ସପ୍ତାହ ର ସବୁଦିନ କିଛି ନା କିଛି ଦେବଦେବୀ ଙ୍କ ପାଇଁ ବିଶେଷ ହୋଇଥାଏ । ଗୁରୁବାର ଦିନ ଗୁରୁ ବୃହସ୍ପତି ଦେବ ଙ୍କ ପୂଜା ବିଧାନ ମନାଯାଏ । ବିଶ୍ଵ ରେ ୯ ଗ୍ରହ ଭିତରେ ଗୁରୁ ବୃହସ୍ପତି ସବୁଠୁ ଭାରି ଗ୍ରହ । ତେଣୁ ଏହି ଦିନରେ କୌଣସି ଏମିତି କାମ କରିବା ଅନୁଚିତ୍ ଯାହାଦ୍ଵାରା ଘରେ କି ଶରୀର ରେ ହାଲୁକା ପଣ ଆସିଥାଏ । କାରଣ ଗୁରୁ ଗ୍ରହ ହାଲୁକା ହୋଇଯାଏ ।
ଘରେ ବଡଲୋକ ମାନେ ବି କିଛି ଟା କାମ ଏ ଦିନ ରେ କରିବାକୁ ମନା କରନ୍ତି । ଆସନ୍ତୁ ଜାଣିବା କି କାମ ସବୁ ଗୁରୁବାର ଦିନ କରିବା ଅନୁଚିତ୍ ।
କେଶ ଧୋଇବା-
ଗୁରୁବାର ଦିନ ମହିଳା ମାନଙ୍କୁ କେଶ ଧୋଇବାକୁ ମନାକରନ୍ତି କାରଣ ସେମାନଙ୍କ ଜନ୍ମକୁଣ୍ଡଳି ରେ ବୃହସ୍ପତି ପତି ଓ ସନ୍ତାନ କାରକ ହୋଇଥାଏ । ତେଣୁ ସେମାନେ ପ୍ରଭାବିତ ହେବେ ।
କେଶ କାଟିବା-
ଏହିଦିନ କେଶ କାଟିଲେ, ସ୍ବାମୀ ଓ ସନ୍ତାନ ଙ୍କ ଉପରେ ପ୍ରଭାବ ପଡ଼ିଥାଏ । ସେମାନଙ୍କ ଉନ୍ନତି ରେ ବାଧାପ୍ରାପ୍ତ ହୁଏ ।
ନଖ କାଟିବା ଓ କ୍ଷୌର ହେବା-
ଗୁରୁ ଗ୍ରହ ବୃହସ୍ପତି କୁ ଜୀବ କୁହନ୍ତି, ଜିବ ମାନେ ଜୀବନ । ଜୀବନ ମାନେ ଆୟୁ । ଏସବୁ କଲେ ଜୀବନ ଶକ୍ତି ଦୁଃପ୍ରଭାବିତ ହୁଏ ଓ ବୟସ କମିଯାଏ । ଘରେ କଷ୍ଟ ଦେଖାଦିଏ ।
ଘର ସଫା କରିବା-
ବାସ୍ତୁ ଅନୁସାରେ ଘର ର ଐଶ୍ୱାନ କୋଣ ର ସ୍ବାମୀ ଗୁରୁ ହୋଇଥାନ୍ତି । ଘରର ର ସଦସ୍ୟ ବା ପିଲାମାନଙ୍କ ସମ୍ବନ୍ଧ ଏହି କୋଣ ସହ ରହୁଛି । ଏହି କୋଣ ଧର୍ମ ଓ ଶିକ୍ଷା ର ଦିଗ ଅଟେ । ତେଣୁ ଏହି ଦିନରେ ପ୍ରକାରର ଘର ସଫା କରିବା ଅନୁଚିତ୍ ।ଗୁରୁ ଗ୍ରହ କୁ ଦୁର୍ବଳ କରୁଥିବା କାମ କଲେ ଧନ ଓ ବୁଦ୍ଧି ଅଟକିଯାଏ । ସବୁ ପ୍ରକାର ର ବାଧା ସୃଷ୍ଟି ହୋଇଥାଏ ।
ମୁଣ୍ଡ ଧୋଇବା, ଭାରି କପଡା ଧୋଇବା, କେଶ କାଟିବା, ସେଭି ହେବା, ଫେଶିଆଲ୍ ହେବା,ନଖ କାଟିବା, ଇତ୍ୟାଦି କୁ ସବୁବେଳେ କରିବା ଉଚିତ୍ ନୁହେଁ । ଗୁରୁବାର ଦିନ ଏସବୁ କଲେ ଧନ ହାନି ହୁଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକ୍ଲ ପସନ୍ଦ ଆସିଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।