ହାତ ଆଙ୍ଗୁଠିର ଗଣ୍ଠିର କଳାପଣକୁ ୫ଟି ଘରୋଇ ଉପାୟ ଦ୍ଵାରା କରନ୍ତୁ ଦୂର ଓ ପାଆନ୍ତୁ ସୁନ୍ଦର ହାତ

ବହୁତ ଲୋକଙ୍କର ହାତ ଆଙ୍ଗୁଠିର ଛିଦ୍ର କଳା ହୋଇଯାଇ ଥାଏ ,ଯାହା କାରଣରୁ ତାଙ୍କ ହାତର ସୁନ୍ଦରତା ଖରାପ ହୋଇଥାଏ । ଏହାକୁ Dark Knuckles କୁହାଯାଏ । ଗଣ୍ଠି ଉପରେ ଜମା ହୋଇଥିବା ମଇଳା ବହୁତ ଜଲ୍ଦି ନିଜ ଆଡକୁ ଧ୍ୟାନ ଆକର୍ଷଣ କରିଥାଏ । ଯଦି ବି ଆପଣ ସୁନ୍ଦର ନେଲପଲିସ ଲଗାଇ ଥିବେ ,ତଥାବି ଲୋକଙ୍କର ଧ୍ୟାନ ଆପଣଙ୍କର ଆଙ୍ଗୁଠିର କଳାପଣ ଉପରକୁ ହିଁ ଯାଇଥାଏ । ଆଜି ଆମେ ଆପଣଙ୍କୁ କିଛି ସହଜ ଘରୋଇ ଉପାୟ କହିବୁ ଯାହା ସାହାଯ୍ୟରେ ଆପଣ ଏହି କଳାପଣ କୁ ଦୂର କରିପାରିବେ ।

ଲୁଣ ଲଗାନ୍ତୁ

ଲୁଣରେ ଏସ୍କଫୋଲିଏଟିଙ୍ଗ ଗୁଣ ଥାଏ ,ଏହା ଡେଡ ସ୍କିନ ସେଲ କୁ ହଟାଇ ଥାଏ । ବହୁତ ଥର ଆଙ୍ଗୁଠି ଉପର କଳା ପଡିବାର କାରଣ ଏହା ବି ହୋଇଥାଏ କି ଆପଣଙ୍କ ଗଣ୍ଠିରେ ବହୁତ ଡେଡ ସ୍କିନ ସେଲ ଜମା ହୋଇଯାଇ ଥିବେ । ଏଥିପାଇଁ ଏହାକୁ ସଫା କରିବା ପାଇଁ ଲୁଣର ପ୍ରୟୋଗ କରନ୍ତୁ । ଏଥିପାଇଁ ଏକ ପାତ୍ରରେ ଏକ ଚାମଚ ଲୁଣ ନିଅନ୍ତୁ ଏବଂ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏବେ ଏହାକୁ ନିଜ ଆଙ୍ଗୁଠି ଉପରେ ଘଷନ୍ତୁ ,ପ୍ରତି ଆଙ୍ଗୁଠିକୁ ୫ମିନିଟ ପର୍ଯ୍ୟନ୍ତ ଘଷନ୍ତୁ ଏବଂ ଏହାକୁ ୧୦ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ ଏବଂ ତାପରେ ହାତ ଧୋଇ ଦିଅନ୍ତୁ ।

ଲେମ୍ବୁର ରସ

ବହୁତ ଥର ଗଣ୍ଠି କଳା ପଡିବାର କାରଣ ହାଇପରପିଗ୍ମେଟେସନ ହୋଇଥାଏ । ଏଥିପାଇଁ ଲେମ୍ବୁର ବ୍ୟବହାର ନିହାତି ଦରକାର । ଏହାର ବ୍ୟବହାର ପାଇଁ ଆପଣ ଲେମ୍ବୁକୁ କାଟି ତାହାକୁ ଆଙ୍ଗୁଠି ଉପରେ ଘଷନ୍ତୁ ,ଯେପରି ଲେମ୍ବୁରସ ତ୍ଵଚା ଭିତରକୁ ଯାଇପାରିବ । ୧୦ମିନିଟ ପର୍ଯ୍ୟନ୍ତ ଏମିତି କରିବା ପରେ ୨୦ମିନିଟ ପାଇଁ ଶୁଖିବାକୁ ଦିଅନ୍ତୁ ଏବଂ ଏହାପରେ ଥଣ୍ଡା ପାଣିରେ ହାତ ଧୋଇ ଦିଅନ୍ତୁ ।

ଟମାଟର ର ରସ

ଟମାଟର ରସକୁ ବି ଆପଣ ଲେମ୍ବୁ ରସ ପରି ଲଗାଇ ପାରିବେ । ଏକ ଟମାଟରକୁ କାଟି ତାହାକୁ ଆଙ୍ଗୁଠି ଉପରେ ୧୦ମିନିଟ ପର୍ଯ୍ୟନ୍ତ ଘଷନ୍ତୁ ଏବଂ ତାହାକୁ ୨୦-୩୦ମିନିଟ ପର୍ଯ୍ୟନ୍ତ ଶୁଖିବା ପରେ ହାତ ଧୋଇ ଦିଅନ୍ତୁ ।

ବାଦାମର ତେଲ

ଏହି ଭଳି କଳାପଣ ହଟାଇବା ପାଇଁ ଆପଣ ୨-୩ବୁନ୍ଦା ବାଦାମ ତେଲ ପ୍ରତି ଆଙ୍ଗୁଠିରେ ଲଗାଇ ସେପରଜ୍ଯନ୍ତ ମାଲିସ କରନ୍ତୁ ,ଯେପରଜ୍ଯନ୍ତ ତ୍ଵଚା ତେଲକୁ ସଂପୂର୍ଣ୍ଣ ଭାବେ ଶୋଷି ନେଇ ନାହିଁ । ବାଦାମରେ ସୁପର ହାଇଡ୍ରେଟିଙ୍ଗ ଗୁଣ ଥାଏ ଯାହା ତ୍ଵଚାକୁ ଅଧିକ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ ରଖିଥାଏ ।

ଆଲିଭ ଅଏଲ

ବାଦାମ ତେଲ ପରି ଏହାକୁ ବି ଆପଣ ଆଙ୍ଗୁଠିରେ ଲଗାଇ ଘଷନ୍ତୁ ,ଯଦି ଆପଣ ଏମିତ ପ୍ରତିଦିନ କରିବେ ତାହେଲେ କିଛି ଦିନରେ ଆପଣଙ୍କର କଳାପଣ ଦୂର ହେଇଯିବ ।

Leave a Reply

Your email address will not be published. Required fields are marked *