LIC ନିବେଶ କାରୀଙ୍କ ପାଇଁ ବଡ ସୂଚନା- ବଢୁଛି ବିପଦ, ରେକର୍ଡ଼ ସ୍ତରରେ ପହଞ୍ଚିଲା NPA

ନୂଆଦିଲ୍ଲୀ ସରକାରୀ ବୀମା କମ୍ପାନୀ LIC ର NPA ଲଗାତାର ବଢ଼ିବାରେ ଲାଗିଛି । NPA ର ଅର୍ଥ  ହେଉ ଲୋନ ବୁଡ଼ିବାର ବହୁତ ସମ୍ଭାବନା ରହିଛି । ଡିସେମ୍ବର 2019 ଯାଏ LIC ର ଡେବ୍ଟେ ପୋର୍ଟଫୋଲିଓରେ ସମସ୍ତ NPA ଅନୁପାତ ବଢ଼ି 7.4 ପ୍ରତିଶତ ହୋଇଛି, ଯାହା ଡିସେମ୍ବର 2018 ରେ 6.06ପ୍ରତିଶତ ଥିଲା । ଏହା ସବୁଠୁ ଉଚ୍ଚ ସ୍ତରରେ ରହିଛି ।

LIC ,ପେନସନ ସ୍କିମରେ 31 ମାର୍ଚ୍ଚ ଯାଏ ଇନପୁଟର ସୁଯୋଗ, ସବୁ ମାସରେ ମିଳିବ 10000 ଟଙ୍କା

LICର ବାଲାନ୍ସ ସିଟ : ଡିସେମ୍ବର 2019ଯାଏ LIC ପାଖରେ 32.5 ଲକ୍ଷ କୋଟି ଟଙ୍କାର ବାଲାନ୍ସ ସିଟ ସହିତ ପର୍ଯ୍ୟାପ୍ତ ଆଧାର ଅଛି । ହେଲେ ବି NPA ଅଧିକ ଚିନ୍ତାଜନକ ଅଟେ । ସୂଚନା ଅନୁଯାୟୀ, ଏଥିରେ LIC ଇନପୁଟ୍ ଓ ପରେ ଫେରସ୍ତ ରେ ଗଭୀର ସମୀକ୍ଷା ହେବ । ଏହା ଏକ ଏମିତି ବୀମା କମ୍ପାନୀ ଯିଏ ଲମ୍ବା ଅବଧି ର ଉପକରଣ ରେ ନିବେଶ କରନ୍ତି । ବ୍ୟାଙ୍କ କଥା କୁହାଯାଏ ତ ଅକ୍ଟୋବର ସମାପ୍ତିରେ SBI ର ସମସ୍ତ NPA ଅନୁପାତ ଓ ICICI ବ୍ୟାଙ୍କର 5.95 ପ୍ରତିଶତ ଥିଲା ।

LICର ସମସ୍ତ ନିବେଶ ବା ଇନପୁଟ : 31 ଡିସେମ୍ବର 2019ଯାଏ LIC 32 ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି । ଡିସେମ୍ବର 2018 ଯାଏ 29ଲକ୍ଷ କୋଟି ଟଙ୍କାର ଥିଲା । LIC ନିଜର ତିନି ଶାଖାରେ ଡେବ୍ଟେ ଓ ଏକ୍ଵିଟରେ ନିବେଶ କରିଛି । ସେସବୁ ହେଉଛି, ଲାଇଫ ଫଣ୍ଡ, ୟୁନିଟ ଲିଙ୍କଡ ଫଣ୍ଡ ଓ ପେନସନ ଫଣ୍ଡ ।

ପୂର୍ବ 5 ବର୍ଷରୁ ବଢୁଛି NPA

ପୂର୍ବ 5 ବର୍ଷରୁ LICର NPA ବଢ଼ିବାରେ ଲାଗିଛି । LICର ଲୋନ ଦୁଇଗୁଣ ହୋଇ 30000 କୋଟି ଟଙ୍କାରେ ପହଞ୍ଚି ଗଲାଣି । ଏଥିପାଇଁ କମ୍ପାନୀ ଦାୟୀ ଅଟେ । NPA ଅନୁପାତ 2019-20 ର ଅପ୍ରେଲ- ସେପ୍ଟେମ୍ବର ମାସରେ 6.10 ପ୍ରତିଶତ ରହିଥିଲା । ଏସ୍ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ICICI ବ୍ୟାଙ୍କର ମଧ୍ୟ ଏହି ସମାନ ଅବସ୍ଥା । ଗୋଟେ ସମୟରେ ପ୍ରାଇଭେଟ ବ୍ୟାଙ୍କର NPA କମ ଥିଲା, ହେଲେ ଚୁନୋତିପୂର୍ଣ୍ଣ କାରବାର କାରଣରୁ ଏହାର NPA ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *