ଅନେକ ହାଜର ବର୍ଷ ପୂର୍ବେ ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଦରିଦ୍ରତା ଦୂର କରିବାର ଏହି ଉପାୟ- ନିଶ୍ଚୟ ଜାଣନ୍ତୁ

ଆମେ ସମସ୍ତେ ଅଭାବ କଥା ଶୁଣିଲେ ଭୟ କରିଥାଉ, କିନ୍ତୁ ଏହା ସଂସାର ର କଠୋର ସତ୍ୟ । ସମସ୍ତେ କୁହନ୍ତି ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି କେବେ କାହା ପାଖରେ ଥାନ୍ତି ତ କେବେ ଚାଲିଯାଆନ୍ତି କେହି ଜାଣିପାରନ୍ତି ନି, ଏହି କାରଣରୁ ରାଜା ବି ଗୋଟେ କ୍ଷଣ ଭିତରେ ଗରିବ ହୋଇଯାଏ । ହେଲେ ଆଜିକାଲି ସମୟ ରେ ସମସ୍ତେ ରୋଜଗାର କରିବା ପାଇଁ ସାରା ଜୀବନ ଲଗେଇ ଦେଉଛନ୍ତି, ତାପରେ ବି ଦରିଦ୍ରତା ଦୂର ହୁଏ ନାହିଁ ।

ଆଜି ଆମେ ଆପଣ ଙ୍କୁ ଏମିତି ଉପାୟ କହିବୁ ଯାହା ଭଗବାନ ଶ୍ରୀକୃଷ୍ଣ ନିଜେ ଯୁଧିଷ୍ଠିର ଙ୍କୁ କହିଥିଲେ ।

 

ହିନ୍ଦୁ ଧର୍ମ ରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଗବାନ ବିଷ୍ଣୁ ଙ୍କ ଅବତାର କୁହାଯାଏ । ହିନ୍ଦୁ ମାନଙ୍କ ଧର୍ମ ଗ୍ରନ୍ଥ ଗୀତା ର ଜ୍ଞାନ ବି ଭଗବାନ ଶ୍ରୀକୃଷ୍ଣ ଦେଇଥିଲେ । ଏମିତିକି ସେ ଗୃହସ୍ଥ ଲୋକ ଙ୍କ ପାଇଁ କହିଛନ୍ତି ଯାହକୁ ଗ୍ରହଣ କରି ବ୍ୟକ୍ତି ଦରିଦ୍ରତା କୁ ଦୂର କରିପାରିବ ।

ଉପାୟ ଗୁଡିକ ହେଲା-

୧. ଘିଅ ରେ ଦୀପ ଜାଳିବ-

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଘରେ ଗାଈ ଘିଅ ରେ ଦୀପ ଦିଆହୁଏ , ସେ ଘର ର ଦୁଃଖ, ଦରିଦ୍ରତା ଦୂର ହୋଇଯାଏ । ଗୋମାତା ର ସେବା କରିବା ଦ୍ୱାରା ସେ ଘର କୁ କେବେ ଦରିଦ୍ରତା ଛୁଇଁପାରେନି ।

୨. ଘରକୁ ଆସିଥିବା ଅତିଥି ଙ୍କୁ ପାଣି ଦେବା କଥା ପଚାରିବେ-

ଘର କୁ ଆସିଲେ ତାଙ୍କୁ ଥରେ ପାଣି ଦେବା କଥା ପଚାରିବେ, ଏମିତି କରିବା ଦ୍ୱାରା ବ୍ୟକ୍ତି ର ଜୀବନ ଆସୁଥିବା ଅଶୁଭ ଗ୍ରହ କଟିଯାଇଥାଏ ।

୩. ମହୁ-

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯାହା ଘରେ ମହୁ ଥାଏ ତା ଘରେ କେବେ ଧନ ର କମ୍ ହୁଏନାହିଁ । ମହୁ ନକାରାତ୍ମକ ଶକ୍ତି କୁ ନଷ୍ଟ କରି ସକାରାତ୍ମକ ଶକ୍ତି ଦେଇଥାଏ ।

୪. ଘର ପରିଷ୍କାର ରଖିବା-

ଘରକୁ ପରିଷ୍କାର ରଖିବା ଦ୍ଵାରା ଦେବତା ବାସ କରନ୍ତି । ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ଘର ସଫା ସୁତରା ରଖିଲେ ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି । ଏଥିପାଇଁ ସ୍ବଚ୍ଛତା ଦରିଦ୍ରତା କୁ ଦୂର କରିବାର ଉତ୍ତମ ଉପାୟ ।

୫. ମଥାରେ ତିଳକ ଲଗାଇବା-

ଏମିତି ତ ହିନ୍ଦୁ ଧର୍ମ ରେ ତିଳକ ଲଗାଇବା ଶୁଭ ହୋଇଥାଏ । ହେଲେ ମଥାର ମଝାମଝିକୁ ତିଳକ ଲଗାଇଲେ ବ୍ୟକ୍ତି କୁ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ସବୁ ବ୍ୟକ୍ତି ପ୍ରତିଦିନ ନିଜ ଗ୍ରହ ଅନୁସାରେ ତିଳକ ଲଗେଇବା ଉଚିତ୍ ।

Leave a Reply

Your email address will not be published. Required fields are marked *