ଗରୁଡ ପୁରାଣ ଭାରତ ବର୍ଷ ବହୁତ ପୁରୁଣା ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନ ଓ ମୃତ୍ୟୁ ଓ ମୃତ୍ୟୁ ପରେ ଆଉ ଥରେ ଜୀବନ ବିଷୟରେ ସବୁ କଥା ସ୍ପଷ୍ଟ ରୂପରେ ଲେଖା ହୋଇଛି । ଜୀବିତ ପ୍ରାଣୀ କଣ କରିବା ଦ୍ଵାରା କଣ ଫଳ ପାଇଥାଏ ତାହା ମଧ୍ୟ ସ୍ପଷ୍ଟ ରୂପରେ ଗରୁଡ ପ୍ପୁରାନରେ ଲେଖା ହୋଇଛି ।
ତେବେ ଥରେ ଗରୁଡ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ଭଗବାନ ଗର୍ଭ ଭିତରେ ଥିବା ଶିଶୁ କଣ ଶିଖିଥାଏ ଓ ତା ମନରେ କଣ ଭାବନା ଆସିଥାଏ । ତେବେ ଯାଇ ଭଗବାନ କହିଲେ ଯେତେବେଳେ କୌଣସି ଜୀବର ମୃତ୍ୟୁ ହୋଇଥାଏ ତାହା ତୁରନ୍ତ ପରେ ତାକୁ କୌଣସି ଦେହ ପ୍ରାପ୍ତ ହୋଇନଥାଏ । କର୍ମ ଭଲଥିଲେ ଯମଦ୍ଵାରରୁ ବଞ୍ଚିଯାଇଥାନ୍ତି ଓ ଯଦି କର୍ମ ଠିକ ନଥିବ ତାହେଲେ ଯମ ଲୋକ ଯିବାକୁ ପଡିଥାଏ ।

ଯେଉଁଠି ଯମରାଜାଙ୍କ କଠୋର ଦଣ୍ଡକୁ ଭୋଗିବାକୁ ପଡିଥାଏ । ତେବେ ଶରୀର ପ୍ରାପ୍ତ କରିବା ପାଇଁ ଆତ୍ମାକୁ ଅପେକ୍ଷା କରିବାକୁ ପଡିଥାଏ ଏହା ପରେ ଯେତେବେଳେ ଆତ୍ମା କୌଣସି ଗର୍ଭରେ ପ୍ରବେଶ କରିଥାଏ ଓ ଶରୀର ପ୍ରାପ୍ତ କରିଥାଏ ସେହି ସମୟରେ ଆତ୍ମା ନିଜ ୧୦ଟି ଜନ୍ମ ବିଷୟରେ ଚିନ୍ତା କରିଥାଏ । ଗରୁଡ ପୂରାଣ ସହିତ ଅନ୍ୟ ଧର୍ମ ଗ୍ରନ୍ଥରେ ମଧ୍ୟ ମାତା ଗର୍ଭରେ ରହି କଷ୍ଟ ଭୋଗିବାର କଥା ମଧ୍ୟ କୁହାଯାଇଛି ।

ଏହି ସମୟରେ ଶିଶୁ କେବଳ ନିଜ ପୂର୍ବଜନ୍ମ କଥା ବିଚାର କରିଥାଏ, ତେବେ କେମିତି ସେ ବହୁତ ପରିଶ୍ରମ ଦ୍ଵାରା ଧନ ପ୍ରାପ୍ତ କଲା ତାହା ବିଷୟରେ ଚିନ୍ତା କରିଥାଏ ଏହା ଛଡା ସେ ମନରେ ଚିନ୍ତା କରିଥାଏ ଯେ ଏତେ ଧନ ଅର୍ଜନ କରି ମଧ୍ୟ କିଛି ପୁନ୍ୟ କରି ପାରିଲି ନାହିଁ । ଦଣ୍ଡ ଭୋଗିବା ପରେ ମନୁଷ୍ୟ ଓ ଅନ୍ୟ ଜୀବକୁ ପୁଣି ଜନ୍ମ ନେବାକୁ ପଡିଥାଏ ଓ ମାତା ଗର୍ଭରେ ରହି ମଧ୍ୟ କଷ୍ଟ ଭୋଗିବାକୁ ପଡିଥାଏ । ନିଜର କର୍ମର ଆଧାରରେ ମନୁଷ୍ୟ ମୃତ୍ୟୁ ପରେ ପରଲୋକ ଯାଇଥାଏ । ଗର୍ଭରେ ଥିବା ଶିଶୁ କେବଳ ନିଜ ପୂର୍ବ ଜନ୍ମ କର୍ମ ବିଷୟରେ ଚିନ୍ତା କରିଥାନ୍ତି ।

ଗର୍ଭରେ ଥିବା ଶିଶୁ ଭଗବାନଙ୍କୁ କେବଳ ଏହା କହିଥାଏ ଯେ ପ୍ରଭୁ ମତେ ଗର୍ଭରେ ରଖନ୍ତୁ ମୁଁ ବାହାରକୁ ଯିବାକୁ ଚାହୁଁ ନାହିଁ କାହିଁକିନା ବାହାରକୁ ଗଲେ ମତେ କର୍ମ କରିବାକୁ ହବ ଯାହା ଦ୍ଵାରା ପାପ ମଧ୍ୟ ହୋପୀଥାଏ ଯାହା ଫଳ ସ୍ୱରୂପ ମତେ ନର୍କ ମିଳିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।