ଗୁରୁବାର ଦିନ କରି ନିଅନ୍ତୁ ଏହି ୫ଟି କାମ, ଦେଖିବେ ଆପଣଙ୍କ ଘରେ ଧନର ବର୍ଷା ହେବାରେ ଲାଗିବ

ବନ୍ଧୁଗଣ ଆଜିର ସମୟରେ ପ୍ରତେକ ବ୍ୟକ୍ତି ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ବା ଧନର ଜରୁରତ ପଡିଥାଏ । କେତେ ଲୋକ ଏପରି ରହିଛନ୍ତି ଯେଉଁ ମାନେ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ଶେଷରେ ଟଙ୍କା ରୁହେ ନାହିଁ । ଯାହା ପାଇଁ ସେମନଙ୍କୁ ଆର୍ଥିକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଧନ ସେହି ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ତେଣୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଧି ବିଧାନ କରିବାକୁ ପଡିଥାଏ । ଆଜି ଆମେ ଜାଣିବା ଗୁରୁବାରରେ କେଉଁ କାମ କରିଲେ ଧନର ବର୍ଷା ହୋଇଥାଏ । ୧- ଆର୍ଥିକ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ପ୍ରତେକ ଗୁରୁବାର ଦିନ ଭଗବାନ ବିଶୁଣୁ ଙ୍କୁ ପୂଜା କରିବା ଉଚିତ ଅଟେ । ଏହା କରିବା ଦ୍ଵାରା ସବୁ ସମସ୍ୟାର ଅନ୍ତ ଘଟିଥାଏ ।

୨- ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧିବା ସହ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଚନ୍ଦନ ଓ ହଳଦିଆ ରଙ୍ଗର ଫଳ ଅର୍ପଣ କରନ୍ତୁ ।

୩- ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରିବା ଉଚିତ । ଏହା ସହ ଗୋଟେ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଘରେ ଧନ ହିଁ ଧନ ଆସିଥାଏ ।

୪- ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ସଦା ସର୍ବଦା ବାସ କରିଥାନ୍ତି । ଆପଣଙ୍କ ଘରେ ଖୁସି ର ଲହରୀ ଲାଗି ରହିଥାଏ ।

୫- ଗୁରୁବାର ଦିନ ଆପଣ ତୁଳସୀ ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହା ସହ ଆପଣଙ୍କ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା ଦ୍ଵାରା ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ସବୁ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

ତେବେ ଏହି ସବୁ ଉପାୟ ଗୁଡିକ ପ୍ରତେକ ଗୁରୁବାର ଦିନ ପାଳନ କରିଲେ ସଉ ସମସ୍ୟାର ଅନ୍ତ ଘଟିଥାଏ । ଘରେ କେବେ ବି ଧନର ଅଭାବ ହୁଏ ନାହିଁ । ଯଦି ଆପଣଙ୍କ ଘରେ କେହି ବେରୋଜଗାର ରହିଛନ୍ତି ତେବେ ନିଶ୍ଚୟ ନୂତନ ଚାକିରି ମିଳିବାର ସମ୍ଭାବନା ଥାଏ । ଏମିତି କରିଲେ ମା ଲକ୍ଷ୍ମୀ ଙ୍କ ଆଗମନ ହେବା ସହ ତାଙ୍କର କୃପା ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନେ ମଧ୍ୟ ନିଶ୍ଚୟ ଗୁରୁବାର ଦିନ ଏହି ସବୁ ଉପାୟ ପାଳନ କରନ୍ତୁ । ନିଶ୍ଚୟ ଆପଣଙ୍କ ଘରେ ଓ ପରିବାର ରେ ଉନ୍ନତି ହେବାରେ ଲାଗିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *