ଘର ଜ୍ଵାଇଁ ହେବାରେ ଖରାପ କଣ? Jaya Kishori

ବିବାହ ବହୁତ ସୁନ୍ଦର ବନ୍ଧନ ଅଟେ, ଯାହା ପରେ ସ୍ଵାମୀ ସ୍ତ୍ରୀ ଜୀବନ ସହ ଦୁଇ ପରିବାର ଜୀବନ ମଧ୍ୟ ବଦଳି ଯାଇଥାଏ । ତେବେ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ସବୁଠାରୁ ବଡ ଜିନିଷ ବିଶ୍ଵାସ ଅଟେ ଆଉ ତା ପରେ ସମ୍ମାନ ଅଟେ, ଦୁହିଙ୍କ ମଧ୍ୟରେ ଯେତେ ଭଲ ପାଇବା ରହିବ ତା ଠାରୁ ଅଧିକ ସମ୍ମାନ ହବା ଉଚିତ କାହିଁକିନା ସମ୍ମାନ ନଥିଲେ ଜୀବନ ସନ୍ତୁଳନ ଖରାପ ହୋଇଥାଏ ଆଉ ଏହି ସମ୍ପର୍କ ଗୋଟେ ଦୁଇ ଦିନର ହୋଇ ନଥାଏ ଏହି ଜୀବନ ସାରା ସମ୍ପର୍କ ହୋଇଥାଏ ।

ଆପଣ ମାନେ ଜୟା କିଶୋରଙ୍କୁ ଜାଣିଥିବେ ସେ ବିବାହ ବିଷୟରେ କଣ କହିଲେ ଆସନ୍ତୁ ଜାଣିବା । ଭଗବାନ ଶିବ ଦିନେ କୈଳାସ ପର୍ବତ ଉପରେ ବସିଥିଲେ ହଟାତ ମାତା ପାରବତୀଙ୍କୁ ଦେଖି ଚକିତ ରହି ଗଲେ ।

ମାତା ସେଦିନ ୧୬ ଶୃଙ୍ଗାର କରି ଗୁମ୍ଫାରୁ ବାହାରିଲେ ମାତାଙ୍କୁ ଦେଖି ଭଗବାନ ମନରେ ପ୍ରଶ୍ନ ଲହରୀ ଖେଳି ଗଲା । ଭଗବାନ ମାତାଙ୍କୁ ପଚାରିଲେ ଏତେ ଶୃଙ୍ଗାର କରି ତମେ କେଉଁଠିକୁ ଯାଉଛ ଏହି ପ୍ରଶ୍ନ ସୂନୀ ମାତା କହିଲେ ତମେ କେତେ ଜାଗା ଯାଉଛ ମୁଁ କେବେ ପଚାରିଲି କେଉଁ ଜାଗାକୁ ଯାଉଛ ତମେ ମତେ କାଇଁ ପଚାରୁଛ । ଭଗବାନ କହିଲେ ମୁଁ ପଚାରୁଛି କାହିଁକିନା ତମେ ଏତେ ଶୃଙ୍ଗାର ନିଜ ବିବାହ ଦିନ ମଧ୍ୟ କରି ନଥିଲ କୁହ ମୋ ମନ ଶାନ୍ତ ହେଇଯିବ ନହେଲେ ମନ ସ୍ଥିର ରହିବ ନାହିଁ ।

ମାତା କହିଲେ ମୁଁ ବୃନ୍ଦାବନ ଯାଉଛି ମହା ରାସରେ ଏବେ ମୋ ରାସ୍ତା ଛାଡି ଦିଅ ଏହା ପରେ ଭଗବାନ ଶିବ କହିଲେ ମତେ ବି ସାଙ୍ଗରେ ନେଇକି ଚାଲ ମୁଁ ବି ମହା ରାସରେ ଜୀବି । ବହୁତ ଅନୁରୋଧ କରିବା ପରେ ମାତା ପାର୍ବତୀ କହିଲେ ରାସରେ କେବଳ ଗୋଟେ ପୁରୁଷ ଅଛନ୍ତି କୃଷ୍ଣ ତାଙ୍କ ଛଡା କେହି ପୁରୁଷ ରାସରେ ଯାଇ ପାରିବେ ନାହିଁ ଆପଣଙ୍କୁ ଯିବାକୁ ହେଲେ ଗୋପୀ ହବାକୁ ପଡିବ । ଭଗବାନ ମାନି ଗଲେ ଆଉ ରାସରେ ଗୋପୀ ହୋଇ ଭାଗ ନେଇଥିଲେ ସେ ଆନନ୍ଦ ଭଗବାନ ଶିବ କେବେ ଭୁଲି ପାରିଲେ ନାହିଁ ।

ତେବେ ଜୟା କହିଛନ୍ତି ଭଗବାନ ହେଲେ ମଧ୍ୟ ସ୍ତ୍ରୀ ପୁରୁଷ ଦୁହିଙ୍କ ମଧ୍ୟରେ ପ୍ରେମ ସହ ସମ୍ମାନ ଅଛି ସେ ଦୁହେଁ ଦୁହିଙ୍କୁ ସମ୍ମାନ ଦିଅନ୍ତି ସେଥିପାଇଁ ଆମେ ତାଙ୍କୁ ପୂଜା କରିଥାଉ । ସେ ଏହା ମଧ୍ୟ କହିଛନ୍ତି ବିବାହ ପୂର୍ବରୁ କେମିତି ଶିବ ସ୍ମସାନରେ ରହୁଥିଲେ କିନ୍ତୁ ବିବାହ ପରେ ପର୍ବତରେ ରହିବାକୁ ଚାଲିଗଲେ, ଯାହା ତାଙ୍କର ଶଶୁରଘର ଥିଲା, ସେମିତି ବିଷ୍ଣୁ ମଧ୍ୟ ବୈକୁଣ୍ଠରେ ରହୁଥିଲେ କିନ୍ତୁ ବିବାହ ପରେ କ୍ଷୀରସାଗର ରହିବାକୁ ଲାଗିଲେ ଯାହା ତାଙ୍କ ଶଶୁରଘର ଥିଲା । ତ ଯଦି ଭଗବାନ ଶଶୁରଘରେ ରହି ପାରୁଛନ୍ତି ତ ଘର ଜ୍ଵାଇଁ ହେବାରେ କଣ ଖରାପ ।

Leave a Reply

Your email address will not be published. Required fields are marked *