ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, Paytm କରନ୍ତୁ ଓ 2700 ଟଙ୍କା ଯାଏ କ୍ୟାସବ୍ୟାକ ପାଆନ୍ତୁ

ଦିନକୁ ଦିନ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ଯୋଗୁ ଗ୍ରାହକ ମାନଙ୍କ ପାଇଁ ଚୀନତାର ବିଷୟ ହୋଇ ପଡିଛି । କିନ୍ତୁ ଦର ଦାମ ବୃଦ୍ଧି ଭିତରେ ଗ୍ରାହକ ମାନଙ୍କ ପାଇଁ ଆସିଛି ବଡ ଖବର । ମହଙ୍ଗା ମା-ଡ ଭିତରେ ବର୍ତ୍ତମାନ ଏକ ଘରୋଇ ଗ୍ଯାସ ସିଲିଣ୍ଡର ବୁକିଙ୍ଗରେ ୨୭୦୦ ଟଙ୍କା ଯାଏଁ କ୍ୟାସବ୍ୟାକ ଅଫର ଆପଣ ମାନେ ଜିତି ପାରିବେ । ଅନ ଲାଇନ ଆପ ପେଟିଏମ ଏହି ଅଫାର ଗ୍ଯାସ ସିଲିଣ୍ଡର ଉପୋଭୋକ୍ତାଙ୍କ ପାଇଁ ଆରମ୍ଭ କରିଛି । ତେବେ ଏହି ଅଫରର ଲାଭ କିପରି ଉଠା ଯାଇପାରିବ ଓ କଣ କରିଲେ ଏତେ ଟଙ୍କାର କ୍ୟାସବ୍ୟାକର ଅଫର ମିଳିବ ଆସନ୍ତୁ ଜାଣିବା ।

ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମୋବାଇଲରେ ପେଟିଏମ ଆପ ଡାଉନଲୋଡ କରିବାକୁ ହେବ । ଏହା ପରେ ଆପଣ ପଞ୍ଜୀକୃତ ଗ୍ଯାସ ଏଜେନ୍ସିରୁ ସିଲିଣ୍ଡର ବୁକିଙ୍ଗ କରିବକଉ ପଡିବ । ଏଥିପାଇଁ ପେଟିଏମ ଆପରେ ସୋ ମୋର ଅପସନ ଉପରେ କ୍ଲିକ କରନ୍ତୁ । ତା ପରେ ରିଚାର୍ଜ ଓ ବିଲ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କୁ ଏକ ସିଲିଣ୍ଡର ବୁକ କରିବା ପାଇଁ ଅପସନ ଦେଖାଇବ । ଏହି ଅପସନରେ ଆପଣ କ୍ଲିକ କରି ଗ୍ଯାସ କମ୍ପାନୀକୁ ଚୟନ କରନ୍ତୁ । ଏହା ପରେ ଆପଣଙ୍କ ଲିପିଜି ଆଇଡି ବା ଗ୍ଯାସ କମ୍ପାନୀ ସହ ଆପଣ ଯେଉଁ ଫୋନ ନମ୍ବର ରେଜିଷ୍ଟ୍ରେଶନ ଥିବ ତାହା ମଧ୍ୟ ଦେଇ ପାରିବେ ।

ନମ୍ବର ଦେବା ପରେ ପ୍ରୋସିଦ ଅପସନରେ କ୍ଲିକ କରନ୍ତୁ । ଆପଣ ଗ୍ଯାସ ସିଲିଣ୍ଡର ବୁକିଙ୍ଗ କରିବାର୨୪ ଘଣ୍ଟା ଭିତରେ ଆପଣଙ୍କୁ ଏକ କ୍ୟାସବ୍ୟାକ ସ୍କ୍ରାଚ କାର୍ଡ ମିଳିବ । ଯାହାକୁ ଆପଣ ୭ ଦିନ ମଧ୍ୟରେ ବ୍ୟବହାର କରି ପାରିବେ ବୋଲି ଗ୍ଯାସ କମ୍ପାନୀର ନିୟମାବଳୀ ରେ ରହିଛି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ଆଜିର ଦର ଦାମ ବୃଦ୍ଧି ଦୁନିଆରେ ପେଟିଏମ ନିଜର ଆପରେ ବ୍ୟାନର ଲଗାଇ ନିଜର ଅଫର ଘୋଷଣା କରିଛି । ସେହି ବ୍ୟାନରରେ ପେଟିଏମ ସ୍ପଷ୍ଟ ଭାବେ ଲେଖିଛି ଯେ ଯଦି ଆପଣ ପେଟିଏମ ମାଧ୍ୟମରେ ଏହପି, ଇଣ୍ଡିଆନ ବା ଭାରତ ଗ୍ଯାସ କମ୍ପାନୀର ସିଲିଣ୍ଡର ବୁକ କରନ୍ତି ତେବେ ଆପଣ ୨୭୦୦ ଟଙ୍କା ଯାଏଁ କ୍ୟାସବ୍ୟାକ ପାଇ ପାରିବେ ।

କିନ୍ତୁ ଏହା ପାଇଁ ପେଟିଏମ ଏକ ସର୍ତ୍ତ ରଖିଛି ଯେ ଆପଣ ୩ଟି ସିଲିଣ୍ଡର ବୁକିଙ୍ଗ କରିଲେ ଏହି ଅଫରର ଫାଇଦା ଆପଣ ପାଇ ପାରିବେ । ଏହି ଅଫର କେତେ ଦିନ ଯାଏଁ ବୈଧ ଅଛି ତାହା କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହି । କିନ୍ତୁ ପେଟିଏମର ଉଭୟ ନୂଆ ଓ ପୁରୁଣା ଉପୋଭୋକ୍ତା ମାନେ ଏହି ସୁବର୍ଣ୍ଣ ସୁଯୋଗର ଲାଭ ଉଠାଇ ପାରିବେ ବୋଲି କମ୍ପାନୀ ଘୋଷଣା କରିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *