ଗରୁଡ ପୁରାଣ ଅନୁସାରେ ବ୍ୟକ୍ତି ନିଜର ଏହି ଅଭ୍ୟାସ କାରଣରୁ ହିଁ ଭୋଗିଥାଏ କଷ୍ଟ, ଜୀବନ ହୋଇଯାଏ ବର୍ବାଦ

ସମସ୍ତେ ନିଜର ଖୁସି ପାଇଁ ବହୁତ କିଛି କରିଥାନ୍ତି । ସବୁ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ଜୀବନ ସୁଖମୟ ହେଉ । ଖୁସି ପାଇବା ଆଶାରେ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପ୍ରତି ବିଲକୁଲ ଧ୍ୟାନ ଦିଏ ନାହିଁ । ସେ ଦିନ ରାତି କଷ୍ଟ କରି ସବୁ ଜିନିଷକୁ ହାସଲ କରିବା ପାଇଁ ଚାହିଁଥାଏ । ଏହା ଦ୍ଵାରା ବ୍ୟକ୍ତିକୁ ନିଜ ଜୀବନରେ ବହୁତ କଠିନ ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡିଥାଏ । ତଥାପି ମଣିଷ ସୁଧୁରେ ନାହିଁ ।

ବେଳେ ବେଳେ ଏହି ପରିସ୍ଥିତି ପଛର କାରଣ ଆମର କୌଣସି ନା କୌଣସି ଅଭ୍ୟାସ ହିଁ ହୋଇଥାଏ । ଆମର କିଛି ଖରାପ ଅଭ୍ୟାସ କାରଣରୁ ହିଁ ଆମକୁ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ଗରୁଡ ପୁରାଣର ଆଚାର କାଣ୍ଡରେ ଏମିତି କଛି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି, ଯାହାଦ୍ୱାରା ରାଜା ଭଳି ଜୀବନ ବି ବର୍ବାଦ ହୋଇପାରେ । ସମୟ ଥାଇ ଯଦି ଆପଣ ଏହି ଅଭ୍ୟାସକୁ ନ ବଦଳାନ୍ତି ତେବେ ଆପଣଙ୍କୁ କେବେ ବି ସୁଖ ପ୍ରାପ୍ତି ହେବ ନାହିଁ । ଆମେ ଆପଣଙ୍କୁ ସେହି ଅଭ୍ୟାସ ବିଷୟରେ ଆଜି କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଏହି ଖରାପ ଅଭ୍ୟାସ ବିଷୟରେ

ନିଶା କରିବା

ଯେଉଁ ବ୍ୟକ୍ତିଙ୍କର ମଦ ପିଇବା ଏବଂ ନିଶା କରିବାର ଅଭ୍ୟାସ ଥାଏ ସେହି ଲୋକମାନଙ୍କୁ ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟ ନଜର ଆସି ନଥାଏ । ଏମାନେ ନିଶା ଅବସ୍ଥାରେ ସବୁ ବେଳେ ଭୁଲ କାର୍ଯ୍ୟ କରିଥାନ୍ତି । ସେଥିପାଇଁ ବ୍ୟକ୍ତିକୁ ସବୁବେଳେ ନିଶା ଠାରୁ ନିଜକୁ ଦୂରରେ ରଖିବା ଉଚିତ ।

ଲୋଭ

ଲୋଭ ଏକ ଏମିତି ଖରାପ ଅଭ୍ୟାସ ଅଟେ ଯାହା କାରଣରୁ ବ୍ୟକ୍ତି କିଛି ବି କରିବା ପାଇଁ ପ୍ରସ୍ତୁତ ହୋଇଯାଏ । ନିଜର ଲୋଭ ପାଇଁ ଏମାନେ ସବୁବେଳେ ନିଜର ଲାଭ ହିଁ ଦେଖିଥାନ୍ତି । ଯାହା ପାଇଁ ସେମାନେ ଅନ୍ୟ ବ୍ୟକ୍ତିମାନଙ୍କୁ ମଧ୍ୟ ହାନି ପହଞ୍ଚାଇଥାନ୍ତି । ଲୋଭ କାରଣରୁ ବ୍ୟକ୍ତି ଠିକ ଓ ଭୁଲ ବୁଝିପାରେ ନାହିଁ । ଯାହାଦ୍ୱାରା ତାକୁ ବର୍ବାଦିର ସାମ୍ନା କରିବାକୁ ପଡିଥାଏ ।

କ୍ରୋଧ

 

ଏମିତି କୁହାଯାଏ କି କ୍ରୋଧ ବ୍ୟକ୍ତିର ସବୁଠୁ ବଡ ଶତୃ ଅଟେ । ରାଗରେ ବ୍ୟକ୍ତି ଠିକ ଓ ଭୁଲକୁ ବିଲକୁଲ ବୁଝିପାରେ ନାହିଁ । ରାଗରେ ଆସି ବ୍ୟକ୍ତି ନ ଭାବିଛିନ୍ତି ଭୁଲ ନିଷ୍ପତି ନେଇଥାଏ । ସେଥିପାଇଁ ନିଜକୁ ସବୁବେଳେ ଶାନ୍ତ ରଖନ୍ତୁ ।

ଦରକାର ଠାରୁ ଅତ୍ୟଧିକ ଭଲ ପାଇବା

ଆପଣ ସମସ୍ତେ ଜାଣିଛନ୍ତି କି କୌଣସି ଜିନିଷ ଦରକାର ଠାରୁ ଅଧିକ ହୋଇଗଲେ ତାହା କ୍ଷତି ପହଞ୍ଚାଇ ଥାଏ । ଯଦି ଆପଣ ଦରକାର ଠାରୁ ଅଧିକ ଭଲ ପାଉଛନ୍ତି ତେବେ ଏହା କେଉଁଠି ନା କେଉଁଠି ଭୁଲ ପ୍ରମାଣିତ ହୋଇଥାଏ । କାରଣ ଆପଣ ଯଦି ଅଧିକ ଭଲ ପାଉଛନ୍ତି ତେବେ ସେହି ପରିସ୍ଥିତିରେ ଆପଣ ଭୁଲ ନିଷ୍ପତ୍ତି ବି ନେଇ ପାରନ୍ତି । ସେଥିପାଇଁ ପ୍ରେମକୁ ଏକ ସୀମା ମଧ୍ୟରେ ହିଁ କରିବା ଉଚିତ ।

ଅହଂକାର

ବ୍ୟକ୍ତିର ଅହଂକାର ସବୁବେଳେ ତା’କୁ ସମସ୍ୟାରେ ପକାଇଥାଏ । କାରଣ ରାମାୟଣରେ ମଧ୍ୟ ରାବଣ ନିଜର ଅହଂକାର କାରଣରୁ ହିଁ ମୃତ୍ୟୁବରଣ କରିଥିଲା । ସେଥିପାଇଁ ବ୍ୟକ୍ତିକୁ କେବେ ବି ନିଜର ଶକ୍ତିର କିମ୍ବା ଧନର ଅହଂକାର କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *