Special Story: ସ୍ଵପ୍ନ ପୂରଣ କଲେ କାର୍ତ୍ତିକ।, IPS ଚାକିରି ଛାଡି ହେଲେ IAS…. ଜାଣନ୍ତୁ କଣ ରହିଛି ଏହା ପଛର ସଫଳତାର କାହାଣୀ

ଥିଲେ ଆଇ ପି ଏସ ଆଉ ହେଲେ ଆଇ ଏସ । ମାତ୍ର ପନ୍ଦର ଦିନରେ ୟୁପିଏସି ପରୀକ୍ଷା ଦେଇ ସାରା ଦେଶରେ ହେଲେ ଅଷ୍ଟମ । ଆଜି ଗୁଜୁରାଟ ରାଜ୍ୟରେ ସର୍ବୋଚ ସ୍ଥାନ ହାସଲ କରିବାରେ ସମର୍ଥ ହୋଇଛନ୍ତି । ଆମେ କହୁଛୁ ଗୁଜୁରାଟର ବାସିନ୍ଦା କାର୍ତିକ ଜିଭାନୀଙ୍କ କଥା । ଗତ ମାସରେ ପ୍ରକାଶିତ ୟୁପି ଏସିର ସିଭିଲ ସର୍ଭିସ ପରୀକ୍ଷାରେ ବିହାରର ଶୁଭମ କୁମାର ସାରା ଦେଶରେ ପ୍ରଥମ ସ୍ଥାନ କରିଥିବା ବେଳେ କାର୍ତିକ ଜିଭାନି ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । କାର୍ତିକ ଅଷ୍ଟମ ସ୍ଥାନରେ ରହି ଚର୍ଚାକୁ ଆସିଛନ୍ତି । କଠିନ ପରିଶ୍ରମ ଲାଗି ସେ ଏହି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି କାର୍ତିକ ।

ହାଇଦ୍ରାବାଦରେ ଆଇପିଏସ ଭାବେ ତାଲିମ ନେଉଥିଲେ କାରତିକ ଜିଭାନୀ । ୟୁପିଏସସି ପରୀକ୍ଷା କ୍ଲିଅର କରିବା ପାଇଁ ଆଇ ପି ଏସ ଟ୍ରେନିଙ୍ଗ ସମୟରେ ସେ ପନ୍ଦର ଦିନ ଛୁଟି ନେଇଥିଲେ । ଏହି ଛୁଟି ଭିତରେ ୟୁପିଏସସି ପରୀକ୍ଷାର ପ୍ରସ୍ତୁତ କରିଥିଲେ କାର୍ତିକ । ଦିନକୁ ଦଶ ଘଣ୍ଟା ପାଠ ପଢା କରିବା ସହିତ ରାତି ସମୟରେ ସେ ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରି ଥିଲେ ବୋଲି କହିଥିଲେ । ତେବେ ୟୁପିଏସ ସି ପରୀକ୍ଷାରେ ଉତିର୍ଣ ହେବା ପାଇଁ ଅନେକ ପରିଶ୍ରମ କରିଛନ୍ତି କାର୍ତିକ । ଦ୍ଵାଦଶ ପାସ ପରେ ଯେ ଇ ଇ ରେ ଉର୍ତିର୍ଣ ହୋଇ ମୁମ୍ବାଇର ଇଣ୍ଡିଆନ ଇନଷ୍ଟିଚୁଟ ଟେଚ୍ନୋଲୋଜି ରେ ଆଡ ମିସନ କରିଥିଲେ ।

ପରେ ମେଡିକାଲ ଇଞ୍ଜିନିୟରିଙ୍ଗର ଚତୁର୍ଥ ବର୍ଷ ପରେ କାଥିକ ଜଣେ ସରକାରୀ କର୍ମଚାରୀ ଭାବରେ କ୍ଯାରିଅର କରିବାକୁ ନିସ୍ପତି ନେଇଥିଲେ । ପରେ ୨୦୧୬ ମସିହାରେ ୟୁପିଏ ଏସ ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୭ ମସିହାରେ କାର୍ତିକ ପ୍ରଥମ ଥର ପାଇଁ ପରୀକ୍ଷା ଦେଇଥିଲେ । କିନ୍ତୁ ପେୟାଥମ ପ୍ରୟାସରେ ସେ ବିଫଳ ହୋଇଥିଲେ । ହେଲେ ଏଥିରେ ସେ ହାର ନ ମାନି ଦୁଇ ବର୍ଷ କଠିନ ପରିଶ୍ରମ କରିବାକୁ ଲାଗିଲେ । ଆଉ ଦିତୀୟ ପ୍ରୟାସ ୨୦୧୯ରେ ୟୁପିଏସ ସି ପରୀକ୍ଷାରେ କ୍ଲିଅର କରିବାରେ ସଫଳ ହୋଇଥିଲା । ପୁରା ଭାରତରେ କାର୍ତିକ ୯୪ ତମ ସ୍ଥାନ ହାସିଲ କରିଥିଲେ । ଏହା ପରେ ସେ ଜଣେ ଆଇପିଏସ ଅଧିକାରୀ ଭାବେ ମନୋନ୍ନିତ ହୋଇଥିଲେ ।


ଏଥିପାଇଁ ସେ ହାଇଦ୍ରାବାଦରେ ଆଇପିଏସ ଅଧିକାରୀ ଭାବେ ତାଲିମ ନେଉଥିଲେ । ହେଲେ ଆଇପିଏସ ଭାବରେ ଚୟନ ହୋଇଥିବାରୁ ଖୁସି ନଥିଲେ କାର୍ତିକ । କାରଣ ତାଙ୍କର ଇଛା ଥିଲା ଆଇଏସ ହେବା ପାଇଁ । ଏଠି ପାଇଁ ଆଇପିଏସ ଟ୍ରେନିଂ ବେଳେ ସେ ଅଧୟନ ଜାରି ରଖିଥିଲେ । ତୃତୀୟ ଥର ପରୀକ୍ଷା ଦେଇ ସେ ଟପ ୧୦ ରେ ନରହି ୮୪ ତମ ସ୍ଥାନ ହାସଲ କରିଥିଲେ । ଏତେ ସବୁ ପରେ ମଧ୍ୟ ତାଙ୍କ ମନ ବଳ ଭାଙ୍ଗି ନଥିଲା । ଏଥର ପୁଣି ୟୁପିଏସ୍ସି ପରୀକ୍ଷା ପାଇଁ ଚତୁର୍ଥ ପ୍ରୟାସ କରିଥିଲେ । ହେଲେ ଚଳିତ ବର୍ଷ ତାଙ୍କର ସମସ୍ତ ସ୍ଵପ୍ନ ପୂରଣ ହୋଇଛି । ସାରା ଦେଶରେ ଅଷ୍ଟମ ସ୍ଥାନରେ ରହି କାର୍ତିକ ନିଜ ଆଇଏସ ହେବାର ସ୍ଵପ୍ନ ପୂରଣ କରି ପାରିଛନ୍ତି ।

Leave a Reply

Your email address will not be published. Required fields are marked *