ଗୁରୁବାର ଦିନ ଏହି ଗଛର ଚେର ନିଜ ପାଖରେ ରଖିବା ଦ୍ଵାରା ଭିକାରି ବି ହୋଇଯାଏ ରାଜା, ଆଜି ହିଁ ଆଣନ୍ତୁ

ପ୍ରତେକ ମଣିଷ ଜୀବନରେ କିଛି ନା କିଛି ସମସ୍ଯା ଲାଗି ରହିଥାଏ । ସେଥି ମଧ୍ୟରୁ ଆର୍ଥିକ ସମସ୍ଯା ସବୁଠାରୁ ବଡ ଅଟେ । ବ୍ୟକ୍ତି ଯେତେ ରୋଜଗାର କରିଲେ ମଧ୍ୟ ତା ପାଖରେ କିଛି ନା କିଛି କାରଣରୁ ଆର୍ଥିକ ସମସ୍ଯା ଦେଖାଯାଏ । ଆମ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ବା ଉପାୟ ରହିଛି ଯାହାକୁ କରିବା ଦ୍ଵାରା ବ୍ୟକ୍ତି ଜୀବନର ଭାଗ୍ୟ ପରିବର୍ତ୍ତନ ହୋଇଯାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଅର୍ଥ ସମସ୍ଯା ଦୂର ହେବା ସହ ଜୀବନରେ ଅନେକ ଉନ୍ନତି ମଧ୍ୟ ଆସିବ । ଅର୍ଥ ସମସ୍ଯା ଦୂର କରିବା ପାଇଁ ବା ଏଥିରୁ ମୁକ୍ତି ପାଇବା ପାଇଁ କେବଳ ଗୁରୁବାର ଦିନ ଏହି ଉପାୟ କରିବା ଉଚିତ । ଗୁରୁବାର ଦିନ ସ୍ନାନ କରିବା ପରେ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଯଦି ହଳଦିଆ ରଙ୍ଗର ବସ୍ତ୍ର ନ ଥାଏ ତେବେ ହଳଦିଆ ରଙ୍ଗର ରୁମାଲ ବା ଅନ୍ୟ କିଛି ବ୍ୟବହାର କରି ପାରିବେ ।

ଏହା ପରେ ହଳଦିଆ ବସ୍ତ୍ର ପିନ୍ଧି କଦଳୀ ଗଛ ମୂଳକୁ ଯିବା ପଡିବ । କଦଳୀ ଗଛକୁ ଯିବା ସମୟରେ ଯେମିତି ଆପଣଙ୍କୁ କେହି ନ ପଚାରନ୍ତି ଯେ ଆପଣ କଣ କରୁଛନ୍ତି ସେ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ । ଯଦି ଆପଣଙ୍କ ଘରେ କଦଳୀ ଗଛ ନାହି ବା ଯଦି ଆପଣ ଅନ୍ୟ କାହାରି ଗଛରେ ଏହି ଉପାୟ କରିବାକୁ ଯାଉଛନ୍ତି ତେବେ ଏ ବିଷୟରେ ଆଗରୁ ସେହି ବ୍ୟକ୍ତିଙ୍କୁ ଅବଗତ କରାଇବା ଉଚିତ ।

ଏହା ଛଡା ଏହି ଉପାୟ କରିବା ସମୟରେ ଆପଣଙ୍କୁ ଯେପରି କେହି ନ ଦେଖନ୍ତି ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । କଦଳୀ ଗଛ ରୁ କିଛି ଚେର ଆଣିବାକୁ ପଡିବ । ଏହା ପରେ ଚେର କୁ ଆଣି ତାହାକୁ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ । ଏହା ପରେ କଦଳୀ ଗଛର ଚେର କୁ ହଳଦିଆ ସୂତାରେ ବାନ୍ଧି ନିଜର ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ ।

ଏହା ଛଡା କଦଳୀ ଗଛର ଚେର କୁ ଆପଣ ନୀତିଦିନ ବ୍ୟବହାର କରୁଥିବା ପର୍ସ ରେ ମଧ୍ୟ ରଖି ପାରିବେ । ଏପରି ଗୁରୁବର ଦିନ କରିଲେ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ଯା ଦୂର ହେବା ସହ ଧନ ଲାଭ ମଧ୍ୟ ହେବାରେ ଲାଗିବ । ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯିବ । ଆପଣଙ୍କ ଜୀବନରେ ଚାଲିଥିବା ସବୁ ଅର୍ଥ ସମସ୍ୟାର ସମାଧାନ ଧୀରେ ଧୀରେ ହେବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *