Cyclone Update: Gulab ବାତ୍ୟାର ପ୍ରଭାବ, ଦେଖନ୍ତୁ ଭୟଙ୍କର ତାଣ୍ଡବ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବାତ୍ୟା ଗୁଲାପ ଲ୍ୟାଣ୍ଡଫଳ କରିସାରିଛି । ଓଡିଶାରେ ଏହାର ପ୍ରଭାବ କେମିତି ରହିବ ଚାଳନ୍ତୁ ଜାଣିବା । ବାତ୍ୟା ଗୁଲାପ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ କଳିଙ୍ଗପଟନମର ସ୍ଥଳ ଭାଗରେ ସ୍ପର୍ଶ କରିଛି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ କଳିଙ୍ଗପଟନମ ଠାରୁ ୩୦ କିମି ଦୂରରେ ଥିବା ସନ୍ଥଗଡା ଅଞ୍ଚଳରେ ବାତ୍ୟା ଗୁଲାପ ଲ୍ୟାଣ୍ଡଫଳ କରିଛି । ରାତି ୭.୩୦ ରୁ ୮.୩୦ ମଧ୍ୟରେ ଏହି ବାତ୍ୟା ଉପକୂଳ ଦେଇ ଅତିକ୍ରମ କରିଛି ।

ବାତ୍ୟା ଗୁଲାପ ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ୯୪ କିମି ବେଗରେ ପବନ ବହୁଥିବାର ରେକର୍ଡ ହୋଇଛି । ବର୍ତ୍ତମାନ କୁହାଯାଉଛି କି ଏହି ବାତ୍ୟା ଓଡିଶା ଆଡକୁ ଗତି କରୁଛି ଓ ଯେଉଁ କାରଣରୁ ସିକାକୁଲମ ଅଞ୍ଚଳରେ ୭୦ କିମି ବେଗରେ ପବନ ବହୁଛି ।

ଏହା ସହ ବାତ୍ୟା ଗୁଲାପ ପଶ୍ଚିମ ଦିଗରେ ଗତି କରୁଛି । ବାତ୍ୟା ସ୍ଥଳଭାଗ ଛୁଇଁବାର ୬ ଘଣ୍ଟା ପରେ ହିଁ ଏହା ଦୁର୍ବଳ ହୋଇଯାଇଛି । ସେଥିପାଇଁ ବିଶେଷ କିଛି ଏହା କ୍ଷତି କରିବ ନାହିଁ ଓ ଚିନ୍ତା କରିବାର ବି କୌଣସି ବିଷୟ ନାହିଁ । ସୂଚନା ଅନୁସାରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ରାଜ୍ୟ ଦେଇ ଏହା ଛତିଶଗଢ ରାଜ୍ୟକୁ ଯାଇଛି । ବାତ୍ୟା ଗୁଲାପର ସ୍ଥିତି ଦେଖି କୁହାଯାଉଛି କି ସିକାକୁଲମରୁ ଏହା କୋରାପୁଟ ଯିବ ।

ଯାହାର ପ୍ରଭାବରେ ଗଜପତି, ରାୟଗଡା ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଓ ପବନ ମଧ୍ୟ ବହିବ । ବାତ୍ୟା ଗୁଲାପର ପ୍ରଭାବରେ ଆଜି ବି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ତରଫରୁ ସୂଚନା ଦିଆ ଯାଇଛି । ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି ।

ଅନ୍ୟ ପଟେ ପୁରୀ, ଖୋର୍ଦ୍ଦା, ନୟାଗଡ, କଳାହାଣ୍ଡି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ପାଣି ପାଗ ବିଭାଗ ଅରେଞ୍ଜ ୱାରିଙ୍ଗ ଜାରି କରିଛି । ଏହା ଛଡା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା ଅଛି ।

ସେଥିପାଇଁ ଏହି ସବୁ ଜିଲ୍ଲାକୁ ଆଜି ଦିନ ପାଇଁ ୟେଲୋ ୱାରିଙ୍ଗ ଜାରି କରାଯାଇଛି । ବର୍ତ୍ତମାନ ସମୟରେ ବାତ୍ୟା ଗୁଲାପର ପ୍ରକୋପ କମି ଯାଇଛି । ଏହା ସତ୍ବେ ବି ମସ୍ତ୍ଯଜୀବୀମାନେ ସମୁଦ୍ର ମଧ୍ୟକୁ ଯିବେ ନାହିଁ । ଆଉ ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ଗତ ୯ ବର୍ଷ ମଧ୍ୟରେ ଓଡିଶାରେ ୮ ଟି ବାତ୍ୟା ଆସିଛି । ବିଶେଷ କରି ୩ ବର୍ଷ ମଧ୍ୟରେ ୫ ଟି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *