Breaking News: ବାସ ଗୋଟିଏ Miss Callରେ ଘରେ ପହଞ୍ଚିବ LPG ସିଲିଣ୍ଡର, ଜାଣନ୍ତୁ କେମିତି

ଏବେ ସମସ୍ତଙ୍କ ଘରେ ଘରେ ଗୋଟିଏ କିମ୍ବା ଦୁଇଟି ଏଲପିଜି ଗ୍ୟାସ ସିଲିଣ୍ଡର ଦେଖିବାକୁ ମିଳିବ । ଏହାର ବ୍ୟବହାର ଯେତେ ଅଧିକ ବଢି ଚାଲିଛି ଏହାର ମୂଲ୍ୟ ବି ସେତେ ଅଧିକ ବଢି ଚାଲିଛି । ପୂର୍ବେ ଗୋଟିଏ ଗ୍ୟାସ ସିଲିଣ୍ଡର ପାଇଁ ମାତ୍ର ୩୦୦ ରୁ ୪୦୦ ଟଙ୍କା ଦେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଗୋଟିଏ ଗ୍ୟାସ ସିଲିଣ୍ଡର ପାଇଁ ୮୦୦ ଟଙ୍କା ଦେବାକୁ ପଡୁଛି । ଯାହାକି ବହୁତ ଅଧିକ ଅଟେ ।

ଏମିତିରେ ଲୋକମାନେ କରୋନା ଭଲି ସ୍ଥିତିରେ ଏତେ ଅଧିକ ମୂଲ୍ୟ ଦେଇ ଗ୍ୟାସ କିଣିବା ବହୁତ କଷ୍ଟକର ହୋଇ ଯାଇଛି । କେବଳ ଗ୍ୟାସ ନୁହେଁ ଖାଇବା ତେଲ ଠାରୁ ଆରମ୍ଭ କରି ଗାଡି ତେଲର ମୂଲ୍ୟ ବି ବଢି ଯାଇଛି । ଲୋକମାନେ ନା ହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ମଧ୍ୟରେ ଗ୍ୟାସ ସିଲିଣ୍ଡରକୁ ନେଇ ଲୋକମାନେ ଅନ୍ୟ ଏକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ।

ତାହା ହେଉଛି ଗ୍ୟାସ ସିଲିଣ୍ଡର ବୁକିଙ୍ଗକୁ ନେଇ । ପୂର୍ବେ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପାଇଁ ଗ୍ୟାସ ଅଫିସ ଯାଇ ସେଠି କିଛି ସମୟ ଛିଡା ହୋଇ ଗ୍ୟାସ ବୁକିଙ୍ଗ କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ମୋବାଇଲ ମାଧ୍ୟମରେ ବୁକିଙ୍ଗ ହୋଇ ଯାଉଛି । କିନ୍ତୁ ଏହା ସତ୍ବେ ମୋବାଇଲରେ ବେଳେ ବେଳେ ବୁକିଙ୍ଗ ନ ହେବା କାରଣରୁ ଲୋକମାନେ ପୁଣି ଥରେ ଗ୍ୟାସ ସିଲିଣ୍ଡର ଅଫିସକୁ ଯାଇଥାନ୍ତି । କିନ୍ତୁ ବର୍ତ୍ତମାନ ଆଉ ଚିନ୍ତା କରନ୍ତୁ ନାହିଁ ଇଣ୍ଡିଆନ ଗ୍ୟାସ କମ୍ପାନୀ ଏହି ସମସ୍ୟାର ଉପାୟ ବାହାର କରି ଦେଇଛନ୍ତି ।

ଏବେ ଆପଣ ଗୋଟିଏ ମିସକଲ ମାରିବା ମାତ୍ରେ ହିଁ ଗ୍ୟାସ ବୁକିଙ୍ଗ କରି ପାରିବେ । ଗୋଟିଏ ମିସକଲରେ ଆପଣଙ୍କ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର । କହିଦେଉଛୁ କି ଇଣ୍ଡିଆନ ଏଲପିଜି ଗ୍ୟାସ ସିଲିଣ୍ଡର ନିଜର ଗ୍ରାହକମାନଙ୍କ ପାଇଁ ଏକ ଭଲ ସହଜ ସୁବିଧା ଉପାୟ ବାହାର କରିଛି । ଏହି ସୁବିଧାକୁ ଆପଣ ଘରେ ବସି ହିଁ ପାଇ ପାରିବେ ଓ ଏଥିପାଇଁ ଆପଣଙ୍କୁ କୌଣସି ବି ଇଣ୍ଡିଆନ ଗ୍ୟାସ ଅଫିସ ଯିବାକୁ ପଡିବ ନାହିଁ । ଇଣ୍ଡିଆନ ଅୟେଲ ଟ୍ଵିଟ କରି ଏହି ସୂଚନା ଜାରି କରିଛି ଓ ମିସକଲ କରିବା ପାଇଁ ନମ୍ବର ମଧ୍ୟ ଜାରି କରିଛି ।

ନମ୍ବର ଟି ହେଉଛି ୮୪୫୪୯୫୫୫୫୫ । ଆପଣ ନିଜର ରେଜିଷ୍ଟର ମୋବାଇଲ ନମ୍ବର ଦ୍ଵାରା ଏହି ନମ୍ବରକୁ ମିସକଲ କରି ଏଥର ନିଜର ଗ୍ୟାସ ବୁକିଙ୍ଗ ଆରମ୍ଭ କରି ପାରିବେ । କହିଦେଉଛୁ କି ଓଡିଶା ଓ କୋଟାର ଗ୍ରାହକମାନଙ୍କ ପାଇଁ ଇଣ୍ଡିଆନ ଗ୍ୟାସ ଏହି ସୁବିଧା ଆରମ୍ଭ କରିଛି । ଏହି ନମ୍ବରରେ ମିସକଲ କରି ଏହି ଦୁଇ ରାଜ୍ୟର ଗ୍ରାହକମାନେ ନୂଆ ଗ୍ୟାସ ସିଲିଣ୍ଡର ନେଇ ପାରିବେ । କହିଦେଉଛୁ କି ଏହି ନମ୍ବରକୁ ଫୋନ କରିବା ପାଇଁ ଆପଣଙ୍କୁ କୌଣସି ମୋବାଇଲ ଚାର୍ଜ ଲାଗିବ ନାହିଁ ।

କେବେଳ ଏତିକି ନୁହେଁ ଅନ୍ୟ ବହୁତ ପ୍ରକାରର ସୁବିଧା କମ୍ପାନୀ ତରଫରୁ ଦିଆଯାଇଛି ଯାହା ମାଧ୍ୟମରେ ଆପଣ ବି ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରି ପାରିବେ । କେବଳ IOCL ନୁହେଁ HPCL ଓ BPCL ଗ୍ରାହକମାନେ SMS ଓ whatsapp କରି ଗ୍ୟାସ ସିଲିଣ୍ଡର ବୁକ କରି ପାରିବେ । IOCLର ଗ୍ରାହକ ଇଣ୍ଡିଆନ ଗ୍ୟାସ ବୁକ କରିବା ପାଇଁ ନିଜର ରେଜିଷ୍ଟର ଫୋନ ନମ୍ବରରୁ ୭୭୧୮୯୫୫୫୫୫କୁ କଳ କରି ପାରିବେ । ଏହା ପରେ ଆପଣ whatsappରେ ବି ଆପଣ REFILL ଲେଖି ୭୫୮୮୮୮୮୮୨୪ ମ୍ୟାସେଜ କରି ପାରିବେ । ଏହା ପରେ ଗ୍ୟାସ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିବ । ଏହା ଦ୍ଵାରା ଗ୍ୟାସ ସିଲିଣ୍ଡର ଗ୍ରାହାକମାନଙ୍କୁ ବହୁତ ସୁବିଧା ହେବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *