ଭୁଲି ଯାଆନ୍ତି ।

କେତେକ ଲୋକମାନଙ୍କର ଗାଡିର କାଗଜପତ୍ର ବି ହଜିଯାଇ ଥାଏ । ଏହିଭଳି ସ୍ଥିତିରେ ଏହି ଆପ ଆପଣଙ୍କର ଚାଲାଣ କାଟିବା ଠାରୁ ଆପଣଙ୍କୁ ବଞ୍ଚାଇ ପାରିବ । ଯଦି ଆପଣ ନିଜର ଚାଲାଣ କାଟିବା ଠାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ଏହି ଆପ ଡାଉନଲୋଡ କରି ଦିଅନ୍ତୁ ।

ସେଥିରେ ଆପଣ ନିଜ ଗାଡିର ସମସ୍ତ କାଗଜ ପତ୍ର ସୁରକ୍ଷିତ ରଖି ପାରିବେ । ପ୍ରଥମେ ଆପଣ ମୋବାଇର ପ୍ଲେ ଷ୍ଟୋରକୁ ଯାଇ ମପରିବହନ ଆପ ଡାଉନଲୋଡ କରନ୍ତୁ । ଆପଣ ନିଜର ମୋବାଇଲ ନମ୍ବର ଦେଇ ଏଥିରେ ସାଇନ ଅପ କରନ୍ତୁ । ଆପଣଙ୍କ ମୋବାଇଲକୁ ଗୋଟିଏ ଓଟିପି ଆସିବ । ଆପଣ ନିଜ ଗାଡିର ସମସ୍ତ କାଗଜପତ୍ର ଏଥିରେ ରଖି ପାରିବେ । ରାସ୍ତାରେ ଯଦି ଟ୍ରାଫିକ ପୋଲିସ ଅଟକାଇବେ ତେବେ ଆପଣ ଏହି ଆପ ଖୋଲି ଗାଡିର କାଗଜପତ୍ର ଦେଖାଇ ଯାଇ ପାରିବେ ।

Leave a Reply

Your email address will not be published. Required fields are marked *