ଗୋଲାପ ପାଖୁଡ଼ା ର ଏହି ଚମତ୍କାରୀ ଉପକାରିତା ବିଷୟ ରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ- ଏହି ସବୁ ବଡ ରୋଗରୁ ଦିଏ ମୁକ୍ତି

ଗୋଲାପ ଫୁଲ ଦେଖିବା ପାଇଁ ଯେତେ ସୁନ୍ଦର, ତାର ବାସ୍ନା ବି ବହୁତ ମଧୁର ହୋଇଥାଏ । ତାର ମହକ ରେ ପୁରା ବାତାବରଣ ଖୁସି ରେ ଭରି ଯାଏ । ଏଥିପାଇଁ ସବୁ ବ୍ୟକ୍ତି ତାଙ୍କ ପ୍ରେମ କୁ ବ୍ୟକ୍ତ କରିବା ପାଇଁ ଗୋଲାପ ଫୁଲ ର ବ୍ୟବହାର କରନ୍ତି । ଏମିତି କି ଏ ଫୁଲ ରେ ସାଜସଜ୍ଜା ହୁଏ, ଏଥିରେ ତିଆରି ଫେସପ୍ୟାକ୍ ଓ ଗୋଲାପ ଜଳ ଲଗେଇଲେ ମୁଁହ ର ସୁନ୍ଦରତା ବଢେ ।

ଏହା ହାର୍ଟ୍ ରୋଗ ପାଇଁ ବହୁତ ଲାଭଦାୟକ ଗୋଲାପ ର ପାଖୁଡ଼ା ଓ ଏଥିରୁ ତିଆରି ଔଷଧି ରେ ମଧ୍ୟ କେତେ ରୋଗ ଭଲ ହୋଇଯାଏ ।

ଏ ଫୁଲ ରେ ଅନେକ ପୋଷକ ତତ୍ତ୍ଵ ରହିଛି ଯଥା ଫଲବୋନଇଡ୍ସ, ବାୟୋଫଲବୋନଇଡ୍ସ, ସେଟ୍ରିକ ଏସିଡ, ଫ୍ରୁକ୍ଟୋଜ୍, ମୌଳିକ ଏସିଡ, ଟେନିନ ଓ ଜିଙ୍କ ଇତ୍ୟାଦି ଏସବୁ ଆମ ଶରୀର ଓ ତ୍ଵଚା କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

୧.ହାର୍ଟ୍ ରୋଗ ପାଇଁ-

ଏ ରୋଗ ରୁ ଭଲ ହେବାପାଇଁ ଅର୍ଜୁନ ଗଛ ର ଛାଲ ଓ ଗୋଲାପ ପାଖୁଡ଼ା କୁ ପାଣି ରେ ଫୁଟାଇ କାଢା‌ ତିଆରି କରି ସେହି ପାଣି କୁ ପିଇଲେ ହୃଦୟ ର ସବୁ ରୋଗ ଭଲ ହୋଇଯାଏ, ଯଦି କିଛି ବଡ଼ ରୋଗ ହୋଇଛି ତେବେ ବିନା ଡାକ୍ତର ପରାମର୍ଶ ରେ ଏସବୁ କରନ୍ତୁ ନାହିଁ ।

୨. ଡିହାଇଡ୍ରେସନ୍ ରୁ ବଞ୍ଚିବା ପାଇଁ-

ବେଶୀ ଗରମ ପଡ଼ିଲେ ଡିହାଇଡ୍ରେସନ୍ ର ସମସ୍ୟା ଦେଖାଦିଏ । ଏ ସମୟରେ ଗୋଲାପ ପାଖୁଡ଼ା ରେ ଚିନି ମିଶାଇ ତିଆରି ଔଷଧି, ଗୁଲକାନ୍ଦ୍ କୁ ଖାଇଲେ ଶରୀର ସତେଜ ରହେ । ଏହାଦ୍ବାରା ଶରୀର ରେ ପାଣି ର ଅଭାବ ଦୂର ହୁଏ ।

୩. ଓଜନ କମେଇବା ପାଇଁ-

ସବୁଦିନ ୧୦ ରୁ ୧୨ ପାଖୁଡ଼ା କୁ ପାଣି ରେ ଫୁଟେଇ ପିଇଲେ ଓଜନ କମିଥାଏ ଓ ଆରାମ ବି ମିଳିଥାଏ ।

୪. ପିରିୟଡ୍ସ ରୁ ଆରାମ-

ଝିଅ ମାନଙ୍କ ପିରିୟଡ୍ସ ଦିନ ଗୁଡିକ ରେ ବେଶୀ କଷ୍ଟ ହେଲେ, ଗୁଲକନ୍ଦ୍ ଖାଇବା ଉଚିତ୍ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ କଷ୍ଟ ଦୁର କରେ ।

୫. ପାଟି ଭିତର ଘା ରୁ ଆରମ-

ଯଦି ଆପଣ ଙ୍କ ପାଟି ଭିତରେ ଘା ହେଇଥାଏ ତ ଦିନ କୁ ୨ ଥର ଗୁଲକନ୍ଦ୍ ଖାଆନ୍ତୁ । ଏହା ପେଟ ଭିତର କୁ ଯାଇ ଶରୀର କୁ ଥଣ୍ଡା ଦିଏ ଓ ଘା ଠାରୁ ବି ଆରାମ ମିଳିଥାଏ ।

ଆପଣମାନେ ଗୋଲାପ ପାଖୁଡ଼ା ରେ ତିଆରି ଏ ଔଷଧି ର ଉପକାରିତା ବିଷୟ ରେ ଜାଣିବା ପରେ ଏହାକୁ ବ୍ୟବହାର ନକରି ରହିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *