ଗୁଜୁରାଟର ସିଏମ କହିଛନ୍ତି ୧୦୦ କୋଟି ନୁହେଁ ବରଂ ଏତେ ଖର୍ଚ ହୋଇଛି ଟ୍ରମ୍ଫଙ୍କ ଗୁଜୁରାଟ ଗସ୍ତରେ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଜର ପରିବାର ଏବଂ ଉଚ ଅଧିକାରୀଙ୍କ ସହିତ ଭାରତ ଯାତ୍ରାରେ ଆସିଥିଲେ । ସେ ପ୍ରଥମେ ଗୁଜୁରାଟର ଅହମଦାବାଦ ପହଞ୍ଚିଥିଲେ । ଏହି ସମୟରେ କେତେକ ବିରୋଦ୍ଧି ପାର୍ଟି ଏହି କଥାର ଦାବି କରିଛନ୍ତି କି ଟ୍ରମ୍ଫଙ୍କ ଯାତ୍ରାରେ ୧୦୦ କରୋଡ ଟଙ୍କାରୁ ଅଧିକ ଖର୍ଚ କରାଯାଇଛି । ଏହି ଘଟଣାରେ ଏବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଦାବି କରିଛନ୍ତି କି କେବେବି ୧୦୦କୋଟି ଟଙ୍କା ଖର୍ଚ କରାଯାଇ ନାହିଁ , ବରଂ କେବଳ ୧୨.୫ କରୋଡ ଟଙ୍କା ଖର୍ଚ ହୋଇଛି ।

ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି କି ରାଜ୍ୟ ସରକାର ଟ୍ରମ୍ଫଙ୍କର ଯାତ୍ରାର ପ୍ରସ୍ତୁତି ପାଇଁ ୮କରୋଡ ଟଙ୍କାର ମଞ୍ଜୁରୀ ଦେଇଛନ୍ତି ,ଅହମଦାନଗର ନିଗମ ୪.୫କରୋଡ ଟଙ୍କା ଆବଣ୍ଟିତ କରିଛନ୍ତି ।

ରୂପାଣି କହିଛନ୍ତି , ‘ମୁଁ ଆଶ୍ଚଜ୍ୟ ହେଉଛି କି କଂଗ୍ରେସ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଯାତ୍ରାରେ ୧୦୦କରୋଡ ଟଙ୍କା ଖର୍ଚ ହେବାର କଥା କହୁଛନ୍ତି । ମୁଁ ବୁଝିପାରୁ ନାହିଁ କି ସେମାନଙ୍କୁ ଏହି ଖବର କେଉଁଠୁ ମିଳିଲା । ରାଜ୍ୟ ସରକାର ୮କରୋଡ ଟଙ୍କାର ମଞ୍ଜୁରୀ ଦେଇଥିଲେ ଯେତବେଳେ କି ଅହମଦାବାଦ ନଗର ନିଗମ ୪.୫କରୋଡ ଟଙ୍କା ରାସ୍ତାରେ ଖର୍ଚ କରିଛନ୍ତି ।

କଂଗ୍ରେସ ନେତା ଅର୍ଜୁନ ମୋଧବାଡିୟା ଶୁକ୍ରବାର ଦିନ ଶେୟାର ବି କରିଛନ୍ତି କି ଗୁଜୁରାଟ ସରକାର ଆମେରିକା ରାଷ୍ଟ୍ରପତିଙ୍କର ୨୪ ଫେବୃୟାରୀ କୁ ଅହମଦାବାଦ କି ତିନି ଘଣ୍ଟାର ଯାତ୍ରାରେ ୧୦୦କରୋଡ ଟଙ୍କା ଖର୍ଚ କରିଦେଇ ଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶେୟାର କରି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ଫଙ୍କ ଆଗମନରେ ୧୦୦କରୋଡ ଟଙ୍କା ଖର୍ଚ ହେଉଛି । କିନ୍ତୁ ଏହି ଟଙ୍କା ଏକ ସମିତିର ଜରିଆରେ ଖର୍ଚ ହେଉଛି । ସମିତିର ସଦସ୍ଯଙ୍କୁ ଜଣା ନାହିଁ କି ସେ ତାଙ୍କର ସଦସ୍ୟା ଅଟନ୍ତି ।

କଣ ଦେଶକୁ ଏହା ଜାଣିବାର ଅଧିକାର ନାହିଁ କି କେଉଁ ମନ୍ତ୍ରାଳୟ ସମିତିକୁ କେତେ ଟଙ୍କା ଦେଇଛି ? ସମିତି ପଛରେ ସରକାର କଣ ଲୁଚାଉଛନ୍ତି ? ଦୁନିଆର ସବୁଠାରୁ ବଡ ମୋଟେରା ଷ୍ଟାଡିୟମରେ ଟ୍ରମ୍ଫଙ୍କ ଆଗମନ ସମୟରେ ଅହମଦାବାଦ ସହିତ ଗୁଜୁରାଟର ଲକ୍ଷେ ଲୋକ ଉପସ୍ଥିତ ଥିଲେ । ତାଙ୍କର କେବଳ ଭାରତ ଯାତ୍ରାର ଚର୍ଚା କେବଳ ନୁହେଁ ବରଂ ବେଦେଶରେ ବି ହୋଇଥିଲା । ଟ୍ରମ୍ଫ ପ୍ରଥମେ ଭାରତ ଯାତ୍ରା ସମୟରେ ଗୁଜୁରାଟର ଅହମଦାବାଦରେ ପହଞ୍ଚି ଥିଲେ । ଏହାପରେ ସେ ଆଗ୍ରା ତାଜମହଲ ଦେଖିବାକୁ ପହଞ୍ଚିଲେ । ଶେଷରେ ସେ ଦିଲ୍ଲୀରେ ପହଞ୍ଚିଲେ ଏବଂ ସେଠାରୁ ସିଧା ଆମେରିକା ଗଲେ ।

Leave a Reply

Your email address will not be published. Required fields are marked *