ଆପଣାଙ୍କ ଘରେ ଗୁଣି ଗାରେଡି ହେଉଛି କି ? ଘରେ ରଖନ୍ତୁ ଏହି ବାଲି- Malika Barnita Pitha

ନମସ୍କାର ବନ୍ଧୁଗଣ । ୬୦୦ ବର୍ଷ ତଳର ଆଗତ ଭବିଷ୍ୟତ ମହାପୁରୁଷଙ୍କର ସେହି ମାଳିକା ଶାସ୍ତ୍ର ବିଷୟରେ କିଛି ଗୁରୁତ୍ଵ ପୂର୍ଣ୍ଣ କଥା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମାଳିକା ରେ କଳି ଯୁଗର ଅନ୍ତ କେମିତି ହୋଇବ ଓ ସତ୍ୟ ଯୁଗର ପ୍ରାରମ୍ଭ କିପରି ହେବ ତାହା ମଧ୍ୟ ଉଲେଖ ରହିଛି । ମାଳିକାରେ ଲେଖା ଯାଇଛି ଯେଉଁ ସମୟରେ ଶିଶୁ ଅନନ୍ତ ଜଗନାଥ ଦାସଙ୍କୁ ସନ୍ଦେହ କରି ନିଆ ଯାଇଥିଲା ସେହି ସମୟରେ ଜଗନ୍ନାଥ ଦାସ ନାରୀତ୍ଵର ପରିଚୟ ଦେବାକୁ ଯାଇ ସେହି ସମୟରେ ନିଜ ବସ୍ତ୍ର ଖୋଲି ଦେଇଥିଲେ ।

ସେହି ବସ୍ତ୍ରରୁ ବାହାରି ଥିଲା ଅଜସ୍ର କ୍ଷୀର ଯାହାକୁ ଶିଶୁ ଭାବେ ପାନ କରିଥିଲେ ଅନନ୍ତ । ଯଦି ଏପରି ହୋଇ ନ ଥାନ୍ତା ତେବେ ସାରା ବିଶ୍ଵ ଲୋପ ପାଇଯାଇ ଥାନ୍ତା ।

ସେଥିପାଇଁ ଅନନ୍ତ ହେଲେ ଶିଶୁ ଅନନ୍ତ ଯିଏ ଖୋର୍ଦ୍ଧା ବାଲିପାଟଣା ମାଟିରେ ଜନ୍ମଗ୍ରହଣ କରିଥିଲେ । ଏତହରେ ମହାପୁରୁଷଙ୍କର ଅନେକ ଶାସ୍ତ୍ର ଲେଖା ଯାଇଛି । ବାଲିପାଟଣା ମହାପୁରୁଷ ଲେଖିଛନ୍ତି ଯେ “ଭଦ୍ରା ନଦୀ କୂଳରେ ନାମ ବାଲିପାଟଣା, ସେ ସ୍ଥାନ ଅଟଇ ମୋର ଯେ ଏକମାତ୍ର ଠିକଣା” । ଏହି ପଦର ଅର୍ଥ ହେଉଛି ଅନନ୍ତ ବାଲିପାଟଣା ମାଟିକୁ ଏତେ ଭଲ ପାଆନ୍ତି ଯେ ଏହି ଠିକଣା ଛଡା ଅନ୍ୟ କୌଣସି ଠିକଣା ନାହି ବୋଲି କହିଛନ୍ତି ।

ଅର୍ଥାତ ମହାପୁରୁଷ ଙ୍କର ସମାଧିର ବାଲି ଯଦି ସଂଗ୍ରହ କରି ନିଜ ଘରେ ଅନାଇ ରଖିଲେ ଆପଣଙ୍କୁ ରୋଗ ବୈରାଗ ହେବ ନାହି । ଯଦି ଆପଣକ ଘରେ କୌଣସି କଳା ଶକ୍ତିର ବାସ ରହିଥାଏ ତେବେ ବାଲିପାଟଣା ସ୍ଥିତ ମହାପୁରୁଷଙ୍କର ସମାଧିର ବାଲି ଆଣି ଘରେ ରଖିଲେ ଏହା ଦୂର ହୋଇଥାଏ । ଶିଶୁ ଅନନ୍ତଙ୍କର ଏହି ପବିତ୍ର କ୍ଷେତ୍ର ରେ ପଞ୍ଚସଖା ଏକତ୍ର ହୋଇଥିଲେ । ଗତ କିଛି ଦିନ ତଳେ ଗୁରୁଦେବ ପ୍ରେମାଚାର୍ଜ୍ୟ ବାବା ମଧୁସୂଦନ ଏହି ବାଲିପାଟଣା ସ୍ଥିତ ସମାଧିର ସନ୍ଧାନ ପାଇଛନ୍ତି । ଯାହା ଆଗରୁ କେହି ଜାଣି ନ ଥିଲେ ।

ଗୁରୁଦେବ ସେଠାରେ ପହଞ୍ଚି ସାହାଡା ଗଛ ତଳେ ଏକ ବିଶାଳାକାୟ ପଥର ଦେଖିବାକୁ ପାଇଥିଲେ । ଏହା ପରେ ଏହି ବାଲିପାଟଣା ସମାଧିର ସୂଚନା ମିଳିପାରି ଥିଲା । କୁଶ ଭଦ୍ରା ନଦୀ କୂଳରେ ପ୍ରଭୁ ଲୀଳା କରିବେ ବୋଲି ମାଳିକାରେ ଲେଖା ଯାଇଛି । ତେଣୁ ପ୍ରତେକ ବ୍ୟକ୍ତି ନିଷ୍କପଟ ଓ ସରଳ ହେବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ଅନେକ ଉନ୍ନତି କରିବା ସହ ପ୍ରଭୁଙ୍କର ଆଶୀର୍ବାଦ ପ୍ରାପ୍ତ କରି ପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *